Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅବକାରୀ ସିପାହୀ ପ୍ରଶିକ୍ଷାର୍ଥୀଙ୍କର ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଜାତୀୟ ଖବର

ଅବକାରୀ ସିପାହୀ ପ୍ରଶିକ୍ଷାର୍ଥୀଙ୍କର ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

February 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅବକାରୀ ସିପାହୀ ପ୍ରଶିକ୍ଷାର୍ଥୀଙ୍କର ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: ଆଜି ନୟାଗଡ଼ ପି.ଟି.ଏସ୍ ଗ୍ରାଉଣ୍ଡ ଠାରେ ପ୍ରଥମ ବ୍ୟାଚ଼୍ ଅବକାରୀ ସିପାହୀ ପ୍ରଶିକ୍ଷାର୍ଥୀଙ୍କର ଦୀକ୍ଷାନ୍ତ ସମାରୋହରେ ମୁଖ୍ୟଅତିଥି ଭାବେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗ ଦେଇ ଉଦବୋଧନ ପ୍ରଦାନ କରିଥିଲେ।

ଅବକାରୀ ସିପାହୀ ମାନେ ହେଉଛନ୍ତି ଅବକାରୀ ବିଭାଗ ର ମେରୁଦଣ୍ଡ ସଦୃଶ।ଅବକାରୀ ସିପାହୀ ମାନଙ୍କର ସମାଜରେ ଏକ ପ୍ରମୁଖ ଭୂମିକା ରହିଛି।ଅବକାରୀ ପ୍ରଶାସନର ସମ୍ପୂର୍ଣ୍ଣ କାର୍ଯ୍ୟ ଅବକାରୀ ଷ୍ଟେସନର ଅଧିକାରୀଙ୍କ ଦକ୍ଷତା,ପ୍ରତିବଦ୍ଧତା, ବୃତ୍ତିଗତତା ଏବଂ ସାଧୁତା ଉପରେ ନିର୍ଭର କରେ।ଏକ ଷ୍ଟେସନରେ ନିଯୁକ୍ତ ଅବକାରୀ ସିପାହୀ ଅନୁଭବ କରିବା ଉଚିତ ଯେ ଅବକାରୀ ଆଇନ ଅନୁଯାୟୀ ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ଵୟନ ପାଇଁ ସମାଜରେ ତାଙ୍କର ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ। ଏହା ଅବକାରୀ ଆଇନ ଏବଂ ନିୟମ ଅନୁଯାୟୀ ବିଭିନ୍ନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ସମୟରେ ସାଧାରଣ ଜନତାଙ୍କଠାରୁ ପ୍ରମୁଖ ସହଯୋଗ ହାସଲ କରିବ ଉଚିତ।

ଓଡ଼ିଶା ପ୍ରଦେଶରେ ବେଆଇନ ମଦ,ଗଞ୍ଜେଇ ଓ ବ୍ରାଉନସୁଗାର ଚାଲାଣକୁ ସଂପୂର୍ଣ୍ଣ ରୂପେ ରୋକିବା ଦିଗରେ ଅବକାରୀ ବିଭାଗ କାର୍ଯ୍ୟ କରୁଛି। ଓଡ଼ିଶାର ପ୍ରତି ଜିଲ୍ଲାରେ ଅବକାରୀ ବିଭାଗ ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଉଛି।ଆଗାମୀ ଦିନରେ ରାଜ୍ୟରେ ଅବକାରୀ ଏକାଡେ଼ମୀ ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି।ଅବକାରୀ ବିଭାଗ କୁ ସଂପୂର୍ଣ୍ଣ ରୂପେ ସଶକ୍ତିକରଣ କରାଯିବା ସହ ଅବକାରୀ ବିଭାଗର ନୂତନ ପଲିସି ଲାଗୁ ହୋଇଛି ଏବଂ ଦୁଇ ବର୍ଷ ମଧ୍ୟରେ ଚ଼ୋରା ମଦ କାରବାର କୁ ସମ୍ପୂର୍ଣ୍ଣ ରୂପେ ଧୂଳିସାତ୍ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି‌।

ଭାରତୀୟ ନ୍ୟାୟ ସଂହିତା,ଭାରତୀୟ ନାଗରିକ ସୁରକ୍ଷା ସଂହିତା,ଭାରତୀୟ ସାକ୍ଷ ଆଧିନିୟମ,ଅବକାରୀ ନିୟମ (Excise Rule),ଅବକାରୀ ନିୟମାବଳୀ (Excise Manual),ଅବକାରୀ ଅଧିନିୟମ(Excise Act),NDPS ଅଧିନିୟମ,ସରକାରୀ ସେବକ ଆଚରଣ ନିୟମ ଓ‌ ଅବକାରୀ ସିପାହୀ ମାନଙ୍କର ଦାୟିତ୍ୱ,‌ କର୍ତ୍ତବ୍ୟ ଆଦି ବିଷୟରେ ବିସ୍ମୃତ ଭାବେ ଆଲୋଚ଼ନା କରିବା ସହ ଜଣେ ଜଣେ ଶୃଙ୍ଖଳିତ, କର୍ତ୍ତବ୍ୟନିଷ୍ଠ, ନିଷ୍ଠାପର, ସାଧୁତା, ସମାଜ ପାଇଁ ପ୍ରତିବଦ୍ଧତା, ନିଜ କର୍ମ କୁ ଭଲ ପାଇବା ଏବଂ ସଚ୍ଚୋଟ ସିପାହୀ ଭାବେ କାର୍ଯ୍ୟ କରିବା ସଙ୍ଗେସଙ୍ଗେ ଆମ ଅବକାରୀ ବିଭାଗର ନାମ ତଥା ଗାରିମା ଶୀର୍ଷରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ପରାମର୍ଶ ଦେଇଥିଲେ।

ଏହି ସମାରୋହରେ ଅବକାରୀ ଆୟୁକ୍ତ ଶ୍ରୀ ନରସିଂହ ଭୋଳ, ମାନ୍ୟବର ଖଣ୍ଡପଡ଼ା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ବାଇଁ,ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ, କନ୍ଧମାଳ ର ପୂର୍ବତନ ସାଂସଦ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ,ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟ ଅଧ୍ଯକ୍ଷ, ପ୍ରଶାସନିକ ଅଧିକାରୀ,ଜିଲ୍ଲା ପୋଲିସ୍ ଅଧିକାରୀ,ଅବକାରୀ ବିଭାଗ ର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

ଅବକାରୀ ବିଭାଗ ଅବକାରୀ ସିପାହୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025

ଭଦ୍ରକ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ

August 20, 2025
Latest News

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025

ଭଦ୍ରକ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ

August 20, 2025

ଇଣ୍ଟରଗ୍ରୁପ୍ ସୈନିକସ୍କୁଲ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଉଦଘାଟିତ

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.