Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୨୫୦ କୋଟିର ଗାରମେଣ୍ଟ କମ୍ପାନୀ ‘କଲରଟୋନ’ର ଶିଳାନ୍ୟାସ କଲେ ସାଂସଦ ଅପରାଜିତା
ଜାତୀୟ ଖବର

୨୫୦ କୋଟିର ଗାରମେଣ୍ଟ କମ୍ପାନୀ ‘କଲରଟୋନ’ର ଶିଳାନ୍ୟାସ କଲେ ସାଂସଦ ଅପରାଜିତା

December 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
୨୫୦ କୋଟିର ଗାରମେଣ୍ଟ କମ୍ପାନୀ ‘କଲରଟୋନ’ର ଶିଳାନ୍ୟାସ କଲେ ସାଂସଦ ଅପରାଜିତା

ଭୁବନେଶ୍ବର: ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଜୟଦେବ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଜଗନ୍ନାଥପୁର ଠାରେ ମହିଳା ସଶକ୍ତି କରଣ ଏବଂ ସ୍ବରୋଜଗାର ନିମନ୍ତେ ଏକ ବଡ଼ ଗାରମେଣ୍ଟ କମ୍ପାନୀର ଭିତ୍ତି ପ୍ରସ୍ତର ହୋଇଯାଇଛି। ଭୁବନେଶ୍ବର ଲୋକସଭା କ୍ଷେତ୍ରର  ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ କର କମଳରେ କଲରଟୋନ୍ ନାମକ ମେଗା ଗାରମେଣ୍ଟ କମ୍ପାନୀର ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି।

ଭୁବନେଶ୍ବର ଲୋକସଭା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଜଗନ୍ନାଥପୁର ଅଂଚଳରେ ଏହି ଅବସରରେ ଏକ ଭବ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଆୟୋଜିତ ଉତ୍ସବରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ବାରା,ଖୋର୍ଦ୍ଧା ଏବଂ ଜୟଦେବ ବିଧାୟକଙ୍କ ଉପସ୍ଥିତିରେ ମେଗା ଗାରମେଣ୍ଟ କମ୍ପାନୀର ଶିଳାନ୍ୟାସ ହୋଇଯାଇଛି।

ଏହି ଅସବରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ନିଜ ଅଭିଭାଷଣରେ ସାଂସଦ ଅପରାଜିତା କହିଛନ୍ତି, ଜୟଦେବ ବିଧାନସଭା ମଣ୍ଡଳୀର ଆଖପାଖ ଲୋକ ଏହାଦ୍ବାରା ଉପକୃତ ହେବେ। ବିଶେଷ କରି ଏହି ଗାରମେଣ୍ଟ କମ୍ପାନୀ ବଡ଼ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ୨୫୦ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ଗାରମେଣ୍ଟ କମ୍ପାନୀ ସ୍ଥାପନ ହେବ। କଲରଟୋନ୍ ନାମକ ଗାରମେଣ୍ଟ କମ୍ପାନୀ, ସ୍ଥାନୀୟ ଅଂଚଳର ଆର୍ଥିକ ବିକାଶରେ ସହାୟକ ହେବ ବୋଲି କହିଛନ୍ତି ମାଡାମ୍ ଅପରାଜିତା।

ଏହିକମ୍ପାନୀ ଦ୍ବାରା ବିଶେଷ ଭାବରେ ୫ ହଜାର ମହିଳାଙ୍କ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ। ଜଗନ୍ନାଥପୁର ଅଂଚଳର ମହିଳାଙ୍କୁ କାହାକୁ ହାତ ପତାଇବାକୁ ପଡିବ ନାହିଁ, ଏହି ଗାରମେଣ୍ଟ କମ୍ପାନୀ ଦ୍ବାରା ନିଯୁକ୍ତି ସୁଯୋଗ ପାଇ ମାସିକ ୧୦ରୁ ୧୨ ହଜାର ଟଙ୍କା ରୋଜଗାର କରିପାରିବେ ମହିଳାମାନେ ବୋଲି ନିଜର ସମ୍ବୋଧନରେ କହିଛନ୍ତି ଭୁବନେଶ୍ବର ସାଂସଦ। କଲରଟୋନ୍ ପରି ଏକ ଗାରମେଣ୍ଟ କମ୍ପାନୀ ଜଗନ୍ନାଥପୁର ଅଂଚଳରେ ସ୍ଥାପନ ହେବାକୁ ଯାଉଥିବା ନେଇ ସ୍ଥାନୀୟ ଅଂଚଳରେ ଲୋକେ ଖୁସି ପ୍ରକାଶ କରିଛନ୍ତି ।

କଲରଟୋନ୍ ମେଗା ଗାରମେଣ୍ଟ କମ୍ପାନୀ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହିତ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ସିଂ ରାଣା, କଲରଟୋନ୍ ଗାରମେଣ୍ଟ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମନୀଷ ପାଠୀ, କମ୍ପାନୀ ଜିଏମ, ଏଚଆର ପ୍ରଦୀପ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ଜୟଦେବ ନିର୍ବାଚନମଣ୍ଡଳୀରେ ଏହି ମେଗା ଗାରମେଣ୍ଟ କମ୍ପାନୀ ସମସ୍ତଙ୍କ ମୁହଁରେ ହସ ଫୁଟାଇ, ମହିଳାଙ୍କୁ ବିଶେଷ ଭାବରେ ରୋଜଗାରକ୍ଷମ କରିବ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ।

ଏହି ମେଗା ଗାରମେଣ୍ଟ କମ୍ପାନୀ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରିବ ବୋଲି ଶିଳାନ୍ୟାସ ଉତ୍ସବ ଅବସରରେ ଘୋଷଣା କରିଛନ୍ତି ଭୁବନେଶ୍ବରର ସାଂସଦ ଅପରାଜିତା ଷଡ଼ଙ୍ଗୀ। ନିର୍ବାଚନରେ ବିଜୟୀ କରାଇଥିବାରୁ ଏହା ଜୟଦେବ ଅଂଚଳର ଲୋକଙ୍କୁ ଏକ ଉପହାର ବୋଲି ସମ୍ବୋଧନରେ କହିଛନ୍ତି ଭୁବନେଶ୍ବର ସାଂସଦ।

ଅପରାଜିତା ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.