Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓ୍ବେଭ୍ସ ୨୦୨୫: କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସିଜନ-୧ରେ ଶିକ୍ଷା ଓ ଗେମିଂର ସମନ୍ୱୟ
ଜାତୀୟ ଖବର

ଓ୍ବେଭ୍ସ ୨୦୨୫: କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସିଜନ-୧ରେ ଶିକ୍ଷା ଓ ଗେମିଂର ସମନ୍ୱୟ

February 11, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) କ୍ଷେତ୍ରରେ ଆପଣଙ୍କ ସହରର ଅଗ୍ରଗତି ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଅଛି, ତେବେ ଆପଣଙ୍କ ପାଖରେ ଏକ ଜାତୀୟ ପ୍ଲାଟଫର୍ମରେ ସ୍ୱୀକୃତି ପାଇବାର ସୁବର୍ଣ୍ଣ ସୁଯୋଗ ଅଛି। ୱାର୍ଲ୍ଡ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ) ୨୦୨୫ ସେହି ବ୍ୟକ୍ତିବିଶେଷଙ୍କ ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି ଯେଉଁମାନେ ନିଜ ସହରର ସ୍ଥାୟୀ ପ୍ରୟାସ, ଆହ୍ୱାନ ଏବଂ ଉପଲବ୍ଧିକୁ ବୁଝନ୍ତି।

‘ସିଟି କ୍ୱେଷ୍ଟ: ଶେଡ୍ସ ଅଫ୍ ଭାରତ’ ଏକ ଅଭିନବ ଶିକ୍ଷାଗତ ଖେଳ, ୱେଭ୍ସ ୨୦୨୫ ଅଧୀନରେ ଚାଲିଥିବା କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜର ଏକ ପ୍ରମୁଖ ଉପାଦାନ। ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି)ର ଲେନ୍ସ ମାଧ୍ୟମରେ ସହରାଞ୍ଚଳ ବିକାଶ ମ୍ୟାଟ୍ରିକ୍ସକୁ ଗେମିଂ କରି ଯୁବପିଢ଼ିଙ୍କୁ ଶିକ୍ଷିତ ଏବଂ ପ୍ରେରଣା ଦେବା ପାଇଁ ଏହି ଆକର୍ଷଣୀୟ ଖେଳ ପ୍ରସ୍ତୁତ କରାଯାଇଛି। ଏଥିରେ ଦେଶର ୫୬ଟି ସହରର ସାମର୍ଥ୍ୟ ଓ ଆହ୍ୱାନକୁ ଅନୁସନ୍ଧାନ କରାଯିବା ସହ ପିଲାଦିନର ଟ୍ରମ୍ପ କାର୍ଡ ଖେଳର ଆନନ୍ଦକୁ ମନେ ପକାଇ ଦିଆଯାଇଛି।

ଏହି ପ୍ଲାଟଫର୍ମ ଏକ ସୁଯୋଗ ପ୍ରଦାନ କରିବ ଯେଉଁଠାରେ ଉନ୍ନତ ଭବିଷ୍ୟତ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ପାଇଁ ସହରଗୁଡ଼ିକ ଉପରେ ଆଲୋକପାତ କରାଯିବ। ସହରୀ ନିର୍ଦ୍ଦିଷ୍ଟତାର ଚାମ୍ପିୟନ ଭାବରେ ଉଭା ହୁଅନ୍ତୁ ଏବଂ ସହରର ଏସଡିଜି ଯାତ୍ରା ବିଷୟରେ ଆପଣଙ୍କ ଜ୍ଞାନ ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ଏହାର ବିଜେତାଙ୍କୁ ମେ ୧ରୁ ୪, ୨୦୨୫ ପର୍ଯ୍ୟନ୍ତ ମୁମ୍ବାଇରେ ୱେଭ୍ସ ୨୦୨୫ରେ ସମ୍ମାନିତ କରାଯିବ।

ଏହି ଖେଳ ବିଷୟରେ

ସିଟି କ୍ୱେଷ୍ଟ ହେଉଛି ଏକ ଏକକ ଖେଳାଳି ଫର୍ମାଟ ଖେଳ ଯେଉଁଠାରେ ଖେଳାଳିମାନେ ସିଟି କାର୍ଡର ଡେକ୍ ବ୍ୟବହାର କରି ସେମାନଙ୍କ କମ୍ପ୍ୟୁଟର ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରନ୍ତି । ପ୍ରତ୍ୟେକ କାର୍ଡରେ ୬ଟି ମାନଦଣ୍ଡ ରହିଛି, ଯେଉଁଥିରେ ଖେଳାଳିମାନେ କ୍ଷୁଧା ସୂଚକାଙ୍କ, ଉନ୍ନତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଏବଂ ଲିଙ୍ଗଗତ ସମାନତା ଭଳି ବିଭିନ୍ନ ମାନଦଣ୍ଡ ଆଧାରରେ ସହରଗୁଡିକୁ ତୁଳନା କରିପାରିବେ । ଏହା ୧୫ଟି ଏସଡିଜିଉପରେ ନଜର ରଖିଥାଏ ଏବଂ ନୀତି ଆୟୋଗର ସହରାଞ୍ଚଳ ସୂଚକାଙ୍କ (୨୦୨୧)କୁ ବ୍ୟବହାର କରି ୫୬ଟି ସହରରେ ଶ୍ରେଷ୍ଠ ୬ଟି ଏସଡିଜିର ବ୍ୟବହାର କରେ ।

ଇଣ୍ଟରଆକ୍ଟିଭ ଗେମପ୍ଲେ ଜରିଆରେ ଏହା ଖେଳାଳିମାନଙ୍କୁ ୫୬ଟି ଭାରତୀୟ ସହରର ବିକାଶମୂଳକ ଆହ୍ୱାନ ଏବଂ ଉପଲବ୍ଧି ବିଷୟରେ ସୂଚନା ପ୍ରଦାନ କରିବା ସହ ଦୀର୍ଘମିଆଦୀ ରଣନୀତିର ପ୍ରଭାବ ଉପରେ ଗୁରୁତ୍ବାରୋପ କରିଥାଏ ।

ଖେଳାଳିମାନେ ସହର ଅନୁସନ୍ଧାନ ମାଧ୍ୟମରେ ପ୍ରତ୍ୟେକ ସହରର ବୈଶିଷ୍ଟ୍ୟ ଅନୁସନ୍ଧାନ କରୁଥିବା ବେଳେ, ବ୍ୟକ୍ତିଗତ ଏବଂ ସାମୂହିକ କାର୍ଯ୍ୟ କିପରି ବିଶ୍ୱସ୍ତରରେ ଭାରତର ସାମଗ୍ରିକ ସ୍ଥାୟୀତା ପ୍ରଦର୍ଶନକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିପାରିବ ସେ ବିଷୟରେ ମଧ୍ୟ ସେମାନେ ବୁଝିପାରିବେ ।

ସିଟିକ୍ୱେଷ୍ଟ ଖେଳ ସବୁ ବୟସ ବର୍ଗର ସମସ୍ତଙ୍କ ପାଇଁ ଖୋଲା ଅଛି ଏବଂ ଭାରତର ଜୀବନ୍ତ ସହରଗୁଡିକ ବିଷୟରେ ଅଧିକ ଜାଣିବା ସହିତ ଏକ ନୂତନ ଫର୍ମାଟ ସହିତ ଏକ ଚମତ୍କାର କାର୍ଡ ଖେଳର ଅନୁଭବ କରିବାର ସୁଯୋଗ ପ୍ରଦାନ କରେ । ଏହି ଖେଳରେ ଉଭୟ ଜାତୀୟ ଏବଂ ସହର ନିର୍ଦ୍ଦିଷ୍ଟ ଲିଡରବୋର୍ଡ ଅନ୍ତର୍ଭୁକ୍ତ, ଖେଳାଳିଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବା ଏବଂ ବିଭିନ୍ନ ଅଞ୍ଚଳର ଅଂଶଗ୍ରହଣକୁ ଉତ୍ସାହିତ କରିବା । ଖେଳାଳିମାନେ ନିଜ ସହର ପାଇଁ ସାଇନ୍ ଅପ୍ କରିପାରିବେ, ଯାହା ଗୋଷ୍ଠୀ ଏବଂ ସ୍ଥାନୀୟ ଗୌରବର ଭାବନା ସୃଷ୍ଟି କରିପାରିବ ।

ସିଟି କ୍ୱେଷ୍ଟ: ଆଇଆଇଟି ବମ୍ବେ ଇ-ସମିଟ୍ ୨୦୨୫ରେ ବୌଦ୍ଧିକ ଚିନ୍ତନ

‘ସିଟି କ୍ୱେଷ୍ଟ: ସେଡ୍ସ ଅଫ୍ ଭାରତ’ ହେଉଛି ଏକ ଶିକ୍ଷାଗତ ଖେଳ ଯାହା ନିରନ୍ତର ବିକାଶ ଲକ୍ଷ୍ୟ ଆଧାରରେ ୫୬ଟି ଭାରତୀୟ ସହରକୁ ତୁଳନା କରେ । ଗତ ସପ୍ତାହରେ ଇ-ସେଲ୍ ଆଇଆଇଟି ବମ୍ବେ ଆୟୋଜିତ ବାର୍ଷିକ ଫ୍ଲାଗସିପ୍ ଇଭେଣ୍ଟ ଇ-ସମିଟ୍ ୨୦୨୫ରେ ଏହାକୁ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦୁଇ ଦିନ ଧରି ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅସାଧାରଣ ଶକ୍ତି ଓ ନିରନ୍ତର ସୃଜନଶୀଳ ଉତ୍ସାହ ସହିତ ଅଂଶଗ୍ରହଣ କରିଥିଲେ।

ଆଇଆଇଟି ବମ୍ବେର ଇ-ସମିଟ ୨୦୨୫ରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ଇ-ଗେମିଂ ଫେଡେରେସନ୍ (ଇଜିଏଫ୍) ଗେମିଂ, ଷ୍ଟାର୍ଟଅପ୍ ଏବଂ ଉଦୀୟମାନ ଜ୍ଞାନକୌଶଳ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲା। ଆଲୋଚନା ସମୟରେ ଆଧୁନିକ ଉଦ୍ୟୋଗରେ ଗେମିଂ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଅଭିନବ ଜ୍ଞାନକୌଶଳ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

ବୈଠକରେ ନନ୍ଦନ ନିଲେକାନି, ଅନୁପମ ମିତ୍ତଲ ଓ ସୋନମ ୱାଙ୍ଗଚୁକ୍ ପ୍ରମୁଖ ଉପସ୍ଥିତ ଥିଲେ। ସିଟି କ୍ୱେଷ୍ଟ ଆଇଆଇଟିବି ଛାତ୍ରଛାତ୍ରୀ ଏବଂ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ଆଗାମୀ ବିଶ୍ୱ ଅଡିଓ ଭିଜୁଆଲ ଏଣ୍ଟରଟେନମେଣ୍ଟ ଶିଖର ସମ୍ମିଳନୀ ୨୦୨୫ ଏବଂ କ୍ରିଏଟ ଇନ୍ ଇଣ୍ଡିଆ ସିଜନ ୧ ଚ୍ୟାଲେଞ୍ଜ ବିଷୟରେ ଚର୍ଚ୍ଚା ଉଦ୍ରେକ କରିଥିଲା ।

ଆଇଆଇଟି ବମ୍ବେରେ ଇଣ୍ଟରଆକ୍ଟିଭ୍ ଷ୍ଟୋରୀଟେଲିଂ ମାଧ୍ୟମରେ ଏସଡିଜି ସହ ସଂପର୍କ

ସିଟି କ୍ୱେଷ୍ଟ ଇଣ୍ଟରଆକ୍ଟିଭ୍ ଷ୍ଟୋରୀଟେଲିଂ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ସହରଗୁଡିକ ବିଷୟରେ ଏକ ମନୋରମ ଅନୁଭୂତି ପ୍ରଦାନ କରିଥିଲା ଏବଂ ଏସଡିଜି ବିଶ୍ୱ ମାନ୍ୟତାରେ ଭାରତର ପ୍ରଦର୍ଶନରେ ଉଲ୍ଲେଖନୀୟ ଉନ୍ନତି ଆଣିବା ପାଇଁ ଦୈନନ୍ଦିନ କାର୍ଯ୍ୟରେ ଭାରତୀୟ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲା ।

ସିଟି କ୍ୱେଷ୍ଟ ଟ୍ରମ୍ପ କାର୍ଡ ଜରିଆରେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରି ନିଜ ସହରର ବ୍ରାଣ୍ଡ ଆମ୍ବାସାଡର ଭାବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆକର୍ଷଣୀୟ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ମନୋନୀତ ବିଜେତାମାନଙ୍କୁ ଦିନର ପ୍ରତି ଘଣ୍ଟାରେ ସିଟି କ୍ୱେଷ୍ଟ ଡେକର ଏକ ସ୍ୱତନ୍ତ୍ର ସଂସ୍କରଣ ପ୍ରଦାନ କରାଯାଇଥିଲା।

ସିଟି କ୍ୱେଷ୍ଟ: ସେଡ୍ସ ଅଫ୍ ଭାରତର ମୁଖ୍ୟାଂଶ :

ଅଭିନବ ଖେଳ: ଖେଳାଳିମାନେ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି, ଏସଡିଜି ହାସଲ କରିବାରେ ସହର କିପରି ଯୋଗଦାନ ଦିଏ ତାହା ଆକଳନ କରିବା ପାଇଁ ରଣନୀତିକ ଚିନ୍ତାଧାରା ବ୍ୟବହାର କରି, ଗୋଷ୍ଠୀ ଏବଂ ନାଗରିକ ଗୌରବର ଭାବନାକୁ ପ୍ରୋତ୍ସାହିତ କରେ ।

ବ୍ୟବଧାନକୁ ଦୂର କରିବା: ସିଟି କ୍ୱେଷ୍ଟ ଉଦାହରଣ ଦେଇଛି ଯେ ଗେମିଫିକେସନ୍ କିପରି ନୀତି ଏବଂ ଜନସାଧାରଣଙ୍କ ସଂପୃକ୍ତିକୁ ପ୍ରଭାବଶାଳୀ ଭାବରେ ପୂରଣ କରିପାରିବ, ଯାହା ଭାରତର ଯୁବକମାନଙ୍କୁ ନିରନ୍ତର ବିକାଶ ଦିଗରେ ଶିକ୍ଷିତ ଏବଂ ପ୍ରେରଣା ଦେବା ପାଇଁ ଏକ ଆକର୍ଷଣୀୟ ଉପାୟ ପ୍ରଦାନ କରିଥାଏ ।

ଓ୍ବେଭ୍ସ ୨୦୨୫:

କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଗାମୀ ବିଶ୍ୱ ଅଡିଓ ଭିଜୁଆଲ ଏଣ୍ଟରଟେନମେଣ୍ଟ ସମ୍ମିଳନୀ (ୱେଭ୍ସ ୨୦୨୫)ର ତାରିଖ ଏବଂ ସ୍ଥାନ ଘୋଷଣା କରିଛନ୍ତି । ସୃଜନଶୀଳ ଉଦ୍ୟୋଗକ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ଅଗ୍ରଣୀ ଭାବେ ପ୍ରତିଷ୍ଠିତ କରିବା ଉଦ୍ଦେଶ୍ୟରେ ଏହି ଐତିହାସିକ କାର୍ଯ୍ୟକ୍ରମ ମେ ୧, ୨୦୨୫ରୁ ମେ ୪, ୨୦୨୫ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୱେଭ୍ସ ପରାମର୍ଶଦାତା ବୋର୍ଡର ଅର୍ଥପୂର୍ଣ୍ଣ ବୈଠକ ପରେ ଏହି ଘୋଷଣା କରାଯାଇଛି । ଏହା ବିଶ୍ୱରେ ଏକ ସୃଜନଶୀଳ ଶକ୍ତି ହେବାର ରାଷ୍ଟ୍ରର ଅଭିଳାଷକୁ ପ୍ରତିଫଳିତ କରେ । ଏହି ଶିଖର ସମ୍ମିଳନୀ ପୂର୍ବପରି ମନୋରଞ୍ଜନ, ସୃଜନଶୀଳତା ଏବଂ ସଂସ୍କୃତିକୁ ସମନ୍ୱିତ କରିବ ଏବଂ ବିଶ୍ୱର ଶୀର୍ଷ ଗଣମାଧ୍ୟମ ସିଇଓ, ପ୍ରସିଦ୍ଧ ମନୋରଞ୍ଜନ ଜାଏଣ୍ଟଏବଂ ସୃଜନଶୀଳ ବୁଦ୍ଧିଜୀବୀମାନଙ୍କୁ ଏକାଠି କରିବ ।

ଏହି ଗେମ୍ ବର୍ତ୍ତମାନ ଗୁଗୁଲ୍ ପ୍ଲେ ମାଧ୍ୟମରେ ଆଣ୍ଡ୍ରଏଡ୍ ଡିଭାଇସରେ ମାଗଣାରେ ଉପଲବ୍ଧ ହେଉଛି, ଯାହା ସମଗ୍ର ଦେଶର ଖେଳାଳିମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗସହିତ ଜଡ଼ିତ ହେବା ପାଇଁ ଏକ ଉପଲବ୍ଧ ପ୍ଲାଟଫର୍ମ ପ୍ରଦାନ କରିବା ସହିତ ସହରୀ ବିକାଶ ଏବଂ ସ୍ଥାୟୀତା ଉପରେ ଏକ ସାମୂହିକ ବୋଧଗମ୍ୟତା କ୍ଷେତ୍ରରେ ମଧ୍ୟ ଯୋଗଦାନ କରେ ।

ଓ୍ବେଭ୍ସ ୨୦୨୫ କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସିଜନ-୧
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶକୁ ଦୁଇଥର ବିଭାଜିତ କରିଥିଲେ ନେହେରୁ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆକ୍ରମଣ

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025

ବିମାନ ଉଡ଼ାଣ ପୂର୍ବରୁ ବେଙ୍ଗାଲୁରୁ ବିମାନବନ୍ଦରରେ ଚେତାଶୂନ୍ୟ ହେଲେ ପାଇଲଟ୍

August 19, 2025

ଲଣ୍ଡନରେ ପାକିସ୍ତାନୀମାନଙ୍କୁ କଡ଼ା ଜବାବ: ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ର ସ୍ଲୋଗାନ ଦେଲେ ମୁସଲିମ ଝିଅ

August 19, 2025
Latest News

ଦେଶକୁ ଦୁଇଥର ବିଭାଜିତ କରିଥିଲେ ନେହେରୁ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆକ୍ରମଣ

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025

ବିମାନ ଉଡ଼ାଣ ପୂର୍ବରୁ ବେଙ୍ଗାଲୁରୁ ବିମାନବନ୍ଦରରେ ଚେତାଶୂନ୍ୟ ହେଲେ ପାଇଲଟ୍

August 19, 2025

ଲଣ୍ଡନରେ ପାକିସ୍ତାନୀମାନଙ୍କୁ କଡ଼ା ଜବାବ: ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ର ସ୍ଲୋଗାନ ଦେଲେ ମୁସଲିମ ଝିଅ

August 19, 2025

ଜାରି ରହିବ ରୁଷରୁ ତେଲ କିଣିବା: ଟ୍ରମ୍ଫଙ୍କ ଶୁଳ୍କ ଧମକ ମଧ୍ୟରେ ଇଣ୍ଡିଆନ୍ ଅଏଲ୍ ର ନିଷ୍ପତ୍ତି

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.