Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନବ ଦାସ ହତ୍ୟାକାଣ୍ଡ, ମୁଖ୍ୟମନ୍ତ୍ରୀ ଚାହିଁଲେ ସିବିଆଇ ନିର୍ଦ୍ଦେଶ ଦେଇପାରିବେ, ଏଥିରେ ଏତେ ରାଜନୀତି କାହିଁକି ?
ଜାତୀୟ ଖବର

ନବ ଦାସ ହତ୍ୟାକାଣ୍ଡ, ମୁଖ୍ୟମନ୍ତ୍ରୀ ଚାହିଁଲେ ସିବିଆଇ ନିର୍ଦ୍ଦେଶ ଦେଇପାରିବେ, ଏଥିରେ ଏତେ ରାଜନୀତି କାହିଁକି ?

January 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନବ ଦାସ ହତ୍ୟାକାଣ୍ଡ, ମୁଖ୍ୟମନ୍ତ୍ରୀ ଚାହିଁଲେ ସିବିଆଇ ନିର୍ଦ୍ଦେଶ ଦେଇପାରିବେ, ଏଥିରେ ରାଜନୀତି କାହିଁକି ?

ଭୁବନେଶ୍ବର: ବର୍ତ୍ତମାନ ଓଡିଶା ରାଜନୀତିରେ ପୁଣି ଥରେ ନବ ଦାସ ହତ୍ୟାକାଣ୍ଡର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ବିଜେପି ନେତାମାନେ ନବ ଦାସ ପରିବାରଙ୍କୁ ଏକ ପ୍ରକାରର ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଦୁଇ ବର୍ଷ ତଳେ ଠିକ ଏହି ଜାନୁୟାରୀରେ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କର ହତ୍ୟାକୁ ନେଇ ପ୍ରଥମ ଦିନରୁ ବିଜେପି ସନ୍ଦେହ କରିଆସୁଛି। ଏହି ହତ୍ୟାକାଣ୍ଡରେ ଗୋପାଳ ଦାସ ନୁହଁ ଅନ୍ୟ ବଡ ବଡ ମୁଣ୍ଡ ରହିଛି ବୋଲି କହି ଆସୁଛି। ବିଜେଡି ସରକାର ଏହାର ତଦନ୍ତକୁ ଠିକରେ କରୁ ନାହାଁନ୍ତି ବୋଲି ଅଭିଯୋଗ କରି ସିବିଆଇ ତଦନ୍ତ ଦାବୀ କରିଥିଲେ।

ବର୍ତ୍ତମାନ ବିଜେପି ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ସରକାରରେ ଅଛି। ଏପରି କ୍ଷେତ୍ରରେ ପୁଣି ବିଜେପି କହୁଛି ଯେ, ନବ ଦାସଙ୍କ ଝିଅ ଦୀପାଳି ଦାସ ସରକାରଙ୍କୁ ଲେଖିକି ଦେଲେ ସିବିଆଇ ତଦନ୍ତ ହେବ। ଏହା କେଉଁ ଆଇନରେ ରହିଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏତବଡ ଘଟଣାକୁ ଯଦି ତତକାଳିନ ମୁଖ୍ୟମନ୍ତ୍ରୀ ଚପାଇ ଦେଇଥିଲେ ବୋଲି କୁହାଯାଉଛି ତେବେ ଏବର ମୁଖ୍ୟମନ୍ତ୍ରୀ ତାହାକୁ କାହିଁକି ଠିକରେ ତଦନ୍ତ କରିବାର ବ୍ୟବସ୍ଥା କରୁ ନାହାଁନ୍ତି।

ସାଧାରଣତଃ ସମସ୍ତଙ୍କୁ ଜଣା ଯେ, ସିବିଆଇ ତଦନ୍ତ ତିନିଟି କାରଣ ନେଇ ହୋଇପାରିବ। ତାହା ହେଲା ଯଦି କେନ୍ଦ୍ର ସରକାର ଚାହିଁବେ ତେବେ ସିବିଆଇ ତଦନ୍ତ ହୋଇପାରିବ। ସେହିପରି ଯଦି କୌଣସି ରାଜ୍ୟ ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ଅନୁରୋଧ କଲେ ତାହା ମଧ୍ୟ କାର୍ଯ୍ୟକାରୀ ହେବ। ଆଉ ଏକ କାରଣ ହେଲା ଯଦି କୋର୍ଟ ନିର୍ଦ୍ଦେଶ ଦେବେ ତେବେ ସିବିଆଇ ତଦନ୍ତ ହୋଇପାରିବ।

ସେଥିପାଇଁ ଯଦି ବିଜେପି ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବାକୁ ଚାହାଁନ୍ତି ତେବେ ମୁଖ୍ୟମନ୍ତ୍ରୀ ଅନୁରୋଧ କଲେ ତାହା କାର୍ଯ୍ୟକାରୀ ହେବ। ଏଥିରେ ଦୀପାଳି ଦାସଙ୍କର କୌଣସି ସୁପାରିଶର ଆବଶ୍ୟକତା ନାହିଁ। ତେଣୁ ଦୀପାଳି ଲେଖିକି ଦେଲେ ସିବିଆଇ ତଦନ୍ତ ହେବ ବୋଲି କହିବା କେବଳ ରାଜନୈତିକ ଫାଇଦା ହାସଲ ଛଡା ଆଉ କିଛି ନୁହେଁ।

ଅନ୍ୟପକ୍ଷରେ ନିର୍ବାଚନ ପ୍ରଚାର ବେଳେ ବିଜେପି ପ୍ରତିଶୃତି ଦେଇଥିଲା ଯେ, ବିଜେପି ସରକାରକୁ ଆସିଲେ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯିବ। ସେତେବେଳେ କେହି କେବେ ଦୀପାଳ ଦାସ ଲେଖିକରି ଦେଲେ ସିବିଆଇ ତଦନ୍ତ ହେବ ବୋଲି କହି ନ ଥିଲେ। ବର୍ତ୍ତମାନ ବିଜେପି ସରକାର ଆସିବା ପରେ ନିଜ ମୁଣ୍ଡର ଦୋଷ ଛଡାଇବା ପାଇଁ ବର୍ତ୍ତମାନ ବିଜେପିର ମନ୍ତ୍ରୀଠାରୁ ଆରମ୍ଭ କରି ବିଧାୟକ ନେତାମାନେ ଦୀପାଳି ଉପରକୁ ବଲ ଫିଙ୍ଗି ଦେଇ ରାଜନୈତିକ ଉଷୁମ ଟାଣୁଛନ୍ତି।

ସବୁଠାରୁ ଯଦି ବଡ ଆଶ୍ଚର୍ଯ୍ୟର ଘଟଣା ତାହା ହେଲା ଯେ, କ୍ରାଇମ ବ୍ରାଞ୍ଚ ତଦନ୍ତ। ବର୍ତ୍ତମାନ ସରକାରଙ୍କ ହାତରେ କ୍ରାଇମ ବ୍ରାଞ୍ଚ ରହିଛି। ତେଣୁ ସେତେବେଳେ ଯଦି କ୍ରାଇମ ବ୍ରାଞ୍ଚ ଭୁଲ ବାଟରେ ଯାଇଥିଲା, ତେବେ ବର୍ତ୍ତମାନ ସରକାର କାହିଁକି ସେହି ଫାଇଲ ପୁଣି ଖୋଲି ତଦନ୍ତ କରୁ ନାହାଁନ୍ତି। ତେଣୁ ରାଜ୍ୟ ସରକାର ଏକ ଅପରିପକ୍ବତା ଅବସ୍ଥା ଦେଇ ଗତି କରୁଛନ୍ତି ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଯାହା ଜଣାପଡୁଛି ବର୍ତ୍ତମାନର ରାଜ୍ୟ ସରକାର ନବ ଦାସ ହତ୍ୟାକାଣ୍ଡ ଉପରେ କିଛି କରିପାରିବେ ନାହିଁ ବୋଲି ଅନୁମାନ କରାଯାଉଛି।

Naba Das ନବ ଦାସ ହତ୍ୟାକାଣ଼୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

୨୭ଟି ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

September 15, 2025

ବିବାଦୀୟ ୱାକଫ ବିଲ ଉପରେ ସୁପ୍ରିମ କୋର୍ଟଙ୍କ ବଡ ରାୟ, ସଂପୂର୍ଣ୍ଣ ବିଲ ରଦ୍ଦ ହୋଇପାରିବ ନାହିଁ

September 15, 2025

ବିହାରରେ SIR ଉପରେ ଯାହା ନିଷ୍ପତ୍ତି ନିଆଯିବ, ତାହା ସମଗ୍ର ଦେଶରେ ପ୍ରଯୁଜ୍ୟ ହେବ: ସୁପ୍ରିମକୋର୍ଟ

September 15, 2025

‘ସମ୍ପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ୍ ଫିକ୍ସ ଥିଲା’: ସଞ୍ଜୟ ରାଉତଙ୍କ ଆଶ୍ଚର୍ଯ୍ୟଜନକ ଦାବି

September 15, 2025
Latest News

୨୭ଟି ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

September 15, 2025

ବିବାଦୀୟ ୱାକଫ ବିଲ ଉପରେ ସୁପ୍ରିମ କୋର୍ଟଙ୍କ ବଡ ରାୟ, ସଂପୂର୍ଣ୍ଣ ବିଲ ରଦ୍ଦ ହୋଇପାରିବ ନାହିଁ

September 15, 2025

ବିହାରରେ SIR ଉପରେ ଯାହା ନିଷ୍ପତ୍ତି ନିଆଯିବ, ତାହା ସମଗ୍ର ଦେଶରେ ପ୍ରଯୁଜ୍ୟ ହେବ: ସୁପ୍ରିମକୋର୍ଟ

September 15, 2025

‘ସମ୍ପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ୍ ଫିକ୍ସ ଥିଲା’: ସଞ୍ଜୟ ରାଉତଙ୍କ ଆଶ୍ଚର୍ଯ୍ୟଜନକ ଦାବି

September 15, 2025

ଏଥର କଲେଜ ନିର୍ବାଚନ ବାତିଲ !!!

September 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.