Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାର ଶିଳ୍ପ ସଂସ୍ଥା ଉପରେ କୋଟିକୋଟି ଟଙ୍କା ବିଦ୍ୟୁତ ବିଲ ବାକି, ସମୀକ୍ଷା କଲେ ଶକ୍ତିମନ୍ତ୍ରୀ
ଜାତୀୟ ଖବର

ଓଡିଶାର ଶିଳ୍ପ ସଂସ୍ଥା ଉପରେ କୋଟିକୋଟି ଟଙ୍କା ବିଦ୍ୟୁତ ବିଲ ବାକି, ସମୀକ୍ଷା କଲେ ଶକ୍ତିମନ୍ତ୍ରୀ

December 19, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶାର ଶିଳ୍ପ ସଂସ୍ଥା ଉପରେ କୋଟିକୋଟି ବିଦ୍ୟୁତ ବିଲ ବାକି, ସମୀକ୍ଷା କଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ବର: ଆଜି ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଶିଳ୍ପ ସଂସ୍ଥା ମାନଙ୍କ ଉପରେ ରହିଥିବା ବକେୟା ବିଦ୍ୟୁତ ଶୁଳ୍କ ଆଦାୟ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଶିଳ୍ପ ସଂସ୍ଥା ଗୁଡିକରୁ ନିଜସ୍ୱ ଉତ୍ପାଦନ ଉପରେ ବକେୟା ଥିବା ବିଦ୍ୟୁତ ଶୁଳ୍କ ଏବଂ ଏହାର ସବିଶେଷ କାରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ବିଦ୍ୟୁତ ଶୁଳ୍କ ଛାଡ ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏବଂ ଅନ୍ୟାନ୍ୟ ଅଦାଲତରେ ବିଚାରଧିନ ଥିବା ବିଭିନ୍ନ ମାମଲା ଯୋଗୁଁ ବକେୟା ଶୁଳ୍କ ଆଦାୟ କରିବା ପ୍ରାୟତଃ ସମ୍ଭବପର ହେଉନଥିବାର ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ବକେୟା ବିଦ୍ୟୁତ ରାଶି ଆଦାୟ ପାଇଁ ସରକାରୀ ନିୟମ ଅନୁଯାୟୀ ପଦକ୍ଷେପ ନିଆ ଯାଉଛି। ଆଡଭୋକେଟ ଜେନେରାଲ ଏବଂ ବିଭାଗୀୟ ପରାମର୍ଶଦାତାଙ୍କ ପରାମର୍ଶ ଅନୁଯାୟୀ ଅଦାଲତର ବିଚାରାଧିନ ଥିବା ବିଭିନ୍ନ ମାମଲା ଗୁଡିକର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ) ଓ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଶକ୍ତି ବିଭାଗ ଆଇନ ପରାମର୍ଶଦାତା ଶ୍ରୀ ସଞ୍ଜୟ ସେନ ଅନଲାଇନ ମାଧ୍ୟମରେ ଯୋଡ଼ିହୋଇ ବୈଠକରେ ଯୋଗଦେଇ ବକେୟା ବିଦ୍ୟୁତ ଶୁଳ୍କ ଆଦାୟ ପାଇଁ ଉପାୟ ଉପରେ ଆଲୋକପାତ କରିଥିଲେ।

କେ ଭି ସିଂହଦେଓ
Share. Facebook Twitter LinkedIn Email WhatsApp Copy Link

Related Posts

ମାଗଣା କର୍କଟ ରୋଗ ନିରୁପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ

February 9, 2026

ରାଜ୍ୟସଭାରେ ଅର୍ଥନୀତି ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ ପି. ଚିଦାମ୍ବରମ

February 9, 2026

ଆକିବ ନବିଙ୍କ ଘାତକ ବୋଲିଂ: ରଣଜୀ ଟ୍ରଫିର ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଲା ଜମ୍ମୁ କାଶ୍ମୀର

February 9, 2026

ଟି-୨୦ ବିଶ୍ୱକପ୍: ଇଟାଲୀର ମାତ୍ର ୯ ୱିକେଟ ପତନ ସତ୍ତ୍ୱେ ଜିତିଲା ସ୍କଟଲାଣ୍ଡ, କିନ୍ତୁ କେମିତି?

February 9, 2026
Latest News

ମାଗଣା କର୍କଟ ରୋଗ ନିରୁପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ

February 9, 2026

ରାଜ୍ୟସଭାରେ ଅର୍ଥନୀତି ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ ପି. ଚିଦାମ୍ବରମ

February 9, 2026

ଆକିବ ନବିଙ୍କ ଘାତକ ବୋଲିଂ: ରଣଜୀ ଟ୍ରଫିର ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଲା ଜମ୍ମୁ କାଶ୍ମୀର

February 9, 2026

ଟି-୨୦ ବିଶ୍ୱକପ୍: ଇଟାଲୀର ମାତ୍ର ୯ ୱିକେଟ ପତନ ସତ୍ତ୍ୱେ ଜିତିଲା ସ୍କଟଲାଣ୍ଡ, କିନ୍ତୁ କେମିତି?

February 9, 2026

ପାକିସ୍ତାନକୁ ବଡ଼ ଝଟକା ଦେଲା ଆଇସିସି: ପ୍ରତ୍ୟାଖ୍ୟାନ କଲା ସମସ୍ତ ଦାବି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.