Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜଙ୍ଗଲ ଅଗ୍ନି ନିୟନ୍ତ୍ରଣ ପାଇଁ ଓଡିଶା ସରକାର ନେଲେ ବହୁ ବିଧି ପଦକ୍ଷେପ, ଜାଣନ୍ତୁ କଣ
ଜାତୀୟ ଖବର

ଜଙ୍ଗଲ ଅଗ୍ନି ନିୟନ୍ତ୍ରଣ ପାଇଁ ଓଡିଶା ସରକାର ନେଲେ ବହୁ ବିଧି ପଦକ୍ଷେପ, ଜାଣନ୍ତୁ କଣ

February 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
FORESTFIRE
ଜଙ୍ଗଲ ଅଗ୍ନି ନିୟନ୍ତ୍ରଣ ପାଇଁ ଓଡିଶା ସରକାର ନେଲେ ବହୁ ବିଧି ପଦକ୍ଷେପ, ଜାଣନ୍ତୁ କଣ

ଭୁବନେଶ୍ୱର : ଆଗାମୀ ବନାଗ୍ନି ଋତୁରେ ଜଙ୍ଗଲଗୁଡ଼ିକରେ ଅଗ୍ନି ନିର୍ବାପନ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ବନାଗ୍ନି ନିରାକରଣ କାର୍ଯ୍ୟକ୍ରମଗୁଡ଼ିକ
ବନାଗ୍ନି ଋତୁ (Forest Fire Season) ର ଯଥେଷ୍ଟ ପୂର୍ବରୁ ନଭେମ୍ବର/ ଡିସେମ୍ବର ମାସ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା କାର‌୍ୟ୍ୟ ଯୋଜନା (District Action Plan/DAP)  ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତିଆରି କରାଯାଉଛି, ଯଦ୍ୱାରା ଅନ୍ୟ ବିଭାଗଗୁଡ଼କର ଦରକାରବେଳେ ସହାୟତା ମିଳିପାରୁଛି ।

ଜଙ୍ଗଲ ଆଭ୍ୟନ୍ତରୀଣ ତଥା ଜଙ୍ଗଲ ସୀମାବର୍ତ୍ତୀ ଅଞ୍ଚଳରେ ଅଗ୍ନି ପ୍ରଶମନ ରେଖା (Fire Lines ସୃଷ୍ଟି କରାଯାଇଅଛି । ବନଖଣ୍ଡ ଏବଂ ରେଞ୍ଜସ୍ତରୀୟ ସଚେତନତା ଅଭିଯାନ, ବନ ସଚେତନତା କାର‌୍ୟ୍ୟକ୍ରମର ସୂଚନା, ବ୍ୟାନର ଓ ବିଜ୍ଞାପନକୁ ସଠିକ୍ ସ୍ଥାନରେ ପ୍ରଦର୍ଶନ କରାଯାଇଛି ଏବଂ ବନାଗ୍ନି ନିର୍ବାପନ ମକ ଡ୍ରିଲ (mock drill) ଇତ୍ୟାଦି କରାଯାଉଅଛି ।

ବନାଗ୍ନି ଅବରୋଧକ ପ୍ରଶିକ୍ଷିତ ଦଳ ଗଠନ କରାଯାଇଅଛି ଓ ବନାଗ୍ନି ନିର୍ବାପନ ନିମନ୍ତେ ଆବଶ୍ୟକ ପରିମାଣ ଅଗ୍ନି ନିର୍ବାପକ ବାହନ ((fire fighting vehicles), ଅଗ୍ନି ନିର୍ବାପକ ଉପକରଣ, ଅଗ୍ନି ସୁରକ୍ଷା ଉପକରଣ ଇତ୍ୟାଦି ପ୍ରଦାନ କରାଯାଇଛି ।

ବନାଗ୍ନି ନିର୍ବାପନ ନିମନ୍ତେ ୩୩୪ ଗୋଟି ଅଗ୍ନି ସୁରକ୍ଷା ଦଳ /ଫାୟାର ପ୍ରୋଟେକ୍‌ଶନ ସ୍କ୍ୱାର୍ଡ (fire protection squad) ଗଠନ କରାଯାଇଅଛି । ବନାଗ୍ନି ପ୍ରଶମନରେ ସକ୍ରିୟ ଭାଗିଦାରୀକୁ ଅନୁଭବ କରି ଆବଶ୍ୟକ ମୁତାବକ ବନ ସୁରକ୍ଷା ସମିତି (VSS) ର ସମ୍ପୃକ୍ତି ଅନୁଯାୟୀ ସହାୟତା ରାଶି ପ୍ରଦାନ କରାଯାଉଛି ।

ରିଅଲ ଟାଇମ୍ ଆଧାରରେ ଏଲର୍ଟ ଚିହ୍ନଟ ଏବଂ ଏହାକୁ ପଠାଇବା ନିମନ୍ତେ ଗତବର୍ଷ ଶିମିଳିପାଳରେ ୫ ଗୋଟି AI/ML  କ୍ୟାମେରା ଲଗାଯାଇଛି । ରାଜ୍ୟ ମୁଖ୍ୟ ଦପ୍ତର ଓ ବନଖଣ୍ଡ ଦପ୍ତରରେ, ବନାଗ୍ନି ପରିଚାଳନା ନିମନ୍ତେ ୨୪ଢ ୭ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି ।

ବନାଗ୍ନି ସଙ୍କେତ (ALERT) ଗ୍ରହଣ କରିବା ନିମନ୍ତେ ବନ ସର୍ବେକ୍ଷଣ ସଂସ୍ଥା ର WEBSITE ସହିତ କାର‌୍ୟ୍ୟାଳୟର ମୋବାଇଲ ନମ୍ବର ଓ ରେଞ୍ଜ, ସେକ୍ସନ, ବିଟ ସ୍ତରୀୟ କର୍ମଚାରୀଙ୍କ ମୋବାଇଲ ନମ୍ବର ପଞ୍ଜୀକୃତ କରାଯାଇଛି ।

ଭାରତରେ ଜଙ୍ଗଲ ଅଗ୍ନିକାଣ୍ଡକୁ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍‌.ଏସ୍‌.ଆଇ), ଡେରାଡୁନ୍ ଦ୍ୱାରା ତଦାରଖ କରାଯାଉଛି । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍‌.ଏସ୍‌.ଆଇ), ଡେରାଡୁନ୍ ସମସ୍ତ ଫରେଷ୍ଟ ଫାୟାର ପଏଣ୍ଟକୁ ରାଜ୍ୟ ସହିତ ଯୋଗଯୋଗ କରନ୍ତି । ସମସ୍ତ ଫାୟାର ପଏଣ୍ଟଗୁଡ଼ିକ ସମ୍ପୃକ୍ତ କ୍ଷେତ୍ର କର୍ମଚାରୀଙ୍କ ଦ୍ୱାରା OFMS ପୋର୍ଟାଲ ମାଧ୍ୟମରେ ତାଙ୍କର ମୋବାଇଲ ଆପରେ ଡାଉନଲୋଡ୍ କରାଯାଇଥାଏ ।

ପଏଣ୍ଟ ଡାଉନଲୋଡ୍ କରିବା ପରେ, ନିୟୋଜିତ ଜଙ୍ଗଲ ଅଧିକାରୀ ନିଆଁକୁ ଆୟତ୍ତ କରିଥାନ୍ତି ଏବଂ ଫଟୋଗ୍ରାଫ ସହିତ ସବିଶେଷ ତଥ୍ୟ OFMS ମୋବାଇଲ ଆପ୍ ମାଧ୍ୟମରେ OFMSପୋର୍ଟାଲରେ ଅପଲୋଡ୍ କରିଥାନ୍ତି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ଆଗତ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ।

ForestFire
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଦେଶ କଂଗ୍ରେସ ଗଠନ କଲା ସୃଜନ କମିଟି ଓ ୱାର ରୁମ କମିଟି, ଜାଣନ୍ତୁ ଏହା କଣ

August 21, 2025

ପୁଣି ଓଡିଶାକୁ ଫେରିବ ପୋସ୍କୋ, କେନ୍ଦୁଝରରେ କରିବ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

August 21, 2025

‘କର୍ମଚାରୀ ସଂକଳ୍ପ ସମ୍ମିଳନୀ’କୁ ସମ୍ବୋଧନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

August 21, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025
Latest News

ପ୍ରଦେଶ କଂଗ୍ରେସ ଗଠନ କଲା ସୃଜନ କମିଟି ଓ ୱାର ରୁମ କମିଟି, ଜାଣନ୍ତୁ ଏହା କଣ

August 21, 2025

ପୁଣି ଓଡିଶାକୁ ଫେରିବ ପୋସ୍କୋ, କେନ୍ଦୁଝରରେ କରିବ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

August 21, 2025

‘କର୍ମଚାରୀ ସଂକଳ୍ପ ସମ୍ମିଳନୀ’କୁ ସମ୍ବୋଧନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

August 21, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.