
ନୂଆଦିଲ୍ଲୀ: ଜନ ସୁରାଜ ନେତା ପ୍ରଶାନ୍ତ କିଶୋରଙ୍କୁ ଗାନ୍ଧୀ ମଇଦାନରେ ବେଆଇନ ଧାରଣ ପ୍ରଦର୍ଶନ ପାଇଁ ପାଟନା ପୋଲିସ ଗିରଫ କରିଛି। ଆଜି ସକାଳେ ବହୁ ସଂଖ୍ୟକ ପୋଲିସ ଗାନ୍ଧୀ ମଇଦାନରେ ପହଞ୍ଚି ବାପୁ ମୁର୍ତ୍ତୀ ନିକଟରେ ତାଙ୍କୁ ଅଟକ ରଖିଥିଲେ। ଏଠାରୁ ପୋଲିସ ତାଙ୍କୁ AIIMS କୁ ନେଇଥିଲା। ସ୍ୱାସ୍ଥ୍ୟ ଯାଞ୍ଚ ପରେ ସେ ଡାକ୍ତରଖାନା ଛାଡିବା ମାତ୍ରେ ପି.କେ ସମର୍ଥକମାନେ ଉତକ୍ଷିପ୍ତ ହୋଇଥିଲେ। ତେବେ ପୋଲିସ କୌଣସି ପ୍ରକାରେ ପି.କେଙ୍କୁ ଆମ୍ବୁଲାନ୍ସରୁ ବାହାର କରି ନୌବତପୁର ଆଡକୁ ନେଇଥିଲା।
ବେଆଇନ ଭାବେ ଏହି ଆୟୋଜନ କରାଯାଉଥିବା ପୋଲିସ ସ୍ପଷ୍ଟ ଭାବେ କହିଛି। ପ୍ରଶାନ୍ତ କିଶୋରଙ୍କୁ ଅନେକ ଥର ନୋଟିସ ଦିଆଯାଇଥିଲା। ତାଙ୍କ ବିରୋଧରେ ପାଟଣାର ଗାନ୍ଧୀ ମଇଦାନ ପୋଲିସ ଷ୍ଟେସନରେ ମଧ୍ୟ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଯେତେବେଳେ ସେ ରାଜି ହୋଇନଥିଲେ, ସେତେବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବର୍ତ୍ତମାନ ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ପି.କେ.ଙ୍କ କିଛି ସମର୍ଥକଙ୍କୁ ମଧ୍ୟ ଗିରଫ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ କହିଛି।