Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀ, ୨୦୩୦ ସୁଦ୍ଧା ୭.୫ଗିଗାୱାଟ ଶକ୍ତି ଉତ୍ପାଦନ ଲକ୍ଷ୍ୟ
ଜାତୀୟ ଖବର

ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀ, ୨୦୩୦ ସୁଦ୍ଧା ୭.୫ଗିଗାୱାଟ ଶକ୍ତି ଉତ୍ପାଦନ ଲକ୍ଷ୍ୟ

December 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
solar conclave
ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀ, ୨୦୩୦ ସୁଦ୍ଧା ୭.୫ଗିଗାୱାଟ ଶକ୍ତି ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ବର: ଗ୍ରୀଡକୋ ଏବଂ ଆଇଫରେଷ୍ଟ (iFOREST) ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ଆଜି ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀର ଆୟୋଜନ ହୋଇଥିଲା। ଏହି ସମ୍ମିଳନୀର ଆୟୋଜନ ୨୦୩୦ ସୁଦ୍ଧା 7.5 ଗିଗା ୱାଟ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ହାସଲ ନିମନ୍ତେ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଇଛି।

ଏହା ରାଜ୍ୟର ୧୦.୯୫ ଗିଗା ୱାଟ ଭଳି ବୃହତ ଲକ୍ଷ୍ୟ ପୂରଣରେ ସହାୟକ ହେବ l ଏହି ନିବେଶକ ସମ୍ମିଳନୀରେ ୧୫୦ ରୁ ଊର୍ଦ୍ଧ୍ଵ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରୁ ଉପଭୋକ୍ତା, ୧୦୦ରୁ ଅଧିକ ସୌରଶକ୍ତି ଉତ୍ପାଦନକାରୀ ସଂସ୍ଥା ଓ ପ୍ରାୟ ୪୦୦ ଜଣ ଅଂଶଗ୍ରହଣ କରି ଓଡ଼ିଶାକୁ ସୌରଶକ୍ତିର ହବ୍ ରେ ପରିଣତ କରିବା ପାଇଁ ସଙ୍କଳ୍ପବଦ୍ଧ ହୋଇଥିଲେ।

ସମ୍ମିଳନୀରେ ମୁଖ୍ୟ ଅତିଥିରୂପେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଥିଲେ ଯେ, ଓଡ଼ିଶା ସରକାର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଦୃଢ ପ୍ରତିଶୃତିବଦ୍ଧ। ଅକ୍ଷୟ ଶକ୍ତିରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହେବ l ନିବେଶକଙ୍କ ପାଇଁ ଓଡ଼ିଶାର ଜଳବାୟୁ ମଧ୍ୟ ଅନୁକୂଳ ଏବଂ ଆବଶ୍ୟକୀୟ ସହାୟତା ମଧ୍ୟ ଆମେ ଯୋଗାଇଦେବା ପାଇଁ ପ୍ରସ୍ତୁତ। ଯଶସ୍ଵୀ ପ୍ରଧାନମନ୍ତ୍ରୀ ମଧ୍ୟ ୨୦୭୦ ସୁଦ୍ଧା ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ପ୍ରେରିତ କରିଛନ୍ତି।

ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ସମ୍ମିଳନୀରେ ସ୍ବାଗତ ଅଭିଭାଷଣ ଦେଇ କହିଥିଲେ ଯେ, ଓଡ଼ିଶା ଶକ୍ତି କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଦିଗରେ ଆଗେଇ ଚାଲିଛି l ବିଶ୍ବରେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସ୍ଵଚ୍ଛ ଓ ସୁଲଭ ଉପାୟରେ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦିଆଯାଉଛି l ଏହା ପରିବେଶ ଓ ଜଳବାୟୁ ପ୍ରତି ଥିବା ଆମ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।

ମୋଟ ୨୯୩୮ ମେଗା ୱାଟର ଅକ୍ଷୟ ଶକ୍ତିରୁ ୨୧% କେବଳ ସୌର ଶକ୍ତିରୁ ରହିଛି l ଏଥିରେ ୫୦୮ ମେଗା ୱାଟ ଗ୍ରାଉଣ୍ଡ- ମାଉଣ୍ଟେଡ, ୫୮ ମେଗା ୱାଟ ରୁଫଟପ୍ ଏବଂ ୪୨ ମେଗା ୱାଟ କ୍ଷମତା ବିଶିଷ୍ଟ ଅଫ୍ ଗ୍ରୀଡ ସୌର ଶକ୍ତି ଅନ୍ତର୍ଭୁକ୍ତ। ୧୩୪୩ ମେଗା ୱାଟ ଅକ୍ଷୟ ଶକ୍ତିରୁ ୨୮% କାର୍ଯ୍ୟର ଅଗ୍ରଗତି ଜାରି ରହିଛି। ଶ୍ରେଷ୍ଠ ଜିଲ୍ଲା ମଧ୍ୟରେ ସୁନ୍ଦରଗଡ଼, ଅନୁଗୁଳ, ବଲାଙ୍ଗିର, ଝାରସୁଗୁଡ଼ା,ଓ ଢେଙ୍କାନାଳ ପ୍ରମୁଖ ରହିଛି।

ଆଜିର ସମ୍ମିଳନୀ ୨୦୨୫ ରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ପୂର୍ବ ଅଧ୍ୟାୟ ଅଟେ l ବର୍ତ୍ତମାନ ରାଜ୍ୟରେ ୨୦୦ ଗିଗା ୱାଟର ସମ୍ଭାବନା ରହିଥିବାବେଳେ ଆଗାମୀ ଦିନରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆହୁରି ଅଭିବୃଦ୍ଧି ଘଟିବ ବୋଲି ଗ୍ରୀଡକୋ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତ୍ରିଲୋଚନ ପଣ୍ଡା କହିଛନ୍ତି।

ଏକ ସବୁଜ ଅର୍ଥନୀତି ଗଠନ ସକାଶେ ସବୁଜ ପରିବେଶର ଆବଶ୍ୟକ ଏବଂ ସ୍ବଚ୍ଛ ଶକ୍ତି ହେଉଛି ଏହାର ପ୍ରମୁଖ ସ୍ରୋତ। ବର୍ତ୍ତମାନଠାରୁ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଅକ୍ଷୟ ଶକ୍ତିର ଚାହିଦା ବୃଦ୍ଧି ହେବ ବୋଲି ଆଇଫରେଷ୍ଟର ସିଇଓ ଏବଂ ସଭାପତି ଡ଼ ଚନ୍ଦ୍ରଭୂଷଣ ଉଲ୍ଲେଖ କରିଥିଲେ।

ଆଗାମୀ ଦିନରେ ଓଡ଼ିଶାକୁ ଅକ୍ଷୟ ଶକ୍ତିର ଭଣ୍ଡାର କରିବା ଦିଗରେ ଏହି ସମ୍ମିଳନୀ ଓଡ଼ିଶା ପାଇଁ ଏକ ରୋଡ଼ମ୍ୟାପ ପ୍ରସ୍ତୁତ କରିବ ଏବଂ ପୁଞ୍ଜିବିନିଯୋଗକୁ ପ୍ରୋତ୍ସାହିତ କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଖ୍ୟାତ ସାହିତ୍ୟିକ ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର, ଦୁଇଜଣଙ୍କୁ କଳା ସମ୍ମାନ

September 15, 2025

ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରସ୍ତାବିତ ସମ୍ ଲାଇଫ୍‌ସାଇନ୍‌ସେସ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

September 15, 2025

ପୂର୍ବତଟ ରେଳପଥର ହିନ୍ଦୀ ପଖୱାଡା 2025 ପାଳନ

September 15, 2025

ଆଲୋଚନା ଟେବୁଲକୁ ଆସୁଛି ‘ଭାରତ’: ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କ ବଡ଼ ବୟାନ

September 15, 2025
Latest News

ପ୍ରଖ୍ୟାତ ସାହିତ୍ୟିକ ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର, ଦୁଇଜଣଙ୍କୁ କଳା ସମ୍ମାନ

September 15, 2025

ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରସ୍ତାବିତ ସମ୍ ଲାଇଫ୍‌ସାଇନ୍‌ସେସ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

September 15, 2025

ପୂର୍ବତଟ ରେଳପଥର ହିନ୍ଦୀ ପଖୱାଡା 2025 ପାଳନ

September 15, 2025

ଆଲୋଚନା ଟେବୁଲକୁ ଆସୁଛି ‘ଭାରତ’: ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କ ବଡ଼ ବୟାନ

September 15, 2025

୧୬ତମ ମିଳିତ କମାଣ୍ଡର ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.