Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୂଆ ବର୍ଷରେ ରାଜ୍ୟ ବିଜେପିକୁ ମିଳିବ ନୂଆ ସଭାପତି, କଣ ହେବ ମନମୋହନଙ୍କ ଭବିଷ୍ୟତ?
ଜାତୀୟ ଖବର

ନୂଆ ବର୍ଷରେ ରାଜ୍ୟ ବିଜେପିକୁ ମିଳିବ ନୂଆ ସଭାପତି, କଣ ହେବ ମନମୋହନଙ୍କ ଭବିଷ୍ୟତ?

December 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆ ବର୍ଷରେ ରାଜ୍ୟ ବିଜେପିକୁ ମିଳିବ ନୂଆ ସଭାପତି, କଣ ହେବ ମନମୋହନଙ୍କ ଭବିଷ୍ୟତ?

ଭୁବନେଶ୍ବର: ନୂଆ ବର୍ଷରେ ରାଜ୍ୟ ବିଜେପିକୁ ମିଳିବ ନୂଆ ସଭାପତି। କାରଣ ବିଜେପିର ଯେଉଁ ତୃଣମୂଳ ସଂଗଠନ ନିର୍ବାଚନ ଚାଲିଛି ତାହା ଶେଷ ହେବ। ସେମାନେ ନିର୍ବାଚିତ ହେବା ପରେ ରାଜ୍ୟର ନୂଆ ସଭାପତିଙ୍କୁ ବାଛିବେ। ସେହି ହିସାବରେ ଆସନ୍ତା ଜାନୁୟାରୀରେ ରାଜ୍ୟ ବିଜେପିକୁ ଆସିବେ ନୂଆ ମଙ୍ଗୁଆଳ। ଯେହେତୁ ବିଜେପି ବର୍ତ୍ତମାନ ରାଜ୍ୟ ସରକାରରେ ରହିଛି ତେଣୁ ଏହି ସଭାପତି ପଦବୀ ଉପରେ ବହୁ ବରିଷ୍ଠ ନେତାଙ୍କ ନଜର।

ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ, ବର୍ତ୍ତମାନର ସଭାପତି ମନମୋହନ ସାମଲ ପୁଣି ଥରେ ସଭାପତି ହେବେ ନା ତାଙ୍କୁ ହଟାଇ ଦିଆଯିବ। ଦେଖିବାକୁ ଗଲେ ମନମୋହନ ଚଳିତ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଜେପି ବିଜେଡି ମେଣ୍ଟ ନ ହେବା ପାଇଁ ଯେଉଁ କେତେଜଣଙ୍କର ଭୂମିକା ରହିଛି ସେମାନଙ୍କ ମଧ୍ୟରେ ମନମୋହନ ମୁଖ୍ୟ। ହେଲେ ଦୁଃଖର କଥା ଯେ, ସେ ନିର୍ବାଚନରେ ହାରିଗଲେ।

ମନମୋହନ ଯଦି ଜିତିଥାଆନ୍ତେ ତେବେ ସେ ହୁଏତ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଆନ୍ତେ। ଏପରିକି ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ମଧ୍ୟ ଦାବୀଦାର ହୋଇପାରି ଥାଆନ୍ତେ। ହେଲେ ସେ ହାରିବା ପରେ ଏହି ଆଶା ସଂପୂର୍ଣ୍ଣ ରୂପେ ମଉଳି ଗଲା। ଅନ୍ୟପଟେ ତାଙ୍କୁ ବିଜେପି ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ କରିବ ବୋଲି ମଧ୍ୟ ଆଶା କରାଯାଉଥିଲା। ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ତାହା ମଧ୍ୟ ହୋଇପାରୁ ନାହିଁ।

ବର୍ତ୍ତମାନ ରାଜ୍ୟ ବିଜେପିରେ ମନମୋହନଙ୍କ ଭୂମିକ ଗୌଣ ହୋଇଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବର୍ତ୍ତମାନ ସେ ଦଳୀୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା କିମ୍ବା କେନ୍ଦ୍ର ସରକାରଙ୍କ ଯୋଜନାକୁ ପ୍ରଶଂସା କରି ସାମ୍ବାଦିକ ସମ୍ମିଳନୀରେ ସୀମିତ ରହିଛି। ସେହିପରି କେନ୍ଦ୍ରୀୟ ନେତା ଆସିଲେ ତାଙ୍କୁ ବିମାନବନ୍ଦରରୁ ପାଛୋଟି ଆଣିବା କାମ କରୁଛନ୍ତି। ଏହା ବ୍ୟତିତ ସେମିତି କିଛି ଆଖି ଦୃଶିଆ କାମ କରିବା ପରି ତାଙ୍କ ପାଖରେ କ୍ଷମତା ନାହିଁ।

ଏପରି ପରିସ୍ଥିତିରେ ମନମୋହନ ସାମଲ ବର୍ତ୍ତମାନ ଦଳର ସଭାପତି ଥିଲେ ମଧ୍ୟ ସେ  ଦୃଶ୍ୟପଟରୁ ହଜି ହଜି ଯିବା ପରି ମନେ ହେଉଛି। ଯଦି କୌଣସି କାରଣରୁ ତାଙ୍କୁ ପୁଣି ଥରେ ତାଙ୍କୁ ସଭାପତି ନ କରାଯାଏ ତେବେ ସେ ରାଜନୀତିରୁ ଏକ ପ୍ରକାରର ଅବସର ନେବା ପରି ପରିସ୍ଥିତି ସୃଷ୍ଟି ହୋଇଯିବ। ସେତେବେଳେ ସେ ନା ଦଳୀୟ କାର୍ଯ୍ୟରେ ମୁଣ୍ଡ ପୁରାଇ ପାରିବେ ନା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ। ତେବେ ମନମୋହନଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ଭରସା ରହିଥିବାରୁ ତାଙ୍କୁ କିଛି ମିଳିବ ବୋଲି ଆଶା କରାଯାଉଛି।

ବିଜେପି ସଭାପତି ମନମୋହନ ସାମଲ ରାଜ୍ୟ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

January 29, 2026

ଭାରତର ଗଣତନ୍ତ୍ର ଏବଂ ଜନସଂଖ୍ୟା ବିଶ୍ୱ ପାଇଁ ଆଶାର କିରଣ: ପ୍ରଧାନମନ୍ତ୍ରୀ

January 29, 2026

୧.୮ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଏବଂ ୩ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କଲା ରିଲାଏନ୍ସ ଫାଉଣ୍ଡେସନ

January 29, 2026

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

January 29, 2026
Latest News

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

January 29, 2026

ଭାରତର ଗଣତନ୍ତ୍ର ଏବଂ ଜନସଂଖ୍ୟା ବିଶ୍ୱ ପାଇଁ ଆଶାର କିରଣ: ପ୍ରଧାନମନ୍ତ୍ରୀ

January 29, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନର ସଫଳତା: ଅଷ୍ଟ୍ରେଲିଆକୁ କଲା ପରାସ୍ତ

January 29, 2026

୧.୮ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଏବଂ ୩ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କଲା ରିଲାଏନ୍ସ ଫାଉଣ୍ଡେସନ

January 29, 2026

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.