ନୂଆଦିଲ୍ଲୀ: ଆଜି ସଂସଦର ଶୀତ ଅଧିବେଶନର ନବମ ଦିନ। ଆଜି ବି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହରେ ଆଲୋଚନା ପାଇଁ ରଖାଯିବ। ଏହା ବ୍ୟତୀତ ବିରୋଧୀ ଦଳ କଂଗ୍ରେସ ଅଦାନୀ ପ୍ରସଙ୍ଗରେ ପ୍ରଦର୍ଶନ କରୁଛି। କଂଗ୍ରେସ ସାଂସଦମାନେ କଳା ଜ୍ୟାକେଟ ପିନ୍ଧି ବିରୋଧ କରୁଛନ୍ତି। ଜ୍ୟାକେଟରେ ଲେଖାଯାଇଛି ଯେ, ‘ମୋଦୀ ଏବଂ ଆଦାନୀ ଏକ’।
ବିରୋଧୀ ସାଂସଦମାନେ ଅଦାନୀ ମାମଲାକୁ ନେଇ ସଂସଦ ପରିସରରେ ବିରୋଧ କରିଛନ୍ତି। କିନ୍ତୁ ଏହି ପ୍ରତିବାଦରେ ଟିଏମସି ଏବଂ ଏସପି ସାଂସଦମାନେ ସାମିଲ ହୋଇନାହାନ୍ତି।