Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»TATA.ev 2027 ସୁଦ୍ଧା ଦେଶରେ 4 ଲକ୍ଷ ଚାର୍ଜ୍‌ ପଏଣ୍ଟ ସ୍ଥାପନା କରିବାକୁ ଯୋଜନା
ଜାତୀୟ ଖବର

TATA.ev 2027 ସୁଦ୍ଧା ଦେଶରେ 4 ଲକ୍ଷ ଚାର୍ଜ୍‌ ପଏଣ୍ଟ ସ୍ଥାପନା କରିବାକୁ ଯୋଜନା

February 19, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
TATA EV2
TATA.ev ଦେଶରେ 2027 ସୁଦ୍ଧା 4 ଲକ୍ଷ ଚାର୍ଜ୍‌ ପଏଣ୍ଟ ସ୍ଥାପନା କରିବାକୁ ଯୋଜନା

ମୁମ୍ବାଇ: ଭାରତର ଇଲେକ୍ଟ୍ରିକ୍‌ ଭେହିକିଲ୍‌ (EV) ବିପ୍ଳବ ଅଭିଯାନର ଅଗ୍ରଣୀ TATA.ev, ଆଜି ଦେଶର ଚାର୍ଜିଂ ମୌଳିକ ସୁବିଧାରେ ଦୃତ ପରିବର୍ତ୍ତନ କରିବା ପାଇଁ ଏକ ସାହସିକ, ଯୁଗାନ୍ତକାରୀ ପଦକ୍ଷେପ ଘୋଷଣା କରିଛି । 200,000 EV ରୁ ଅଧିକ ବିକ୍ରୟ ସଫଳତା ହାସଲ କରିବା ପରେ, EV ଲୋକମାନଙ୍କ ପାଇଁ ସହଜରେ ଉପଲବ୍‌ଧ ହେବା ଉଦ୍ଦେଶ୍ୟରେ ଏବଂ 2027 ସୁଦ୍ଧା 400,000 ଚାର୍ଜିଂ ପଏଣ୍ଟ, ବର୍ତ୍ତମାନଠାରୁ ଦୁଇ ଗୁଣରୁ ଅଧିକ, ଉପଲବ୍‌ଧ କରିବା ପାଇଁ TATA.ev ଏହାର ପ୍ରତିଶୃତିବଦ୍ଧତାକୁ ତ୍ୱରାନ୍ୱିତ କରିଛି ।

2019, ମସିହାରୁ, ଭାରତର EV ଚାର୍ଜିଂ ମୌଳିକ ସୁବିଧା ବିସ୍ତାର କରିବା ପାଇଁ TATA.ev ଏହାର ପ୍ରଚେଷ୍ଟାରେ ଅଗ୍ରଣୀ ହୋଇଛି । ପ୍ରଥମେ, ଟାଟା ଗ୍ରୁପ୍ କମ୍ପାନୀଗୁଡିକର ସହଭାଗୀତାରେ ସିମ୍‌ଲେସ୍‌ ଘରୋଇ/ହୋମ୍‌ ଚାର୍ଜିଂ ସମାଧାନର ଶୁଭାରମ୍ଭ କରିଛି ଏବଂ ତା’ପରେ EV ବହୁଳ ଭାବରେ ବ୍ୟବହାର ହେଉଥିବା ସହର ଏବଂ ଏହାର ଆଖପାଖରେ ସାର୍ବଜନୀନ ଚାର୍ଜିଂ ମୌଳିକ ସୁବିଧା ଆରମ୍ଭ କରିବ, ଫଳରେ ବ୍ୟକ୍ତି ବିଶେଷମାନେ ଖୁବ୍‌ ଶୀଘ୍ର EV କୁ ନିଜର ପସନ୍ଦ ପରିବର୍ତ୍ତନ କରିବା ପାଇଁ ମୂଖ୍ୟ ସହାୟତା ଏବଂ ପ୍ରୋତ୍ସାହନ ପ୍ରାପ୍ତ କରିବେ ।

ପରବର୍ତ୍ତୀ ଅଭିବୃଦ୍ଧି ପର୍ଯ୍ୟାୟକୁ ତ୍ୱରାନ୍ୱିତ କରିବା ପାଇଁ, TATA.ev 2023 ମସିହାରେ ଏହାର ‘ଖୋଲା ସହଯୋଗୀତା’ ଢାଞ୍ଚାର ଶୁଭାରମ୍ଭ କରିଥିଲା, ଏଥିପାଇଁ ଚାର୍ଜ୍‌ ପଏଣ୍ଟ ଅପରେଟର (CPOs) ଏବଂ ଅଏଲ୍‌ ମାର୍କେଟିଂ କମ୍ପାନୀ (OMCs) ସହିତ ଯୋଜନାଭୁକ୍ତ ସହଯୋଗୀତା ସ୍ଥାପନ କରିଥିଲା ।

ଏହି ସହଯୋଗୀତା ମୁଖ୍ୟ ଯାତାୟତ ପଥ ଗୁଡ଼ିକରେ, ଚାର୍ଜିଂ ମୌଳିକ ସୁବିଧା ବିସ୍ତାର କରିବାର ଲକ୍ଷ୍ୟ ରଖିଥିଲା, ଯଥା ଜାତୀୟ ରାଜପଥ ଗୁଡିକରେ ଯେଉଁଠାରେ ଲମ୍ବା ରାସ୍ତା ଯିବାର ଆବଶ୍ୟକତା ରହିଥାଏ । ଫଳରେ ମାତ୍ର 15 ମାସ ଭିତରେ ଭାରତରେ ସାର୍ବଜନୀନ ଚାର୍ଜିଂ ପଏଣ୍ଟ ସଂଖ୍ୟା ଦ୍ୱିଗୁଣରୁ ଅଧିକା ହୋଇଯାଇଛି, 18,000 ଚାର୍ଜିଂ ପଏଣ୍ଟରୁ ଅଧିକ ହୋଇଛି ।

TATA.ev ର ଏ ସମସ୍ତ ପ୍ରଚେଷ୍ଟାର ପ୍ରଭାବରୁ 1.5 ଲକ୍ଷରୁ ଅଧିକ ଘରୋଇ/ହୋମ୍‌ ଚାର୍ଜର୍‌, 2,500 କମ୍ୟୁନିଟି ଚାର୍ଜର ଏବଂ 200 ରୁ ଅଧିକ ସହରରେ ଥିବା TATA ଡିଲରସିପ୍‌ଙ୍କ ପାଖରେ 750 ଚାର୍ଜର ସ୍ଥାପନ ହେବା ଏହାର ଅନ୍ତର୍ଭୁକ୍ତ ଅଟେ ଏବଂ ବର୍ତ୍ତମାନ, ଭାରତରେ EV ପ୍ରୟୋଗର ସମ୍ଭାବନା ଅଧିକରୁ ଅଧିକ ବିସ୍ତାର କରିବା ପାଇଁ ଚ୍ୱାର୍ଜିଂ ମୌଳିକ ସୁବିଧା ବହୁ ଗୁଣରେ ବୃଦ୍ଧିହେବା ଆବଶ୍ୟକ ଏବଂ ଦୃତଗତିରେ ମଧ୍ୟ । ଦେଶବ୍ୟାପୀ 5 ବିଲିୟନ କିଲୋମିଟରରୁ ଅଧିକ ଗମନ ପଥ ରହିଛି, ଏହି ତଥ୍ୟରୁ EV ଉପଭୋକ୍ତାଙ୍କର ଆବଶ୍ୟକତା ଉପରେ TATA.ev ଆଲୋକପାତ କରିଛି ଏବଂ ଏହା ମଧ୍ୟ ଜାଣିପାରିଛି ଯେ ଚାର୍ଜିଂ ମୌଳିକ ସୁବିଧା କେଉଁ ସ୍ଥାନ ଗୁଡିକରେ ଅତ୍ୟନ୍ତ ଆବଶ୍ୟକ ଅଟେ।

‘ଖୋଲା ସହଯୋଗ 2.0’ ମାଧ୍ୟମରେ, TATA.ev ଏକ ଉଚ୍ଚ ଲକ୍ଷ୍ୟ ସହିତ ଭାରତର EV ଚାର୍ଜିଂ ପରିବେଶ ତ୍ୱରାନ୍ୱିତ କରିବାରେ ପ୍ରଚେଷ୍ଟାରତ : ଆଗାମୀ ଦୁଇ ବର୍ଷ ମଧ୍ୟରେ 400,000 ରୁ ଅଧିକ ଚାର୍ଜିଂ ପଏଣ୍ଟ ସ୍ଥାପନ କରିବାରେ ଲଖ୍ୟ ରଖିଛି, ଯାହାକି ବର୍ତ୍ତମାନ ସଂଖ୍ୟାଠାରୁ ଦୁଇଗୁଣରୁ ଅଧିକ ଏହି ଲକ୍ଷ୍ୟ ହାସଲ କରିବା ପାଇଁ, TATA.ev 30,000 ନୂତନ ସାର୍ବଜନୀନ ଚାର୍ଜିଂ ପଏଣ୍ଟ ସ୍ଥାପନ କରିବା ଉଦ୍ଦେଶ୍ୟରେ ପ୍ରମୁଖ ଚାର୍ଜିଂ ପଏଣ୍ଟ ଅପରେଟର (CPOs)ଙ୍କ ସହିତ ଏହାର ସହଯୋଗୀତାକୁ ସୁଦୃଢ଼ କରୁଛି ।

ଏହି ଚାର୍ଜିଂ ଷ୍ଟେସନଗୁଡ଼ିକ ସମସ୍ତ EV ପ୍ରକାର ଏବଂ ବ୍ରାଣ୍ଡକୁ ସମର୍ଥନ କରିବ, ଫଳରେ ସମସ୍ତ EV ଉପଭୋକ୍ତା, ଚାର୍ଜ ପଏଣ୍ଟ ଅପରେଟର, ଏବଂ ମୌଳିକ ସୁବିଧା ଯୋଜନାକାରୀଙ୍କ ପାଇଁ ବିସ୍ତାରିତ ଉପଲବ୍‌ଧତା ଏବଂ ପାରସ୍ପରିକ ଲାଭକାରୀ ପରିବେଶ ସୁନିଶ୍ଚିତ ହୋଇପାରିବ । ସାର୍ବଜନୀନ, କମ୍ୟୁନିଟି ଏବଂ ଘରୋଇ/ହୋମ୍‌ ଚାର୍ଜର୍‌ ଭଳି ବ୍ୟାପକ ସହଜ ଉପଲବ୍ଧ ନେଟ୍‌ୱାର୍କ୍‌ କ୍ରମ ବର୍ଦ୍ଦିତ ଚାହିଦା ପୁରଣ କରିବ ଏବଂ ତା ସହିତ ପ୍ରଦୁଷନ ବିହୀନ ଗମନାଗମନ ସୁନିଶ୍ଚିତ କରିବ, EV ଆଦକୁ ଲୋକଙ୍କର ପସନ୍ଦ ବୃଦ୍ଧି କରିବ ଏବଂ ସବୁଜ, ସ୍ଥାୟୀ ଭବିଷ୍ୟତ ଅଭିମୂଖେ ଭାରତର ପ୍ରଚେଷ୍ଟାକୁ ତ୍ୱରାନ୍ୱିତ କରିବ ।

TATA EV2 ଇଲେକ୍ଟ୍ରିକ୍‌ ଭେହିକିଲ୍‌ ଟାଟା ଇଭି
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ୮ଟି ଠିକଣାରେ ଚଢାଉ ଜାରି

August 18, 2025
Latest News

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025

ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟ କେତେ?

August 18, 2025

ଭୋଟ ଚୋରି ପ୍ରସଙ୍ଗ: ସିଇସି ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ!

August 18, 2025

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ: ୮ଟି ଠିକଣାରେ ଚଢାଉ ଜାରି

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.