Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମେକ୍‌ ଦ ଓ୍ୱାର୍ଲ୍ଡ ୱିୟର୍‌ ଖଦି ଚାଲେଞ୍ଜ: ଭାରତର ପ୍ରସିଦ୍ଧ ଖଦି ବସ୍ତ୍ରକୁ ପ୍ରଚାରିତ କରିବା ଲାଗି ଅଭିନବ ପ୍ରତିଯୋଗିତା
ଜାତୀୟ ଖବର

ମେକ୍‌ ଦ ଓ୍ୱାର୍ଲ୍ଡ ୱିୟର୍‌ ଖଦି ଚାଲେଞ୍ଜ: ଭାରତର ପ୍ରସିଦ୍ଧ ଖଦି ବସ୍ତ୍ରକୁ ପ୍ରଚାରିତ କରିବା ଲାଗି ଅଭିନବ ପ୍ରତିଯୋଗିତା

February 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ‘ମେକ୍ ଦ ୱାର୍ଲ୍ଡ ୱିୟର ଖଦି ଅଭିଯାନ’ର ଉଦ୍ଦେଶ୍ୟ ହେଉଛି ଭାରତର ସମୃଦ୍ଧ ବୟନଶିଳ୍ପ ଐତିହ୍ୟକୁ ବିଶ୍ୱ ଫ୍ୟାଶନ ଧାରା ସହିତ ମିଶ୍ରଣ କରିବା, ଯାହା ବିଜ୍ଞାପନ ଏବଂ ମୁକ୍ତବୃତ୍ତିର ପେସାଦାରମାନଙ୍କୁ ଏକ ରୋମାଞ୍ଚକର ଆହ୍ୱାନ ପ୍ରଦାନ କରିଥାଏ। ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭ୍) ର ଅଂଶବିଶେଷ ସ୍ୱରୂପ, ଏହି ପଦକ୍ଷେପ ଅଭିନବ ବିଜ୍ଞାପନ ମାଧ୍ୟମରେ ଖଦିକୁ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବେ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖିଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସହଯୋଗରେ ଆଡଭାର୍ଟାଇଜିଂ ଏଜେନ୍ସିଜ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଏଏଆଇ) ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ଘରୋଇ ଏବଂ ଆନ୍ତର୍ଜାତୀୟ ବଜାରରୁ ଅଂଶଗ୍ରହଣକାରୀଙ୍କୁ ଡିଜିଟାଲ୍, ପ୍ରିଣ୍ଟ୍, ଭିଡିଓ ଏବଂ ପରୀକ୍ଷାମୂଳକ ଫର୍ମାଟରେ ସୃଜନଶୀଳ ଅବଧାରଣା ସୃଷ୍ଟି କରିବାକୁ ଆମନ୍ତ୍ରଣ କରେ। ରଣନୀତିକ ଚିନ୍ତାଧାରା ଏବଂ ସୃଜନଶୀଳତା ଉପରେ ଧ୍ୟାନ ଦେଇ, ‘ମେକ୍ ଦ ୱାର୍ଲ୍ଡ ୱିୟର ଖଦି’ ଅଭିଯାନ ଖଦିର ବ୍ରାଣ୍ଡ ଭାବମୂର୍ତ୍ତିକୁ ବୃଦ୍ଧି କରିବା, ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ଏବଂ ସାରା ବିଶ୍ୱରେ ଏହାର କାଳଜୟୀ ଆକର୍ଷଣକୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ନୂତନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରେ।

ଓ୍ୱେଭ୍ସ ସମ୍ମିଳନୀ ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟର ଏବଂ ଜିଓ ୱାର୍ଲ୍ଡ ଗାର୍ଡେନରେ ଅନୁଷ୍ଠିତ ହେବ। ଏହାର ଏକ ଅଂଶବିଶେଷ ଭାବେ ପ୍ରସାରଣ ଏବଂ ସୂଚନାଭିତ୍ତିକ ମନୋରଞ୍ଜନ-ଇନଫୋଟେନମେଣ୍ଟ ବର୍ଗରେ ‘ମେକ୍ ଦ ୱାର୍ଲ୍ଡ ୱିୟର ଖଦି ପ୍ରତିଯୋଗିତା’ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଦୃଢ଼ ବ୍ରାଣ୍ଡିଂ ପାଇଁ ବିଜ୍ଞାପନ ଏବଂ ବିପଣନ ପେସାଦାରମାନଙ୍କୁ ଏକାଠି କରିବ। ଏହି ପ୍ରତିଯୋଗିତା ୱେଭସ୍ ଫ୍ଲାଗସିପ୍ ପଦକ୍ଷେପର ଏକ ଅଂଶବିଶେଷ ‘କ୍ରିଏଟ ଇନ ଇଣ୍ଡିଆ ଚ୍ୟାଲେଞ୍ଜ’ ଅଧୀନରେ ଆୟୋଜନ କରାଯାଉଛି । ଏଥିରେ ସମଗ୍ର ବିଶ୍ୱରୁ ୭୩,୦୦୦ରୁ ଅଧିକ ସୃଜନଶୀଳ ବ୍ୟକ୍ତି ଏବଂ ପେସାଦାର ପଞ୍ଜିକୃତ ହୋଇଛନ୍ତି।

୧୫ ଫେବୃଆରୀ ୨୦୨୫ ସୁଦ୍ଧା, ମେକ୍ ଦ ୱାର୍ଲ୍ଡ ୱିୟର ଖଦି ଅଭିଯାନ ଚ୍ୟାଲେଞ୍ଜରେ ୧୧୨ ଜଣ ଅଂଶଗ୍ରହଣକାରୀ ପଞ୍ଜୀକୃତ ହୋଇଛନ୍ତି ଏବଂ ସୃଜନଶୀଳ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହା ଭାରତୀୟ ଖଦିକୁ ଅଗ୍ରଣୀ କରିବାର ଅଭିଯାନ ସହିତ ବିଶ୍ୱ ମଞ୍ଚରେ ଭାରତର ସୃଜନଶୀଳ ସମ୍ଭାବନାକୁ ମଧ୍ୟ ପ୍ରତିଷ୍ଠା କରିବ।

ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପଞ୍ଜୀକରଣ ୨୭ ଜାନୁଆରୀ ଠାରୁ ଆରମ୍ଭ ହୋଇଥିବା ବେଳେ ୨୮ ଫେବୃଆରୀ ଶେଷ ତାରିଖ ରହିଛି। ମାର୍ଚ୍ଚ ୨୫ ତାରିଖରେ ଆବେଦନକାରୀଙ୍କୁ ଚୟନ କରାଯିବ ଏବଂ ଚୂଡ଼ାନ୍ତ ଚୟନ ଏପ୍ରିଲ ୧୦ ତାରିଖରେ ହେବ। ଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ନଗଦ ପୁରସ୍କାର ପ୍ରଦାନ କରାଯିବ। ବିଜେତାମାନଙ୍କୁ ୱେଭ୍ସ ୨୦୨୫ ଅବସରରେ ସମ୍ମାନିତ କରାଯିବ ।

ବୟନଶିଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Latest News

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.