Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସାତକୋଶିଆ ଓ ହୀରାକୁଦରେ ପର୍ଯ୍ୟଟନ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୨୦୦ କୋଟି ଟଙ୍କା ମଂଜୁର
ଜାତୀୟ ଖବର

ସାତକୋଶିଆ ଓ ହୀରାକୁଦରେ ପର୍ଯ୍ୟଟନ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୨୦୦ କୋଟି ଟଙ୍କା ମଂଜୁର

December 4, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
satakosia
ସାତକୋଶିଆ ଓ ହୀରାକୁଦରେ ପର୍ଯ୍ୟଟନ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୨୦୦ କୋଟି ଟଙ୍କା ମଂଜୁର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଏବଂ ହୀରାକୁଦ ନଦୀବନ୍ଧ ଅଞ୍ଚଳରେ ପ୍ରାକୃତିକ ପର୍ଯ୍ୟଟନ ବିକାଶ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମନ୍ତ୍ରଣାଳୟର ଲକ୍ଷ୍ୟସ୍ଥଳୀ ବିକାଶ ଡିଭିଜନ ପକ୍ଷରୁ ସରକାରୀ ଘରୋଇ ଭାଗିଦାରୀରେ ମଧ୍ୟ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହାଦ୍ୱାରା ଦୀର୍ଘସ୍ଥାୟୀ ପର୍ଯ୍ୟଟନ ବିକାଶ ସହିତ ସ୍ଥାନୀୟ ଅର୍ଥବ୍ୟବସ୍ଥା ସମୃଦ୍ଧି ହେବ।

ସାତକୋଶିଆରେ ୯୯.୯୯ କୋଟି ଟଙ୍କାର ବ୍ୟୟବରାଦ ସହିତ ପରିକଳ୍ପିତ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଏକ ବ୍ୟାପକ ଇକୋ ଟୁରିଜିମ୍ ବ୍ୟବସ୍ଥା ବିକଶିତ କରିବା ଯାହା ଏହି ଅଞ୍ଚଳର ସମୃଦ୍ଧ ଜୈବ ବିବିଧତା ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ସହିତ ସାମଗ୍ରିକ ପର୍ଯ୍ୟଟକଙ୍କ ଅଭିଜ୍ଞତାରେ ସୁଧାର ଆଣିବ। ବିଭିନ୍ନ ଭିତ୍ତିଭୂମି ଏବଂ ସେବାକୁ ବିସ୍ତାର କରି, ଏହି ପ୍ରକଳ୍ପ ଅନେକ ପ୍ରମୁଖ ଆହ୍ୱାନର ମୁକାବିଲା କରିବା ସହ ସାତକୋଶିଆକୁ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବରେ ପ୍ରତିଷ୍ଠା କରିବା ପାଇଁ ଅନନ୍ୟ ସମ୍ଭାବନା ପ୍ରଦାନ କରିଥାଏ।

ସାତକୋଶିଆରେ ପରିକଳ୍ପିତ ପ୍ରକଳ୍ପ ପଛରେ ଥିବା ଉଦ୍ଦେଶ୍ୟ ହେଉଛି, ପର୍ଯ୍ୟଟକଙ୍କ ଅଭିଜ୍ଞତାକୁ ବଢ଼ାଇବା ସହିତ ଦୀର୍ଘସ୍ଥାୟିତ୍ୱ ଏବଂ ଗୋଷ୍ଠୀ ନିୟୋଜନକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବା। ବିଭିନ୍ନ ସୁବିଧାର ଉନ୍ନତିକରଣ ଏବଂ ବିବିଧ କାର୍ଯ୍ୟକଳାପ ଆରମ୍ଭ କରି, ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଏକ ସ୍ୱାଗତଯୋଗ୍ୟ ପରିବେଶ ସୃଷ୍ଟି କରିବା।

ଏଠାରେ ପରିବେଶ ଅନୁକୂଳ ଆବାସ, ଦୁଃସାହସିକ କ୍ରୀଡ଼ା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପଦକ୍ଷେପ ଭଳି ପ୍ରମୁଖ ବୈଶିଷ୍ଟ୍ୟ କେବଳ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ନାହିଁ ବରଂ ଅଧିକ ସମୟ ରହିବାକୁ ପ୍ରୋତ୍ସାହିତ କରିବ, ଯାହା ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ।

ଏହି ସମ୍ଭାବ୍ୟ ପ୍ରକଳ୍ପ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ପର୍ଯ୍ୟଟନକୁ ପ୍ରାଥମିକତା ଦେଇ ପର୍ଯ୍ୟଟକଙ୍କ ଅନୁଭୂତିରେ ସୁଧାର ଆଣିବ। ଏଥିରେ ତିନୋଟି ହବ୍‌ ନିର୍ମାଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି, ସେଗୁଡ଼ିକ ହେଲା ପମ୍ପାସର-ଟିକରପଡ଼ା, ବାଲିପୁଟ-ବଡ଼ମୂଳ, କୁସଙ୍ଗ-ସୀତାଲପାଣି। ଏଥିରେ ଆଗନ୍ତୁକ ପ୍ଲାଜା, ରହଣୀ, ପ୍ରକୃତି ବ୍ୟାଖ୍ୟାନ କେନ୍ଦ୍ର, ଆମ୍ପିଥିଏଟର, ଦୁଃସାହସିକ କ୍ରୀଡ଼ା, ପକ୍ଷୀ ଅବଲୋକନ ଟାୱାର ଆଦି ନିର୍ମାଣ କରାଯିବ।

୨ଟି ପିପିପି ପ୍ରକଳ୍ପ ଜରିଆରେ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ହୋଟେଲ ଓ ଦୁଃସାହସିକ କ୍ରୀଡ଼ା ସୁବିଧା ପିପିପି ମାଧ୍ୟମରେ ଯୋଗାଇ ଦିଆଯିବ। ଏସବୁ ପର୍ଯ୍ୟଟନ ବିକାଶ ପ୍ରକଳ୍ପ ଦ୍ୱାରା ୮୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ଆଧୁନିକ ପର୍ଯ୍ୟଟନ ଭିତ୍ତିଭୂମିକୁ ପ୍ରାକୃତିକ ଓ ସାଂସ୍କୃତିକ ସମ୍ପତ୍ତି ସହ ମିଶାଇ ହୀରାକୁଦ ଜଳଭଣ୍ଡାର ଓ ଏହାର ଆଖପାଖ ଅଞ୍ଚଳକୁ ଏକ ବିଶ୍ୱ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ। ଏହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ସହିତ ବିଭିନ୍ନ ପ୍ରକାର ଅନୁଭୂତି ପ୍ରଦାନ କରିବା, ପର୍ଯ୍ୟଟକଙ୍କ ଆଗ୍ରହ ପୂରଣ କରିବା ଏବଂ ସାମଗ୍ରିକ ପର୍ଯ୍ୟଟନ ଅନୁଭୂତିକୁ ବଢ଼ାଇବା ପାଇଁ ଅଭିନବ ଆକର୍ଷଣ ଏବଂ ଆବାସ ପ୍ରଚଳନ ଉପରେ ଗୁରୁତ୍ୱ ଦିଆଯାଉଛି।

ଏଠାରେ ମଧ୍ୟ ୯୯ କୋଟି ୯୯ ଲକ୍ଷ ଟଙ୍କା ଖର୍ଚ୍ଚରେ ପର୍ଯ୍ୟଟନ ଭିତ୍ତିଭୂମି ନିର୍ମାଣ କରାଯିବ। ଫ୍ଲୋଟେଲ୍, କ୍ୟାମ୍ପିଂ ଏବଂ କାରାଭାନ୍ ହାଇବ୍ରିଡ୍ ପାର୍କ ଭଳି ଅନନ୍ୟ ଆବାସ ସହିତ ପର୍ଯ୍ୟଟକଙ୍କ ଅନୁଭୂତିକୁ ଉନ୍ନତ କରିବା ଏବଂ ଲେଜର୍ ସୋ’ ଭଳି ଇଣ୍ଟରଆକ୍ଟିଭ୍ ଅନୁଭୂତି ସହିତ ପର୍ଯ୍ୟଟକମାନେ ଆଧୁନିକ, ଉଚ୍ଚମାନର ସୁବିଧା ଏବଂ ଆକର୍ଷଣ ଉପଭୋଗ କରିବେ। ଏଠାରେ ସରକାରୀ ଘରୋଇ ଭାଗିଦାରୀରେ ସଂଗ୍ରହାଳୟ, ହୋଟେଲ ନିର୍ମାଣ କରାଯିବ।

ଲେଜର୍‌ ଶୋ’, ୱେଲନେସ ସେଣ୍ଟର, ସି ପ୍ଲେନ୍‌/କ୍ରୁଜ୍‌/ୟାଚ୍‌ ହବ୍‌ ଆଦି ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ଆମୋଦପ୍ରମୋଦ ପାର୍କ, ଗଲଫ୍‌ କୋର୍ସ, ହୋଟେଲ, ଦୁଃସାହସିକ କ୍ରୀଡ଼ା ଆଦି ସୁବିଧା ଯୋଗାଇ ଦିଆଯିବ। ପିପିପି ମାଧ୍ୟମରେ ୧୮୦୦ କୋଟି ଟଙ୍କା ବ୍ୟୟ କରାଯାଇ ମୋଟ୍‌ ୨୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ୧୨ଶହରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

satakosia ସାତକୋଶିଆ ସାତକୋଶିଆ ଅଭୟାରଣ୍ୟ ହୀରାକୂଦ ହୀରାକୂଦ ଜଳଭଣ୍ଡାର
Share. Facebook Twitter LinkedIn Email WhatsApp Copy Link

Related Posts

ସୁଭଦ୍ରା ଭଉଣୀମାନଙ୍କ ସହ ବାର୍ତ୍ତାଳାପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 5, 2025

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

August 5, 2025
Latest News

ସୁଭଦ୍ରା ଭଉଣୀମାନଙ୍କ ସହ ବାର୍ତ୍ତାଳାପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 5, 2025

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

August 5, 2025

ବଳଙ୍ଗା ପୀଡିତାଙ୍କ ପୈତୃକ ଗ୍ରାମ ବାୟାବର ଯାଇ ଶେଷ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.