Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନବ ଦାସ ହତ୍ୟାକାଣ୍ଡର ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଘଟଣାସ୍ଥଳରେ ଗୋଟିଏରୁ ଅଧିକ ବନ୍ଧୁକ ବ୍ୟବହାର ହୋଇଛି
ଜାତୀୟ ଖବର

ନବ ଦାସ ହତ୍ୟାକାଣ୍ଡର ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଘଟଣାସ୍ଥଳରେ ଗୋଟିଏରୁ ଅଧିକ ବନ୍ଧୁକ ବ୍ୟବହାର ହୋଇଛି

January 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନବ ଦାସ ହତ୍ୟାକାଣ୍ଡର ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଘଟଣାସ୍ଥଳରେ ଗୋଟିଏରୁ ଅଧିକ ବନ୍ଧୁକ ବ୍ୟବହାର ହୋଇଛି

ଭୁବନେଶ୍ବର: ଆଉ କିଛିଦନି ପରେ ବରିଷ୍ଠ ନେତା ନବ ଦାସଙ୍କ ହତ୍ୟାକାଣ୍ଡକୁ ଦୁଇ ବର୍ଷ ପୁରଣ ହେବ। ଏହା ପୂର୍ବରୁ ଏହି ହତ୍ୟାକାଣ୍ଡ ନେଇ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ତାହା ହେଉଛି ଘଟଣା ଦିନ ଗୋଟିଏ ନୁହେଁ ବହୁ ବନ୍ଧୁକର ବ୍ୟବହାର ହୋଇଛି। ତେବେ କେତୋଟି ବନ୍ଧୁକ ତାହା ଜଣା ପଡି ନ ଥିଲେ ମଧ୍ୟ ସେଠାରେ ଗୋଟିଏ ବନ୍ଧୁକ ବ୍ୟବହାର ହୋଇ ନାହିଁ ବୋଲି ସ୍ପଷ୍ଟ ହୋଇଛି।

ରାଜ୍ୟ ଫରନେସିକ ପରୀକ୍ଷାଗାର ରିପୋର୍ଟ ଆସିବା ପରେ ଏହି ତଥ୍ୟ ସ୍ପଷ୍ଟ ହୋଇଛି। ଏଥିରେ କୁହାଯାଇଛି ଯେ, ସେହିଦିନ ହତ୍ୟାକାରୀ ଗୋପାଳ ଦାସଙ୍କ ବନ୍ଧୁକରେ ତିନିଟି ଗୁଳି ଥିଲା। ତାହାର ଗୋଟିଏ ଗୁଳି ଠିକରେ ବାଜି ନ ଥିଲା, ଗୋଟିଏ ଗୁଳି ବ୍ଲାଙ୍କ ଫାଇରିଂ ହୋଇଥିଲା। ତେବେ ଅନ୍ୟ ଗୁଳିର ଖୋକା ଏ ପର୍ଯ୍ୟନ୍ତ ମିଳି ନାହିଁ। ଫଳରେ ନବ ଦାସଙ୍କୁ କିଏ ହତ୍ୟା କଲା ବୋଲି ତାହା ଏବେ ସନ୍ଦେହ ଘେରକୁ ଆସିଛି।

ସେହିପରି ଏହି ରିପୋର୍ଟରେ କୁହାଯାଇଛି ଯେ, ନବ ଦାସ ହତ୍ୟାବେଳେ ତାଙ୍କ ଗାଡି ପଛରେ ସ୍ବାସ୍ଥ୍ୟ ବିଭାଗର ଏକ ଗାଡି ଥିଲା। ସେହି ଗାଡିରେ ମଧ୍ୟ କେତେକ ଗୁଳି ବାଜିଛି। ହେଲେ ସେହି ଗୁଳି ମାଡରେ ଯେଉଁ କଣା ହୋଇଛି ତାହା ଗୋପାଳ ବନ୍ଧୁକର ନୁହେଁ ବୋଲି ଜଣାପଡିଛି। ଫଳରେ ସେହି ଆଉ କିଏ ସେ ଗୁଳି ଚଳାଇଥିଲା ତାହା ଏବେ ସନ୍ଦେହଘେରକୁ ଆସିଛି।

ନବ ଦାସଙ୍କ ହତ୍ୟା ବେଳର ଭିଡିଓ ଦେଖିଲେ ଜଣାପଡୁଛି ଯେ, ଗୋପାଳ ଦାସ ଗୁଳି ଚଳାଇ ନବଙ୍କୁ ହତ୍ୟା କରିଥିଲା। ସେହି ଭିଡିଓରୁ ସ୍ପଷ୍ଟ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହି ରିପୋର୍ଟ ସେହି ତଥ୍ୟକୁ ସନ୍ଦେହ ଘେରକୁ ଆଣିଛି। ବର୍ତ୍ତମାନ ଘଟଣାଦିନ ଆଉ କିଏ ଗୁଳି ମାଡ କରିଥିଲା ତାହା ତଦନ୍ତ ପରିସରକୁ ଆସିଛି। ଅନ୍ୟପଟେ ଗୋପାଳ ଦାସର ଗୁଳି ଦ୍ବାରା ନବ ଦାସଙ୍କ ହତ୍ୟା ହୋଇଛି ନା ଆଉ କେହି ହତ୍ୟା କରିଛି ତାହାକୁ ନେଇ ଏବେ ସନ୍ଦେହ ଘେରକୁ ଆସିଛି।

ଗୋପାଳ ଦାସ ନବ ଦାସ ନବ ଦାସ ହତ୍ୟାକାଣ଼୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

୨୭ଟି ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

September 15, 2025

ବିବାଦୀୟ ୱାକଫ ବିଲ ଉପରେ ସୁପ୍ରିମ କୋର୍ଟଙ୍କ ବଡ ରାୟ, ସଂପୂର୍ଣ୍ଣ ବିଲ ରଦ୍ଦ ହୋଇପାରିବ ନାହିଁ

September 15, 2025

ବିହାରରେ SIR ଉପରେ ଯାହା ନିଷ୍ପତ୍ତି ନିଆଯିବ, ତାହା ସମଗ୍ର ଦେଶରେ ପ୍ରଯୁଜ୍ୟ ହେବ: ସୁପ୍ରିମକୋର୍ଟ

September 15, 2025

‘ସମ୍ପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ୍ ଫିକ୍ସ ଥିଲା’: ସଞ୍ଜୟ ରାଉତଙ୍କ ଆଶ୍ଚର୍ଯ୍ୟଜନକ ଦାବି

September 15, 2025
Latest News

୨୭ଟି ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

September 15, 2025

ବିବାଦୀୟ ୱାକଫ ବିଲ ଉପରେ ସୁପ୍ରିମ କୋର୍ଟଙ୍କ ବଡ ରାୟ, ସଂପୂର୍ଣ୍ଣ ବିଲ ରଦ୍ଦ ହୋଇପାରିବ ନାହିଁ

September 15, 2025

ବିହାରରେ SIR ଉପରେ ଯାହା ନିଷ୍ପତ୍ତି ନିଆଯିବ, ତାହା ସମଗ୍ର ଦେଶରେ ପ୍ରଯୁଜ୍ୟ ହେବ: ସୁପ୍ରିମକୋର୍ଟ

September 15, 2025

‘ସମ୍ପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ୍ ଫିକ୍ସ ଥିଲା’: ସଞ୍ଜୟ ରାଉତଙ୍କ ଆଶ୍ଚର୍ଯ୍ୟଜନକ ଦାବି

September 15, 2025

ଏଥର କଲେଜ ନିର୍ବାଚନ ବାତିଲ !!!

September 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.