Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରରେ ଉଦଘାଟିତ ହେଲା ପୁଷ୍ପ ପ୍ରଦର୍ଶନ, ପ୍ରବାସୀ ଭାରତୀୟଙ୍କୁ କରିବ ଆକର୍ଷିତ
ଜାତୀୟ ଖବର

ଭୁବନେଶ୍ବରରେ ଉଦଘାଟିତ ହେଲା ପୁଷ୍ପ ପ୍ରଦର୍ଶନ, ପ୍ରବାସୀ ଭାରତୀୟଙ୍କୁ କରିବ ଆକର୍ଷିତ

January 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
flower
ଭୁବନେଶ୍ବରରେ ଉଦଘାଟିତ ହେଲା ପୁଷ୍ପ ପ୍ରଦର୍ଶନ, ପ୍ରବାସୀ ଭାରତୀୟଙ୍କୁ କରିବ ଆକର୍ଷିତ

ଭୁବନେଶ୍ବର: ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, ଏକାମ୍ର କାନନ, ଭୁବନେଶ୍ବର, ପ୍ଳାଣ୍ଟ ଲଭର୍ସ ଆସୋସିଏସନ ସହ ମିଶି ପ୍ରତିବର୍ଷ ପୁଷ୍ପ ପ୍ରଦର୍ଶନୀ ଆୟୋଜନ କରିଥାନ୍ତି। ଚଳିତ ବର୍ଷ ଜାନୁୟାରୀ ୭ ରୁ ୧୧ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ଏହା ଚାଲିବ। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ବିଶ୍ଵର ବିଭିନ୍ନ ଦେଶର ପ୍ରତିନିଧିମାନେ ଏ ପ୍ରଦର୍ଶନୀକୁ ପରିଦର୍ଶନ କରିବେ ଓ ଆମ ପୁଷ୍ପବିତାନ ଏବଂ ତାର ଚିତ୍ତାକର୍ଷକ ରୂପରଙ୍ଗ ଦର୍ଶନ କରି ସମ୍ମୋହିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି।

ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର,ଏକାମ୍ର କାନନଠାରେ ଆୟୋଜିତ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପୁଷ୍ପ ଚେତନା ଏକ ନୈସର୍ଗିକ ଉପଲବ୍ଧି ଏବଂ ଏହା ଆମ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। କଳଙ୍କ ବିହୀନ ସ୍ୱଚ୍ଛ ହୃଦୟ ଏବଂ ଶାନ୍ତି ଓ ବିଶ୍ୱାସର ପ୍ରତୀକ ହେଉଛି ଫୁଲ।

ଈଶ୍ୱରଙ୍କ ସବୁଠୁ କୋମଳ ଏବଂ ପବିତ୍ର ସର୍ଜନା ରୂପେ ଏହା ସୃଷ୍ଟିର ଅୟମାରମ୍ଭରୁ ଏଯାବତ ପୃଥିବୀର ପ୍ରତ୍ୟେକ କୋଣ ଅନୁକୋଣରେ ନିଜର ଆକର୍ଷଣ ଏବଂ ଗୁରୁତ୍ୱ ବଜାୟ ରଖିଛି। ଆଜିର ପ୍ରଦର୍ଶନୀର ସାଜସଜା ଓ ସୁନ୍ଦର ପରିବେଶ ଅତ୍ୟନ୍ତ ମନମୁଗ୍ଧକର। ଆଜି ଏଠାରେ ନୂତନ ଗେଟ ପରିସର, ବହୁ ରଙ୍ଗୀ ଉଦ୍ୟାନ ଓ କ୍ୟାକଟସ ହାଉସର ଶୁଭ ଉଦଘାଟନ ହୋଇଛି। ଏହି ପୁଷ୍ପ ପ୍ରଦର୍ଶନୀରେ ରାଜ୍ୟର ବିଭିନ ପ୍ରାନ୍ତରୁ ସତୁରୀରୁ ଉର୍ଦ୍ଧ୍ଵ ପ୍ରତିଷ୍ଠାନ ଯୋଗଦାନ କରିଛନ୍ତି। ଏହା ବ୍ୟତୀତ କଟ ଫ୍ଲାୱାର, ବନସାଇ ଓ ବିଭିନ୍ନ ପ୍ରକାରର ଅର୍ଚିଡ ମଧ୍ୟ ପ୍ରଦର୍ଶିତ ହୋଇଛି। ଅନେକ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଓଡିଶୀ, ଛଉ, ସମ୍ବଲପୁରୀ ଓ ପାଇକ ନୃତ୍ୟର ଆକର୍ଷଣୀୟ ଆୟୋଜନ କରାଯାଇଛି।

ଏହି ପୁଷ୍ପ ପ୍ରଦର୍ଶନୀରେ ବିଭିନ୍ନ ବିଭାଗର ଉତ୍ତମ ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ବିତରଣ ସମାରୋହର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ବୃକ୍ଷପ୍ରେମୀମାନଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିବା ସହ ପ୍ରକୃତିର ଏହି ଅନୁପମ ବରଦାନ ପ୍ରତି ଆମ ଶ୍ରଦ୍ଧା, ଆସ୍ଥା ଓ ସୌନ୍ଦର୍ଯ୍ୟପ୍ରବଣତାର ବିକାଶ କରିବା ସହ ପ୍ରକୃତିକୁ ପ୍ରାଣଭରି ଭଲପାଇବାର ବିଶ୍ୱାସକୁ ଆହୁରି ମଜବୁତ କରୁ ବୋଲି କାମନା କରିଥିଲେ।

ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ୨୦୨୪-୨୫ ବର୍ଷର ବାର୍ଷିକ ଗବେଷଣା ରିପୋର୍ଟ ଓ ପ୍ଳାଣ୍ଟ ଲଭର୍ସ ଆସୋସିଏସନ ସୌଜନ୍ୟରୁ ପ୍ରକାଶିତ “ସବୁଜିମା” ପତ୍ରିକା ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂଖୁଣ୍ଟିଆ ସମ୍ମାନୀୟ ଅତିଥି ରେୂପ ଯୋଗ ଦେଇଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭ।ଗର ଅତିରିକ୍ତ ମୁଖ୍ୟ ଶ।ସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବ।ହୀ ଶ୍ରୀ ସୁରେଶ କୁମାର ପନ୍ତ, ପ୍ରଶାସନିକ ଅଧିକାରୀ ସୁଶ୍ରୀ ଋତୁପର୍ଣ୍ଣା ମହାପାତ୍ର ଏବଂ ପ୍ଲାଣ୍ଟ ଲଭର୍ସ ଆସୋସିଏସନର ସଭାପତି ଶ୍ରୀ କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026
Latest News

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.