Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଡିଜିଟାଲ କାରବାରରେ ଦ୍ରୁତ ଅଭିବୃଦ୍ଧି: କ୍ୟାସଲେସ ଅର୍ଥନୀତିର ରୂପାନ୍ତରୀକରଣ
ଜାତୀୟ ଖବର

ଡିଜିଟାଲ କାରବାରରେ ଦ୍ରୁତ ଅଭିବୃଦ୍ଧି: କ୍ୟାସଲେସ ଅର୍ଥନୀତିର ରୂପାନ୍ତରୀକରଣ

January 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗତ କିଛି ବର୍ଷ ଭିତରେ ଏକ  ସମାଜ ଗଠନ କରିବା ପାଇଁ  କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି ଘଟିଛି। ଭାରତର  ପ୍ରଗତି ପଥରେ ୟୁପିଆଇର ବଡ ଭୂମିକା ରହିଛି। ଡିସେମ୍ବର ୨୦୨୪ ସୁଦ୍ଧା ୟୁପିଆଇ ମାଧ୍ୟମରେ ରେକର୍ଡ ସଂଖ୍ୟକ ୧୬.୭୩ କୋଟି କାରବାର କରାଯାଇଛି। ଏହାଛଡା ଅର୍ଥ ନେଣଦେଣ କାରବାରକୁ ଅଧିକା କ୍ଷିପ୍ର, ସହଜ ଓ ନିରାପଦ କରିବାକୁ ଆଇଏମପିଏସ, ଏନଇଟିସି ଫାସଟ୍ୟାଗ ପରି ସୁବିଧା କରାଯାଇଛି।

ୟୁନିଫାଏଡ ପେମେଂଟସ ଇଂଟରଫେସ ବା ୟୁପିଆଇ ମାଧ୍ୟମରେ ଏକାଧିକ ବ୍ୟାଙ୍କ ଆକାଉଂଟକୁ ଏବେ ଏକକ ମୋବାଇଲ ଆପ୍ଲିକେସନରେ ପରିଣତ କରାଯାଇଛି। ଗୋଟିଏ ଆପ୍ଲିକେସନ ଅଧୀନରେ ଏକାଧିକ ବ୍ୟାଙ୍କିଙ୍ଗ ଫିଚର, ସିମଲେସ ଫଣ୍ଡ ରାଉଟିଂ, ଖୁଚୁରା ଅର୍ଥ ପୈଠ ପରି ବିଭିନ୍ନ ସୁବିଧା ରହିଛି। ଅର୍ଥ ଦେଣନେଣ କାରବାରକୁ ଏହା କେବଳ କ୍ଷିପ୍ର, ନିରାପଦ ଓ ସହଜସାଧ୍ୟ କରିନାହିଁ ବରଂ ବ୍ୟକ୍ତି, ଖୁଚୁରା ବେପାର ଓ ବ୍ୟବସାୟୀଙ୍କୁ ସଶକ୍ତ କରି ଦେଶର ଅର୍ଥନୀତିକୁ କ୍ୟାସଲେସ କରିପାରିଛି।

ନେସନାଲ ପେମେଂଟସ କର୍ପୋରେସନ ଅଫ ଇଣ୍ଡିଆ ବା ଏନସିପିଆଇର ସୂଚନା ଅନୁସାରେ ପ୍ରାୟ ୨୩. ୨୫ ଲକ୍ଷ କୋଟି ଟଙ୍କାର ୧୬.୭୩ କୋଟି କାରବାର କରାଯାଇ ୟୁପିଆଇ ରେକର୍ଡ ସୃଷ୍ଟି କରିପାରିଛି। ନଭେମ୍ବର ମାସରେ ହୋଇଥିବା ୨୧.୫୫ ଲକ୍ଷ କୋଟି ଟଙ୍କାର କାରବାର ଅପେକ୍ଷା ଏହି କାରବାର ଏବେ ଭଲ ପ୍ରଦର୍ଶନ କରିଛି। ୨୦୨୪ରେ ୟୁପିଆଇ ମାଧ୍ୟମରେ ୧୭୨ କୋଟି କାରବାର ହୋଇଛି। ୨୦୨୩ରେ ହୋଇଥିବା ୧୧୭. ୬୪ କୋଟି କାରବାରର ଏହା ୪୬ ପ୍ରତିଶତ ବୃଦ୍ଧି ବୋଲି କୁହାଯାଇଛି।

ମୋବାଇଲ ଟ୍ରାନଜାକ୍ସନ ଅପେକ୍ଷା ୟୁପିଆଇ କାରବାର ଅଧିକା ହୋଇଛି। ବିଭିନ୍ନ ଆକାଉଂଟ ଭିତରେ ଏକ ନିର୍ଭରଯୋଗ୍ୟ କାରବାର ପାଲଟିଛି ଆଇଏମପିଏସ। ୨୦୧୦ରୁ ଆରମ୍ଭ ହୋଇଥିବା ଏହି ଆଇଏମପିଏସ କାରବାର ଫଳରେ ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନ ଭିତରେ ଚବିଶ ଘଂଟିଆ ସେବା ତ୍ୱରାନ୍ୱିତ କରାଯାଇ ପାରିଛି। ବ୍ୟକ୍ତି ଓ ବ୍ୟବସାୟୀଙ୍କ ପାଇଁ ମୋବାଇଲ, ଏଟିଏମ, ଏସଏମଏସ, ଇଂଟରନେଟ ମାଧ୍ୟମରେ ଟ୍ରାନଜାକ୍ସନ କରାଯାଇ ଏହାକୁ ଏକ ଅତ୍ୟାବଶ୍ୟକ ମାଧ୍ୟମ ରୂପେ ପରିଗଣିତ କରାଯାଇଛି। ୨୦୨୪ ନଭେମ୍ବରରେ ୪୦୭. ୯୨ କୋଟି କାରବାର ହୋଇଥିବା ବେଳେ ୨୦୨୪ ଡିସେମ୍ବରରେ ଆଇଏମପିଏସ ଟ୍ରାନଜାକ୍ସନ ୪୪୧ କୋଟି ଟ୍ରାନଜାକ୍ସନକୁ ଛୁଇଁ ଏହା ରେକର୍ଡ ସୃଷ୍ଟି କରିପାରିଛି। ୨୦୨୪ ନଭେମ୍ବରରେ ୫.୫୮ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିବା ବେଳେ ଡିସେମ୍ବର ଏହା ୬.୦୧ ଲକ୍ଷ କୋଟି ଟଙ୍କାରେ ପହଂଚିପାରିଛି।

ଏନଇଟିସି ଫାସଟ୍ୟାଗ ହେଉଛି ଆଉ ଏକ ଡିଜିଟାଲ ଅର୍ଥ କାରବାର ମାଧ୍ୟମ। ଜାତୀୟ ରାଜପଥରେ ରହିଥିବା ଟୋଲ ଗେଟରେ ଅର୍ଥ ଦେବା ପାଇଁ ନେସନାଲ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ ବା ଏନଇଟିସି ଫାସଟ୍ୟାଗ ଦ୍ୱାରା ନଗଦ ନଦେଇ ଅର୍ଥ ପଇଠ କରାଯାଇ ପାରୁଛି। ଫଳରେ ଟୋଲ ପ୍ଲାଜା ପାଖରେ ଗାଡି ଛିଡା ନହୋଇ ଫାସଟ୍ୟାଗ ମାଧ୍ୟମରେ ଗାଡି ଚାଳକମାନେ ଅର୍ଥ ପଇଠ କରିପାରୁଛନ୍ତି। ସେଭିଂସ, କରେଂଟ କିମ୍ବା ପ୍ରିପେଡ ବ୍ୟାଙ୍କ ଆକାଉଂଟକୁ ଫାସଟ୍ୟାଗ ସହ ଯୋଡି ଗାଡି ଚାଳକମାନେ ସମୟ ଓ ତୈଳ ବଂଚାଇ ଅର୍ଥ ପଇଠ କରିପାରୁଛନ୍ତି। ୨୦୨୪ ନଭେମ୍ବରରେ ୩୫୮. ୮୪ କୋଟି ଫାସଟ୍ୟାଗ କାରବାର ହୋଇଥିବା ବେଳେ ଡିସେମ୍ବରରେ ଏହା ୩୮୧. ୯୮ କୋଟିକୁ ବୃଦ୍ଧି ପାଇଥିବା ରେକର୍ଡ କହିଛି। ନଭେମ୍ବରରେ ୬, ୦୭୦ କୋଟି ଟଙ୍କା କାରବାରରୁ ଏହା ୬,୬୪୨ କୋଟି ଟଙ୍କାକୁ ଏହି କାରବାର ବୃଦ୍ଧି ପାଇଛି।

ୟୁପିଆଇ, ଆଇଏମପିଏସ, ଏନଇଟିସି ଫାସଟ୍ୟାଗ ମାଧ୍ୟମରେ ଡିଜିଟାଲ ଟ୍ରାନଜାକ୍ସନ ବୃଦ୍ଧି ପାଇ ଦେଶକୁ ଏକ ଦ୍ରୁତ ଡିଜିଟାଲ ଅର୍ଥନୀତିରେ ପରିଣତ କରିପାରିଛି। ଏପ୍ରକାର ଯାନ୍ତ୍ରିକ ସୁବିଧା ଫଳରେ ଅର୍ଥ ଦେଣନେଣ କାରବାର କେବଳ ସୁବିଧାଜନକ ହୋଇପାରିନାହିଁ ବରଂ ଅଧିକ ନିରାପଦ ହୋଇ ଠକେଇ କିମ୍ବା ଚୋରିରୁ ରକ୍ଷା ପାଇପାରିଛି। ଡିଜିଟାଲ ଭିତିଭୂମିରେ ପରିବର୍ତନ ହୋଇ ଅର୍ଥ କାରବାର ବ୍ୟବସ୍ଥାକୁ ପରିବର୍ଦ୍ଧିତ କରାଯାଇଛି। ଫଳରେ ଅର୍ଥ ଦେଣନେଣ କ୍ଷେତ୍ରରେ ରହିଥିବା ଭବିଷ୍ୟତକୁ ପୂର୍ବାପେକ୍ଷା ଅଧିକ ସମୁଜ୍ୱଳ କରାଯାଇ ପାରିଛି।

cashless digital transaction UPI କ୍ୟାସଲେସ କ୍ୟାସଲେସ ଅର୍ଥନୀତି ଡିଜିଟାଲ କାରବାର ଡିଜିଟାଲ ନେଣଦେଣ ୟୁପିଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.