Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗୋଆର ମୀରାମାର ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ଚମତ୍କାର ବାଲୁକା କଳାକୃତି ପ୍ରଦର୍ଶିତ
ଜାତୀୟ ଖବର

ଗୋଆର ମୀରାମାର ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ଚମତ୍କାର ବାଲୁକା କଳାକୃତି ପ୍ରଦର୍ଶିତ

November 22, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୫୫ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ଆୟୋଜନ ଅବସରରେ ବିଶିଷ୍ଟ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ ଗତକାଲି ଗୋଆର ମୀରାମାର ବେଳାଭୂମିରେ ଏକ ଚମତ୍କାର ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ଭାରତୀୟ ସିନେମା ଏବଂ ସଙ୍ଗୀତର ଚାରି ଜଣ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଅକ୍କିନେନି ନାଗେଶ୍ୱର ରାଓ, ତପନ ସିହ୍ନା, ମହମ୍ମଦ ରଫି ଏବଂ ରାଜ କପୁରଙ୍କୁ ସମର୍ପିତ ବାଲୁକା ମୂର୍ତ୍ତିର ଲୋକାର୍ପଣ କରିଥିଲେ।

ଭାରତୀୟ ସିନେମାର ଚାରି ଜଣ କିମ୍ବଦନ୍ତୀଙ୍କୁ ଏଭଳି ସୃଜନଶୀଳ ଓ କଳାତ୍ମକ ଢଙ୍ଗରେ ସମ୍ମାନିତ କରିଥିବାରୁ ଏନଏଫଡିସି ଏବଂ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରମୋଦ ସାୱନ୍ତ କୃତଜ୍ଞତା ଜ୍ଞାପନ କରିଥିଲେ। ‘‘ଏହା ମୀରାମାର ବେଳାଭୂମିରେ ନିର୍ମିତ ବୃହତ୍ତମ ବାଲୁକା ମୂର୍ତ୍ତି ମଧ୍ୟରୁ ଅନ୍ୟତମ ଏବଂ ଏହା ଏହି ମହାନ ବ୍ୟକ୍ତିମାନଙ୍କ ପରମ୍ପରାର ଏକ ସୁନ୍ଦର ପ୍ରମାଣ ଭାବରେ ଠିଆ ହୋଇଛି। ଶ୍ରୀ ପଟ୍ଟନାୟକ ଏବଂ ତାଙ୍କର ସହଯୋଗୀମାନଙ୍କର ଉଲ୍ଲେଖନୀୟ ପ୍ରୟାସ ପାଇଁ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି’’ ବୋଲି ଡ. ସାୱନ୍ତ କହିଛନ୍ତି। ଏହି ମୂର୍ତ୍ତି ଏବେ ଜନସାଧାରଣଙ୍କ ପାଇଁ ଦେଖିବା ଏବଂ ପ୍ରଶଂସା କରିବା ପାଇଁ ଖୋଲା ଅଛି ବୋଲି ସେ କହିଥିଲେ।

ମୀରାମାର ବେଳାଭୂମିର ସୁନ୍ଦର ପୃଷ୍ଠଭୂମିରେ ନିର୍ମିତ ଏହି ପ୍ରତିଷ୍ଠାନ ଚାରି ଜଣ ସିନେମା କିମ୍ବଦନ୍ତୀଙ୍କ ଅମର ଅବଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା। ଏହି ପ୍ରତ୍ୟେକ ଆଇକନ୍ ଭାରତୀୟ ଚଳଚ୍ଚିତ୍ର ଏବଂ ସଙ୍ଗୀତ ଶିଳ୍ପକୁ ଆକାର ଦେଇଥିଲେ ଏବଂ ଏହି ବାଲୁକା ମୂର୍ତ୍ତି ସେମାନଙ୍କର କାଳଜୟୀ ପ୍ରଭାବପ୍ରତି ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଭାବରେ କାର୍ଯ୍ୟ କରିଥାଏ।

‘‘ଏହି କଳାକୃତି କୁ ସମ୍ପୂର୍ଣ୍ଣ କରିବା ପାଇଁ ସମ୍ପୂଣ୍ଣ ଦୁଇ ଦିନ ଲାଗିଲା – ଗୋଟିଏ ଦିନ ପ୍ରସ୍ତୁତି ପାଇଁ ଏବଂ ଦ୍ୱିତୀୟ ଦିନ ଜଟିଳ କାରୁକାର୍ଯ୍ୟ ପାଇଁ,” ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଥିଲେ।  ବାଲୁକା କଳାରେ ତାଙ୍କର ଅଗ୍ରଣୀ ଅବଦାନ ପାଇଁ ଶ୍ରୀ ପଟ୍ଟନାୟକ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ। ସେ ବିଭିନ୍ନ ସାମାଜିକ ଏବଂ ପରିବେଶ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା, ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ଏକତାକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱସ୍ତରରେ ପରିଚିତ। ସେ କହିଛନ୍ତି, ‘‘ପୂର୍ବରୁ କାନ୍ସରେ ମୋର ବାଲୁକା ମୂର୍ତ୍ତି ଉପସ୍ଥାପନ କରିସାରିଛି, କିନ୍ତୁ ପ୍ରଥମ ଥର ପାଇଁ ମୋତେ ଆଇଏଫ୍ଏଫ୍ଆଇକୁ ନିମନ୍ତ୍ରଣ କରାଯାଇଛି।’’

ବାଲୁକା କଳାର ମହତ୍ତ୍ୱ ସମ୍ପର୍କରେ ଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୋଆକୁ ବାଲୁକା କଳାକୃତିର ପ୍ରଶିକ୍ଷଣର କେନ୍ଦ୍ରରେ ପରିଣତ କରିବାର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। ସୁନ୍ଦର ସମୁଦ୍ର କୂଳ ଥିବା ଗୋଆରେ ଏକ ଉତ୍ସର୍ଗୀକୃତ ବାଲୁକା କଳା ପ୍ରଶିକ୍ଷଣ ଅନୁଷ୍ଠାନ ରହିବା ଦରକାର ଯେଉଁଠାରେ ସ୍ଥାନୀୟ କଳାକାର ଏବଂ ଛାତ୍ରଛାତ୍ରୀ ବାଲୁକା ମୂର୍ତ୍ତିର ଜଟିଳତା ଶିଖିପାରିବେ। ଏହା ରାଜ୍ୟର ସାଂସ୍କୃତିକ ଦୃଶ୍ୟପଟରେ ଏକ ଉତ୍ତମ ସଂଯୋଗ ହେବ ଏବଂ ସାରା ବିଶ୍ୱରୁ ଗୋଆକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ଏକ ଚମତ୍କାର ଉପାୟ ହେବ।

ଗୋଆର ଅନନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ନିଜ ରାଜ୍ୟ ଓଡ଼ିଶା ବିଷୟରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ ବିଭିନ୍ନ ସମୁଦ୍ର କୂଳରେ ମିଳୁଥିବା ବିଭିନ୍ନ ପ୍ରକାରର ବାଲି ସମ୍ପର୍କରେ ନିଜର ମତ ରଖିଥିଲେ। ପ୍ରତ୍ୟେକ ବେଳାଭୂମିର ନିଜସ୍ୱ ଚରିତ୍ର ଏବଂ ବାଲିର ପ୍ରକାର ଥାଏ। କିନ୍ତୁ ଜଣେ କଳାକାରଙ୍କ ପାଇଁ ସବୁ ବାଲି ସମାନ ବୋଲି ସେ ହସିହସି କହିଥିଲେ।

ସମ୍ମାନଜନକ କାନ୍ସ ଫିଲ୍ମ ଫେଷ୍ଟିଭାଲ ସମେତ ଅନେକ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଭାରତର ପ୍ରତିନିଧିତ୍ୱ କରି ଶ୍ରୀ ପଟ୍ଟନାୟକଙ୍କ କୃତି ସାରା ବିଶ୍ୱରେ ପ୍ରଶଂସିତ ହୋଇଛି। ଆଇଏଫଏଫଆଇରେ ତାଙ୍କର ସଦ୍ୟତମ କୃତି କେବଳ ଭାରତୀୟ ସିନେମାର କିମ୍ବଦନ୍ତୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ନୁହେଁ ବରଂ ମହୋତ୍ସବର ସମୃଦ୍ଧ ସାଂସ୍କୃତିକ ଅଫରରେ ଏକ ଉଲ୍ଲେଖନୀୟ ସଂଯୋଜନ, କଳା ଏବଂ ସିନେମାର ମିଶ୍ରଣକୁ ପ୍ରଦର୍ଶିତ କରେ।

ମୀରାମାର ବେଳାଭୂମିରେ ଥିବା ବାଲୁକା ମୂର୍ତ୍ତି ଏବେ ଜନସାଧାରଣଙ୍କ ପାଇଁ ଖୋଲା ରହିଛି, ଯାହା ଦ୍ୱାରା ଉଭୟ ଆଇଏଫଏଫଆଇ ଅଂଶଗ୍ରହଣକାରୀ ଏବଂ ସ୍ଥାନୀୟ ଜନସାଧାରଣ ଏହି ଅସାଧାରଣ କଳାକୃତିର ଅନୁଭବ ନେଇପାରିବେ ଏବଂ ପ୍ରଶଂସା କରିପାରିବେ।

ଆଇଏଫଏଫଆଇ ୨୦୨୪ ଗୋଆ ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ ବାଲୁକା କଳା ଭାରତୀୟ ସିନେମା ମୀରାମାର ବେଳାଭୂମି ସୁଦର୍ଶନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ନବୀନ ପଟ୍ଟନାୟକଙ୍କ ଚାଲିଛି ଚିକିତ୍ସା, ହସପିଟାଲ ଭିତରୁ ଆସିଲା ଭିଡିଓ

August 17, 2025

ଜାତିର ପିତାଙ୍କୁ କେନ୍ଦ୍ର ସରକାରଙ୍କ ଅପମାନ ବରଦାସ୍ତ କରାଯିବ ନାହିଁ : କଂଗ୍ରେସ

August 17, 2025

ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା

August 17, 2025

ନବୀନ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ହରର ଏକ ହସପିଟାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

August 17, 2025
Latest News

ନବୀନ ପଟ୍ଟନାୟକଙ୍କ ଚାଲିଛି ଚିକିତ୍ସା, ହସପିଟାଲ ଭିତରୁ ଆସିଲା ଭିଡିଓ

August 17, 2025

ଜାତିର ପିତାଙ୍କୁ କେନ୍ଦ୍ର ସରକାରଙ୍କ ଅପମାନ ବରଦାସ୍ତ କରାଯିବ ନାହିଁ : କଂଗ୍ରେସ

August 17, 2025

ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା

August 17, 2025

ନବୀନ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ହରର ଏକ ହସପିଟାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

August 17, 2025

ଇଗ୍ନୋର ନାମଲେଖା ଅବଧି ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.