Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜାନୁଆରିରେ ହେବ ପରୀକ୍ଷା ପେ ଚର୍ଚ୍ଚା ର ୮ମ ସଂସ୍କରଣ: ଏହି ପୋର୍ଟାଲରେ କରନ୍ତୁ ପଞ୍ଜୀକରଣ
ଜାତୀୟ ଖବର

ଜାନୁଆରିରେ ହେବ ପରୀକ୍ଷା ପେ ଚର୍ଚ୍ଚା ର ୮ମ ସଂସ୍କରଣ: ଏହି ପୋର୍ଟାଲରେ କରନ୍ତୁ ପଞ୍ଜୀକରଣ

December 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଅଭିନବ ମତବିନିମୟ କାର୍ଯ୍ୟକ୍ରମ ପରୀକ୍ଷା ପେ ଚର୍ଚ୍ଚା (ପିପିସି) ନିଜର ୮ମ ସଂସ୍କରଣ ନେଇ ପୁଣି ଆସିଛି। ଏହା ଜାନୁଆରୀ ୨୦୨୫ରେ, ସାରାଦେଶରେ ବାର୍ଷିକ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ, ଅନୁଷ୍ଠିତ ହେବ।

ପରୀକ୍ଷା ଚାପ କମାଇବା, ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କୁ ଜୀବନକୁ ଏକ “ଉତ୍ସବ”ଭାବେ ପାଳନ କରିବାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ପରିକଳ୍ପନା କରାଯାଇଥିବା ପିପିସି ଗତ ସାତ ବର୍ଷ ହେଲା ଉଲ୍ଲେଖନୀୟ ସଫଳତା ପାଇଛି । ପିପିସିର ୭ମ ସଂସ୍କରଣ ନୂଆଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଭାରତ ମଣ୍ଡପମରେ ଟାଉନ ହଲ ଫର୍ମାଟରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସାରାଦେଶ ଓ ବିଦେଶରୁ ଅଂଶଗ୍ରହଣକାରୀମାନେ ଉତ୍ସାହର ସହ ଯୋଗ ଦେଇଥିଲେ ।

ପିପିସି ୨୦୨୫ର ପଞ୍ଜୀକରଣ ପଦ୍ଧତି

ପିପିସି ୨୦୨୫ ପାଇଁ ପଞ୍ଜୀକରଣ ୧୪ ଡିସେମ୍ବର ୨୦୨୪ରୁ MyGov.in ଆରମ୍ଭ ହୋଇସାରିଛି ଏବଂ ୧୪ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଖୋଲା ରହିବ ।

ନିମ୍ନଲିଖିତ ପଦ୍ଧତି ଅନୁସାରେ ପଂଜୀକରଣ କରିହେବ :

MyGov.in ପୋର୍ଟାଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ପାଇଁ କୁଇଜ୍ ପ୍ରତିଯୋଗିତା (ଏମସିକ୍ୟୁ ଫର୍ମାଟ୍) ପ୍ରସ୍ତୁତ କରାଯାଇଛି।

ପିପିସି ୨୦୨୫ରେ ପଚରାଯିବାକୁ ଥିବା ପ୍ରଶ୍ନ ଚୟନ :

କ. ପଞ୍ଜୀକରଣ ପ୍ରକ୍ରିୟା ସମୟରେ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ପ୍ରଶ୍ନ ଦାଖଲ କରିପାରିବେ ଯାହା ସେମାନେ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛନ୍ତି। ପ୍ରଶ୍ନଗୁଡ଼ିକ ପରୀକ୍ଷା ଚାପ, କ୍ୟାରିୟର, ଭବିଷ୍ୟତର ସ୍ବପ୍ନ କିମ୍ବା ସାଧାରଣ ଜୀବନ ସଂପର୍କିତ ହୋଇପାରେ ।

ଖ. ଅନଲାଇନ୍ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିବା ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କୁ ଚୟନ କରାଯିବ।

ଗ. ପ୍ରଧାନମନ୍ତ୍ରୀଙ୍କ ସହ ମତବିନିମୟ ପାଇଁ ଭାରତର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ଦ୍ୱାରା ବିଭିନ୍ନ ବିଷୟରୁ ପ୍ରଶ୍ନ ଚୟନ ଲାଗି ପ୍ରୟାସ କରାଯିବ । ପୂର୍ବ ବର୍ଷ ଭଳି ବିଦେଶରେ ଥିବା ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ।

ପଂଜୀକରଣ ପାଇଁ ଲିଙ୍କ୍ ଏଠାରେ ଦିଆଗଲା : https://innovateindia1.mygov.in/

ମୁଖ୍ୟାଂଶ:

  • ୨୦୨୪ରେ ଏହି କାର୍ଯ୍ୟକ୍ରମରେ ୨.୨୬ କୋଟି ଅଂଶଗ୍ରହଣକାରୀ (୨.୦୬ କୋଟି ଛାତ୍ରଛାତ୍ରୀ, ୧୪.୯୩ ଲକ୍ଷ ଶିକ୍ଷକ ଏବଂ ୫.୬୯ ଲକ୍ଷ ଅଭିଭାବକ) ଯୋଗ ଦେଇଥିଲେ।
  • ପିପିସି ୨୦୨୫ ପାଇଁ ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଦୁଇ ଜଣ ଛାତ୍ରଛାତ୍ରୀ (ନବମରୁ ଦ୍ୱାଦଶ ଶ୍ରେଣୀ) ଓ ଜଣେ ଶିକ୍ଷକ ଏବଂ କଳା ଉତ୍ସବର ବିଜେତା ଏବଂ ବୀର ଗାଥା, ପ୍ରେରଣା ଆଲୁମିନି ଏବଂ ପିଏମ ଶ୍ରୀ ବିଦ୍ୟାଳୟର ପ୍ରତିଯୋଗୀମାନଙ୍କୁ ସ୍ବତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯିବ ।

ପରୀକ୍ଷାକୁ “ଉତ୍ସବ” ଭାବରେ ପାଳନ

ମୁଖ୍ୟ କାର୍ଯ୍ୟକ୍ରମ ପାଇଁ ଉତ୍ସାହ ବଢ଼ାଇବା ଉଦ୍ଦେଶ୍ୟରେ ୧୨ ଜାନୁଆରୀ ୨୦୨୫ (ଜାତୀୟ ଯୁବ ଦିବସ) ରୁ ୨୩ ଜାନୁଆରୀ ୨୦୨୫ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ) ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ।

୧. ଦେଶୀୟ ଖେଳ ଅଧିବେଶନ

୨. ମାରାଥନ୍ ଦୌଡ଼

୩. ମିମ୍ ପ୍ରତିଯୋଗିତା

୪. ପଥପ୍ରାନ୍ତ ନାଟକ

୫. ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଭିଡିଓ ଏବଂ ପ୍ରଶଂସାପତ୍ର

୬. ଛାତ୍ର ଉପସ୍ଥାପକ ଏବଂ ଅତିଥି – ମଡେଲ ପିପିସି ଅଧିବେଶନ

୭. ଯୋଗ-ଧ୍ୟାନ ଅଧିବେଶନ

୮. ସିବିଏସ୍ଇ, କେଭିଏସ୍ ଓ ଏନଭିଏସ୍ ତରଫରୁ ସଂଗୀତ ପରିବେଷଣ

୯. ପୋଷ୍ଟର ତିଆରି ପ୍ରତିଯୋଗିତା

୧୦. ସ୍ୱତନ୍ତ୍ର ଅତିଥିଙ୍କ ସହ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ / କର୍ମଶାଳା

୧୧. ପ୍ରେରଣାଦାୟୀ ଚଳଚ୍ଚିତ୍ର ସିରିଜର ସ୍କ୍ରିନିଂ

ସକାରାତ୍ମକତା ଓ ଆତ୍ମବିଶ୍ୱାସର ସହ ପରୀକ୍ଷା ଦେବାର ବାର୍ତ୍ତା ଦେଉଥିବା ପିପିସି ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

ପଞ୍ଜୀକରଣ ପରୀକ୍ଷା ପେ ଚର୍ଚ୍ଚା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026
Latest News

ଚଳିତ ଖରିଫ ଋତୁରେ ଧାନ ଚାଷୀଙ୍କ ପାଇଁ ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଗୁରୁତ୍ଵ

February 5, 2026

“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ”: କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ବାନ

February 5, 2026

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.