Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନକ୍ସଲ ହିଂସାରେ ସହିଦ ଯବାନ ଓ ମୃତକଙ୍କ ପରିବାରକୁ ଭେଟିଲେ କେନ୍ଦ୍ର ଗୃହମନ୍ତ୍ରୀ
ଜାତୀୟ ଖବର

ନକ୍ସଲ ହିଂସାରେ ସହିଦ ଯବାନ ଓ ମୃତକଙ୍କ ପରିବାରକୁ ଭେଟିଲେ କେନ୍ଦ୍ର ଗୃହମନ୍ତ୍ରୀ

December 17, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ସୋମବାର ଛତିଶଗଡ଼ର ଜଗଦଲପୁରଠାରେ ନକ୍ସଲବାଦ ବିରୋଧରେ ଲଢ଼େଇ କରି ସହିଦ ହୋଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ସହିଦ ଯବାନଙ୍କ ପରିବାର ଏବଂ ନକ୍ସଲ ହିଂସାରେ ପୀଡ଼ିତଙ୍କ ପରିବାରକୁ ମଧ୍ୟ ଭେଟିଥିଲେ। ଏହି ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ ନକ୍ସଲବାଦ ବିରୋଧରେ ସାହସିକ ସଂଗ୍ରାମରେ ସର୍ବୋଚ୍ଚ ବଳିଦାନ ଦେଇଥିବା ୧୩୯୯ ସହିଦଙ୍କୁ ସମ୍ମାନ ଜଣାଇ ଏକ ସ୍ମାରକୀ ପ୍ରତିଷ୍ଠା କରିଥିବାରୁ ଛତିଶଗଡ଼ ସରକାରଙ୍କୁ ପ୍ରଶଂସା କରିଥିଲେ। ଏହି ସ୍ମାରକୀ କେବଳ ଏହି ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବ ନାହିଁ ବରଂ ଭବିଷ୍ୟତ ପିଢ଼ିକୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ଶ୍ରୀ ଶାହ ଆଲୋକପାତ କରି କହିଥିଲେ ଯେ, ଗତ ବର୍ଷ ଗଠନ ପରଠାରୁ ବର୍ତ୍ତମାନର ଛତିଶଗଡ଼ ସରକାର ନକ୍ସଲବାଦର ମୂଳୋତ୍ପାଟନ ପାଇଁ ନିଜର ପ୍ରତିବଦ୍ଧତାରେ ଅଟଳ ରହିଛନ୍ତି। ନିରୀହ ଲୋକଙ୍କ ଜୀବନ ହାନିକୁ ରୋକିବା ପାଇଁ ଏହି ବିପଦକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ଲକ୍ଷ୍ୟ ହାସଲ ପାଇଁ ସରକାର ଏକ ବ୍ୟାପକ ତ୍ରିମୁଖୀ ରଣନୀତି ଆପଣାଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ପ୍ରଥମତଃ ହିଂସା ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଚାହୁଁଥିବା ଲୋକଙ୍କୁ ସ୍ୱାଗତ କରାଯାଉଛି। ଦ୍ବିତୀୟତଃ ଯେଉଁମାନେ ହିଂସାର ରାସ୍ତା ଛାଡିବାକୁ ଚାହୁଁନାହାନ୍ତି ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜୋରଦାର କରାଯାଉଛି । ଶେଷରେ, ଅନ୍ୟକୁ କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୃହମନ୍ତ୍ରୀ ଏ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବର୍ଷକ ମଧ୍ୟରେ ୨୮୭ ନକ୍ସଲ ନ୍ୟୁଟ୍ରାଲାଇଜ ହୋଇଛନ୍ତି, ପାଖାପାଖି ୧୦୦୦ ଗିରଫ ହୋଇଛନ୍ତି ଏବଂ ଛତିଶଗଡ଼ରେ ୮୩୭ ଜଣ ଆତ୍ମସମର୍ପଣ କରିଛନ୍ତି। ଏହା ଅଞ୍ଚଳରେ ଶାନ୍ତି ଓ ନିରାପତ୍ତା ଫେରାଇ ଆଣିବା ପାଇଁ ସରକାରଙ୍କ ଅତୁଟ ସଂକଳ୍ପକୁ ଦର୍ଶାଉଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଛତିଶଗଡ଼ରେ ନକ୍ସଲବାଦର ମୁକାବିଲା ରେ ଗତ ବର୍ଷର ସଫଳତା ଅଭୂତପୂର୍ବ। ସେ ଉଲ୍ଲେଖ କରିଛନ୍ତି ଯେ ପୂର୍ବରୁ କେବେ ବି ଗୋଟିଏ ବର୍ଷରେ ଏତେ ବିଶାଳ ଅଞ୍ଚଳ ନକ୍ସଲ ପ୍ରଭାବରୁ ମୁକ୍ତ ହୋଇନାହିଁ କିମ୍ବା ଏତେ ସଂଖ୍ୟକ ନକ୍ସଲଙ୍କୁ ନିପାତ, ଗିରଫ କିମ୍ବା ଆତ୍ମସମର୍ପଣ କରାଯାଇନାହିଁ। ଏହି ପ୍ରୟାସରେ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ସୁସମନ୍ୱିତ ରଣନୀତି କାର୍ଯ୍ୟକାରୀ କରିଥିବାରୁ ଶ୍ରୀ ଶାହ ଛତିଶଗଡ଼ ସରକାରଙ୍କୁ ପ୍ରଶଂସା କରିଥିଲେ। ଛତିଶଗଡ଼ ପୋଲିସ ବାହିନୀର ପ୍ରଶଂସନୀୟ ଦଳଗତ କାର୍ଯ୍ୟକୁ ସେ ସ୍ୱୀକାର କରିଥିଲେ, ଯେଉଁମାନେ ଏକ ସ୍ପଷ୍ଟ ଏବଂ କେନ୍ଦ୍ରୀଭୂତ ଯୋଜନା ଦ୍ୱାରା ଏକ ଦୃଢ଼ ଅଭିଯାନ ଆରମ୍ଭ କରିଛନ୍ତି । ଭବିଷ୍ୟତକୁ ନେଇ ଆଶାବାଦୀ ହୋଇ ଶ୍ରୀ ଅମିତ ଶାହ ଆଶ୍ୱାସନା ଦେଇଛନ୍ତି ଯେ ୨୦୨୬ ମାର୍ଚ୍ଚ ୩୧ ପରେ ମା’ ଦାନ୍ତେଶ୍ୱରୀଙ୍କ ପବିତ୍ର ଭୂମିରେ ନକ୍ସଲବାଦ ନାଁରେ ଗୋଟିଏ ବୁନ୍ଦା ବି ରକ୍ତ ବହିବ ନାହିଁ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଲୋକପାତ କରିଥିଲେ ଯେ ଛତିଶଗଡ଼ ସରକାର ପୂର୍ବରୁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପର୍ଯ୍ୟାୟକ୍ରମେ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନାରେ ଗ୍ରାମର କଲ୍ୟାଣ ଏବଂ ପ୍ରଭାବିତ ସମ୍ପ୍ରଦାୟର ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ସମର୍ଥନ ଏବଂ ସହଯୋଗରେ ଏହି ପଦକ୍ଷେପଗୁଡିକ କାର୍ଯ୍ୟକାରୀ ହେଉଛି ବୋଲି ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ। ନକ୍ସଲ ପ୍ରଭାବିତ ଅଂଚଳରେ ୧୫ ହଜାର ଘର ନିର୍ମାଣ କୁ ପ୍ରଧାନମନ୍ତ୍ରୀ ମୋଦୀ ଅନୁମୋଦନ କରିଛନ୍ତି। ଏହାବ୍ୟତୀତ ନକ୍ସଲ ହିଂସାରେ କ୍ଷତିଗ୍ରସ୍ତ ପରିବାରକୁ ପ୍ରାଥମିକତା ସହାୟତା ସୁନିଶ୍ଚିତ କରିବା ସହ ପ୍ରତି ଗାଁରେ ଶତ ପ୍ରତିଶତ ସରକାରୀ କଲ୍ୟାଣକାରୀ ଯୋଜନା ହାସଲ ପାଇଁ ପ୍ରୟାସ ଚାଲିଛି।

ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ନକ୍ସଲ ମୁକ୍ତ ଭାରତ ଅଭିଯାନକୁ ପ୍ରଭାବିତ ପରିବାରମାନଙ୍କଠାରୁ ଯଥେଷ୍ଟ ସମର୍ଥନ ମିଳୁଛି। କେନ୍ଦ୍ର ଗୃହ, ଆଦିବାସୀ ବ୍ୟାପାର ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏକାଠି ହୋଇ ଏହି ପରିବାରଗୁଡ଼ିକୁ ବ୍ୟାପକ ସହାୟତା ଯୋଗାଇଦେବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସେ ଆଶ୍ୱାସନା ଦେବା ସହ ସେମାନଙ୍କ ଥଇଥାନ ଓ ପ୍ରଗତି ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଅମିତ ଶାହ କେନ୍ଦ୍ର ଗୃହ ମନ୍ତ୍ରୀ ନକ୍ସଲ ସହିଦ ଯବାନ
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.