Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଣିକି କାର କିମ୍ବା ବାଇକର ବୀମା ନ କଲେ ମିଳିବ ନାହିଁ ପେଟ୍ରୋଲ-ଡିଜେଲ, ଆସିଲା ନୂଆ ନିୟମ
ଜାତୀୟ ଖବର

ଏଣିକି କାର କିମ୍ବା ବାଇକର ବୀମା ନ କଲେ ମିଳିବ ନାହିଁ ପେଟ୍ରୋଲ-ଡିଜେଲ, ଆସିଲା ନୂଆ ନିୟମ

January 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କର କାର, ବାଇକ କିମ୍ବା ସ୍କୁଟରକୁ ରାସ୍ତାରେ ଚଲାଇବାକୁ ଚାହୁଁଛନ୍ତି, ତେବେ ବୀମା କରାଇବା ନିହାତି ଆବଶ୍ୟକ। ଯଦି ଆପଣଙ୍କ ଗାଡ଼ିର ଥାର୍ଡ ପାର୍ଟି ବୀମା ନାହିଁ, ତାହେଲେ ଏବେଠାରୁ ଆପଣଙ୍କୁ ପେଟ୍ରୋଲ ପମ୍ପରେ ଇନ୍ଧନ ମିଳିବ ନାହିଁ। ନୂତନ ନିୟମ ଅନୁଯାୟୀ, ଯେଉଁ ଗାଡ଼ିର ବୀମା ନାହିଁ, ସେଗୁଡ଼ିକୁ ଭାରୀ ଜରିମାନା ମଧ୍ୟ ଲାଗିବ।

ନୂତନ ନିୟମ ଅନୁଯାୟୀ, ଆପଣ ଆପଣଙ୍କର ଗାଡ଼ି ପାଇଁ ମାନ୍ୟତାପ୍ରାପ୍ତ ଥାର୍ଡ ପାର୍ଟି ବୀମା ନ ଥିଲେ, ଆପଣ ପେଟ୍ରୋଲ କିମ୍ବା ଡିଜେଲ କିଣି ପାରିବେ ନାହିଁ। କେବଳ ଇନ୍ଧନ ନୁହେଁ,  ଫାସଟ୍ୟାଗ୍ ପାଇଁ ମଧ୍ୟ ଆପଣଙ୍କୁ ବୀମାର କାଗଜପତ୍ର ଦେଖାଇବାକୁ ପଡ଼ିବ। ତାର ଅର୍ଥ ହେଉଛି ଆପଣଙ୍କ ଗାଡ଼ିର ମାନ୍ୟତାପ୍ରାପ୍ତ ଥାର୍ଡ ପାର୍ଟି ବୀମା ପଲିସିକୁ ଫାସଟ୍ୟାଗ୍ ସହିତ ଯୋଡ଼ିବା ଆବଶ୍ୟକ।

ଯଦି ଆପଣଙ୍କ ପାଖରେ ଥାର୍ଡ ପାର୍ଟି ବୀମା ପ୍ରମାଣ ପତ୍ର ଅଛି ତେବେ ଆପଣ ଇନ୍ଧନ କିଣିବା ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଭୋଗ କରି ପାରିବେ। ଯଦି ଆପଣ ବୀମା ନାହିଁ ଆଉ ରାସ୍ତାରେ ଗାଡ଼ି ଚଲାଇବା ବେଳେ ଧରାପଡ଼ିବେ, ତେବେ ଆପଣକୁ ଭାରୀ ଜରିମାନା ଦେବାକୁ ହେବ।

ସରକାର ଫାସଟ୍ୟାଗ୍, ପଲ୍ୟୁସନ ସାର୍ଟିଫିକେଟ୍ ଏବଂ ଲାଇସେନ୍ସ ପରି ଗାଡ଼ିର ବୀମାପ୍ରମାଣ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି।

ଥାର୍ଡ ପାର୍ଟି ବୀମା ଆବଶ୍ୟକ

ଭାରତରେ ସମସ୍ତ ଗାଡ଼ି ପାଇଁ ଥାର୍ଡ ପାର୍ଟି ବୀମା ଆବଶ୍ୟକ। ଏହା ଟୁ ହ୍ୱିଲର୍ ଓ ଫୋର୍ ହ୍ୱିଲର୍ ଗାଡ଼ି ସବୁଠି ଲାଗୁ ହେବ। ଏବେ ଭାରତର ରାସ୍ତାରେ ଥାର୍ଡ ପାର୍ଟି ବୀମା ନ ଥିଲେ ଗାଡ଼ି ଚଲାଇବା ଅବୈଧ ଏବଂ ଏହା ପାଇଁ ଜରିମାନା ଲାଗିବ। ଥାର୍ଡ ପାର୍ଟି ବୀମା ଆପଣଙ୍କ ଗାଡ଼ି ଦ୍ୱାରା ଅନ୍ୟକୁ ହୋଇଥିବା କ୍ଷତିକୁ ସୁରକ୍ଷା ଦିଏ। ଯଦି ଆପଣ କୌଣସି ଦୁର୍ଘଟଣାର ସମ୍ମୁଖୀନ ହେବ, ତାହେଲେ ଥାର୍ଡ ପାର୍ଟି ବୀମା ସେ କ୍ଷତିକୁ ଭରଣା କରିବ।

ମୋଟର ଯାନ ଆଇନ କଣ କୁହେ?

ମୋଟର ଯାନ ଆଇନ ଅନୁଯାୟୀ, ରାସ୍ତାରେ ଚଳାଚଳା କରୁଥିବା ସମସ୍ତ ଗାଡ଼ି ପାଖରେ ଥର୍ଡ ପାର୍ଟି ବୀମା ରହିଥିବା ଆବଶ୍ୟକ। ନୂତନ ବୀମା କିଣିବା ସମୟରେ ଥାର୍ଡ ପାର୍ଟି ବାମୀ ପଲିସିକୁ ଫାସଟ୍ୟାଗ୍ ସହିତ ଯୋଡ଼ିବାକୁ ମଧ୍ୟ ବାଧ୍ୟତାମୂଳକ କରିଛି।

insurance ଗାଡି ବୀମା ଡିଜେଲ ପେଟ୍ରୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Latest News

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.