Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଇଏଫଏଫଆଇରେ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘କାରଖାନୁ’, ‘ଗୁଗଲ ମାଟ୍ରିମୋନି’, ‘ରଦୋର ପାକ୍ଷୀ’ ଉନ୍ମୋଚିତ
ଜାତୀୟ ଖବର

ଆଇଏଫଏଫଆଇରେ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ‘କାରଖାନୁ’, ‘ଗୁଗଲ ମାଟ୍ରିମୋନି’, ‘ରଦୋର ପାକ୍ଷୀ’ ଉନ୍ମୋଚିତ

November 24, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୫୫ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ତିନୋଟି ଚମତ୍କାର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ସେଗୁଡ଼ିକ ହେଲା ଗୁଜରାଟୀ ଚଳଚ୍ଚିତ୍ର ‘କାରଖାନୁ’, ଅହମୀୟା ଚଳଚ୍ଚିତ୍ର ‘ରଦୋର ପାକ୍ଷୀ’ ଏବଂ ‘ଗୁଗଲ ମାଟ୍ରିମୋନି’। ଦୂରଦୃଷ୍ଟି ସମ୍ପନ୍ନ ନିର୍ଦ୍ଦେଶକ ଓ ନିର୍ମାତାମାନଙ୍କ ଦ୍ୱାରା ନିର୍ମିତ ଏସବୁ ଭିନ୍ନ ସ୍ୱାଦର ଚଳଚ୍ଚିତ୍ରରେ  ରହସ୍ୟ, ହାସ୍ୟ, ଭୟ, ଅସଲି ମାନବୀୟ ସମ୍ପର୍କର ଅନ୍ୱେଷ ଏବଂ ଜୀବନର ଆହ୍ୱାନକୁ ମୁକାବିଲା କରିବାର ସାମର୍ଥ୍ୟ ପ୍ରଦର୍ଶିତ ହୋଇଛି।

ଗଣମାଧ୍ୟମ ସହ ଏକ ବାର୍ତ୍ତାଳାପରେ ‘କାରଖାନୁ’ର ନିର୍ଦ୍ଦେଶକ ଋଷଭ ଥାଙ୍କୀ କହିଛନ୍ତି, ଏ ଚଳଚ୍ଚିତ୍ର ଗଭୀର ଭାବେ ଗୁଜରାଟର ଲୋକକଥା ସହ ଜଡ଼ିତ। ପ୍ରଥମେ ଏହା ଏକ କ୍ଷୁଦ୍ର ଚଳଚ୍ଚିତ୍ର ରୂପେ ନିର୍ମିତ ହୋଇଥିଲା, ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଅବଧି ବିଶିଷ୍ଟ ଫିଚର ଚଳଚ୍ଚିତ୍ର ଭାବେ ଏହାକୁ ନିର୍ମାଣ କରାଯାଇଛି। ଅଭିନେତା ପାର୍ଥ ଦାଭେ ଏ ଚଳଚ୍ଚିତ୍ରକୁ ଏକ ଦୁଇ ବର୍ଷର ଯାତ୍ରା, ଏକ ବ୍ୟଙ୍ଗ ଏବଂ ୱାନ୍‌-କଟ୍‌ ପ୍ରୋଜେକ୍ଟ ରୂପେ ବର୍ଣ୍ଣନା କରିଛନ୍ତି। ଏଥିପାଇଁ ସେମାନଙ୍କୁ ଅର୍ଥ ବ୍ୟୟ କରିବାକୁ ପଡ଼ିଛି, ତେବେ ଆଇଏଫଏଫଆଇରେ ପ୍ରଦର୍ଶିତ ହେବା ସହିତ ଏକ ଗୁଜରାଟୀ ଚଳଚ୍ଚିତ୍ର ଉଦ୍ୟୋଗରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି।

‘ଗୁଗଲ ମାଟ୍ରିମୋନି’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଶ୍ରୀକାର୍ଥିକ୍ ଏସ୍ ଏସ୍ ଏହା ସମ୍ପର୍କରେ କହିଛନ୍ତି ଯେ,  ଏହି ଫିଲ୍ମ ଗୋଟିଏ ସଂକଳନର ଏକ ଅଂଶବିଶେଷ। ଚଳଚ୍ଚିତ୍ର ନିର୍ମାତା ଅଭିନବ ଜି ଆତ୍ରେୟ କହିଛନ୍ତି, ପ୍ରଯୁକ୍ତି କିପରି ଲୋକମାନଙ୍କ ଜୀବନକୁ ପ୍ରଭାବିତ କରୁଛି ତାହା ଏହି କାହାଣୀରେ ଅନ୍ୱେଷଣ କରିବାକୁ ପ୍ରୟାସ କରାଯାଇଛି। ଅଭିନେତା ଦେବ ଆହୁରି ମଧ୍ୟ କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାଣରେ ସମ୍ପୃକ୍ତ ଦଳ ଆଇଏଫଏଫଆଇରେ ମିଳିଥିବା ସ୍ୱୀକୃତିକୁ ଗୁରୁତ୍ୱ ଦେଉଛି, ଯାହା ଉଦୀୟମାନ ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରେରଣା ଦେଇଥାଏ। ଫିଲ୍ମର ବ୍ୟାବସାୟିକ ସାମର୍ଥ୍ୟ ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ଟଙ୍କା ରୋଜଗାର କରିବା ପରିବର୍ତ୍ତେ ଏକ ଅର୍ଥପୂର୍ଣ୍ଣ ଚଳଚ୍ଚିତ୍ର ନିର୍ମାଣ ଉପରେ ସେମାନଙ୍କର ଧ୍ୟାନ ରହିଛି।

‘ରାଦୋର ପାକ୍ଷୀ’ ଚଳଚ୍ଚିତ୍ରର ନିର୍ଦ୍ଦେଶିକା ଡକ୍ଟର ବବି ଶର୍ମା ବରୁଆ କହିଛନ୍ତି, ଏହି ଚଳଚ୍ଚିତ୍ରରେ ଏକ ବିରଳ ମାଂସପେଶୀ ଜନିତ ରୋଗ ସ୍ପାଇନାଲ ମସକୁଲାର ଆଟ୍ରୋଫି ପୀଡ଼ିତ ଜଣେ ଝିଅର କାହାଣୀକୁ ସମ୍ବେଦନଶୀଳ ଢଙ୍ଗରେ ବର୍ଣ୍ଣନା କରାଯାଇଛି। ଚଳଚ୍ଚିତ୍ରର ସଂଯମିତ ସ୍ୱର ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ଏହା ଏକ ସତ୍ୟ ଘଟଣା, ହୃଦୟସ୍ପର୍ଶୀ କାହାଣୀ ଉପରେ ଆଧାରିତ। ଅଭିନେତ୍ରୀ ସୁଲକ୍ଷଣା ବରୁଆ କହିଛନ୍ତି ଯେ ‘ରାଦୋର ପାକ୍ଷୀ’ରେ ଅଭିନୟ କରିବା ଉଭୟ ମାନସିକ ଓ ଶାରୀରିକ ଭାବେ ଆହ୍ୱାନପୂର୍ଣ୍ଣ ଥିଲା, କିନ୍ତୁ ଏହା ଏକ ବଡ଼ ସମ୍ମାନ କାରଣ ସେ ବାସ୍ତବ ଜୀବନର ଜଣେ ପ୍ରକୃତ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଭୂମିକାରେ ଅଭିନୟ କରିଥିଲେ।

ଚଳଚ୍ଚିତ୍ରଗୁଡ଼ିକ ସମ୍ପର୍କରେ:

କାରଖାନୁ – ‘ଇଣ୍ଡିଆନ୍ ଫିଚର-ଫିଲ୍ମ’ ବର୍ଗରେ ପ୍ରଦର୍ଶିତ ହେଉଥିବା ‘କାରଖାନୁ’ ଗୁଜରାଟର ପ୍ରଥମ ‘ସ୍ମାର୍ଟ ହରର କମେଡି’ ବା ରୋମାଞ୍ଚ ବ୍ୟଙ୍ଗ ଚଳଚ୍ଚିତ୍ର ଭାବେ ପଦାର୍ପଣ କରିବାକୁ ଯାଉଛି। ଏଥିରେ ଭୟଙ୍କର ‘ହଣ୍ଟେଡ୍ ଫ୍ୟାକ୍ଟ୍ରି’ (ରହସ୍ୟମୟ କାରଖାନା)କୁ ନେଇ ରହିଥିବା ଲୋକକଥାକୁ ପ୍ରଦର୍ଶିତ କରାଯାଇଛି । ଚତୁର୍ଦ୍ଦଶୀ ତିଥିର ଘନ ଅନ୍ଧକାର ରାତିରେ ତିନି ଜଣ ବଢ଼େଇ ଭୂତ ଭୟ ଥିବା ଏକ ୱାର୍କସପରେ ଫସିଯାଉଛନ୍ତି । ଯେଉଁଠି ଅନେକ ଅଦ୍ଭୂତ ଘଟଣା ଘଟୁଛି। ବେଶୀ ବିଳମ୍ବ ହେବା ପୂର୍ବରୁ ସେମାନେ ଏହା ପଛରେ ଥିବା ରହସ୍ୟ ଉନ୍ମୋଚନ କରୁଛନ୍ତି। ରହସ୍ୟ, ହାସ୍ୟ, ଭୟ ଓ ରୋମାଞ୍ଚରେ ପରିପୂର୍ଣ୍ଣ ଏ ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ଅବିସ୍ମରଣୀୟ ଅନୁଭୂତି ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥାଏ।

ଗୁଗୁଲ୍ ମାଟ୍ରିମୋନି: ‘ଇଣ୍ଡିଆନ୍ ନନ୍-ଫିଚର୍ ଫିଲ୍ମ’ ବର୍ଗରେ ପ୍ରଦର୍ଶିତ ହେଉଥିବା ‘ଗୁଗୁଲ୍ ମାଟ୍ରିମୋନି’ ଚଳଚ୍ଚିତ୍ରରେ ଦୃଷ୍ଟିହୀନ ଅନନ୍ତୁଙ୍କ କାହାଣୀ ପ୍ରଦର୍ଶିତ ହୋଇଛି। ସେ ଦୃଷ୍ଟିଶକ୍ତି ଏବଂ ସାହାଯ୍ୟ ପାଇଁ ନିଜ ଗୁଗୁଲ୍ ଗ୍ଲାସ୍ ଉପରେ ନିର୍ଭର କରୁଛନ୍ତି। ଅନ୍ଧତ୍ୱ କାରଣରୁ ମାଟ୍ରିମୋନି ସାଇଟରେ ସେ ବାରମ୍ବାର ପ୍ରତ୍ୟାଖ୍ୟାନର ସାମ୍ନା କରୁଛନ୍ତି। ତାଙ୍କ ଦୁନିଆ ସେତିକିବେଳେ ବଦଳିଯାଉଛି ଯେତେବେଳେ ତାଙ୍କ ଗୁଗଲ ଗ୍ଲାସ୍ ତାଙ୍କୁ ଦେଖି ହସୁଥିବା ଜଣେ ମହିଳାଙ୍କୁ ଠାବ କରୁଛି, ଏହା ତାଙ୍କ ଭିତରେ ପ୍ରେମର ଭାବନା ସୃଷ୍ଟି କରୁଛି। ଏ ଚଳଚ୍ଚିତ୍ରଟି ଏକ ପ୍ରଯୁକ୍ତି-ପରିଚାଳିତ ଦୁନିଆରେ ପ୍ରକୃତ ମାନବିକ ସମ୍ପର୍କକୁ ଅନ୍ୱେଷଣ କରିଥାଏ ଯେଉଁଠାରେ ବାସ୍ତବତା ଏବଂ ଭ୍ରମ ପ୍ରାୟତଃ ପରସ୍ପର ସହ ଜଡିତ ହୋଇଥାଏ ତଥା ପ୍ରେମ ଏବଂ ସ୍ୱୀକୃତି ଚରମ ଇଚ୍ଛା ହୋଇ ରହିଯାଏ।

ରଦୋର ପାକ୍ଷୀ: ସ୍ପାଇନାଲ ମସ୍କୁଲାର୍‌ ଆଟ୍ରୋଫୀରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇପଡ଼ିଥିବା ଆସାମର ଜଣେ ପ୍ରତିଭାସମ୍ପନ୍ନ ଲେଖିକା ଜ୍ୟୋତିଙ୍କୁ ନେଇ ‘ରଦୋର ପାକ୍ଷୀ’ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି। ଶାରୀରିକ ଆହ୍ୱାନ ସତ୍ତ୍ୱେ ସେ ଲେଖିକା ହେବାର ସ୍ୱପ୍ନକୁ ସାକାର କରିବାରେ ଲାଗି ପଡ଼ିଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କ ଜୀବନ ଯାତ୍ରା ଉପରେ ଆଲୋକପାତ କରାଯାଇଛି। ମଣିଷର ଦୃଢ଼ସଂକଳ୍ପ ଓ ସାମର୍ଥ୍ୟ କିଭଳି ବାଧା ଦୂର କରି ସ୍ୱପ୍ନକୁ ସାକାର କରିବାରେ ସହାୟକ ହେଉଛି ତାହା ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ଏଥିରେ ବର୍ଣ୍ଣିତ। ଏହି ସାମ୍ବାଦିକ ସମ୍ମିଳନୀକୁ ପିଆଇବି ଭୁବନେଶ୍ବରର ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ ପରିଚାଳନା କରିଥିଲେ।

ଆଇଏଫଏଫଆଇ
Share. Facebook Twitter LinkedIn Email WhatsApp Copy Link

Related Posts

Swaraj Kaushal Dies: ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୈଶଳଙ୍କ ଦେହାନ୍ତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

December 4, 2025

New IPS Officer: କାର୍ଯ୍ୟରେ ଯୋଗ ଦେଲେ ଓଡିଶା କ୍ୟାଡରର ୭ ଆଇପିଏସ ଅଫିସର

December 4, 2025

Zee Sarthak Bhagyarekha: ଜୀ ସାର୍ଥକର ମେଗା ଧାରାବାହିକ ‘ଭାଗ୍ୟରେଖା’ରେ ଆସିଲା ବିବାହ ଋତୁ

December 4, 2025

Odisha Rail Projects: ଓଡିଶାରେ କଣ ବଡ ରେଳ ପ୍ରକଳ୍ପ ଚାଲିଛି, ଗୃହକୁ ସୂଚନା ଦେଲେ ରେଳମନ୍ତ୍ରୀ

December 4, 2025
Latest News

ଗୃହ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କହିଲେ…

December 4, 2025

Putin Arrives in New Delhi: ପହଞ୍ଚିଲେ ଋଷର ରାଷ୍ଟ୍ରପତି ପୁଟିନ, ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

December 4, 2025

Swaraj Kaushal Dies: ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୈଶଳଙ୍କ ଦେହାନ୍ତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

December 4, 2025

Amrit Bharat Station Scheme: ଓଡିଶା ସଂସ୍କୃତିରେ ଝଲସିଲା ଓଡିଶାର ବରପାଲି ରେଳ ଷ୍ଟେସନ

December 4, 2025

New IPS Officer: କାର୍ଯ୍ୟରେ ଯୋଗ ଦେଲେ ଓଡିଶା କ୍ୟାଡରର ୭ ଆଇପିଏସ ଅଫିସର

December 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.