Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଭିନେତା ଉତ୍ତମ ମହାନ୍ତି କଣ ପଦ୍ମଶ୍ରୀ ପାଇବା ପାଇଁ ଉପଯୁକ୍ତ ବ୍ୟକ୍ତି ନୁହଁନ୍ତି କି ?
ଜାତୀୟ ଖବର

ଅଭିନେତା ଉତ୍ତମ ମହାନ୍ତି କଣ ପଦ୍ମଶ୍ରୀ ପାଇବା ପାଇଁ ଉପଯୁକ୍ତ ବ୍ୟକ୍ତି ନୁହଁନ୍ତି କି ?

March 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
UttamMohanty
ଅଭିନେତା ଉତ୍ତମ ମହାନ୍ତି କଣ ପଦ୍ମଶ୍ରୀ ପାଇବା ପାଇଁ ଉପଯୁକ୍ତ ବ୍ୟକ୍ତି ନୁହଁନ୍ତି କି ?

ଭୁବନେଶ୍ବର: ଓଡିଶାର ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ଉତ୍ତମ ମହାନ୍ତି, ଏହାକୁ ଯେ କେହି ସ୍ବୀକାର କରିବ ଏଥିରେ ସନ୍ଦେହ ନାହିଁ। ସେ ଏପରି ଜଣେ ଅଭିନେତା ଯାହାଙ୍କୁ ସାରା ଓଡିଶାର ଘରେ ଘରେ ଜାଣନ୍ତି। ସେହିପରି ଅଭିନେତା ଶେଷରେ ନିଜର ଅଭିନୟ ସାରି ଫେରିଯାଇଛନ୍ତି। ତେବେ ତାଙ୍କର ପରଲୋକ ପରେ ପ୍ରଶ୍ନ ଉଠିଛି ଯେ, ଉତ୍ତମ ମହାନ୍ତି କଣ ପଦ୍ମଶ୍ରୀ ପାଇବା ପରି ବ୍ୟକ୍ତି ନୁହଁନ୍ତି କି ?

ଓଡିଶାରେ କେତେ ଯୋଗ୍ୟ ବ୍ୟକ୍ତି ପଦ୍ମଶ୍ରୀ ପାଇଛନ୍ତି ତାହା ଆଲୋଚନା କରିବା ଅନାବଶ୍ୟକ। କାରଣ ପଦ୍ମଶ୍ରୀ ପାଇଥିବା ଅନେକ ବ୍ୟକ୍ତିଙ୍କର ଯୋଗ୍ୟତା କିପରି ମପାଗଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସେମାନେ କେତେ ଯୋଗ୍ୟ ବା ଅଯୋଗ୍ୟ ତାହା ବଡ କଥା ନୁହେଁ। ହେଲେ ଦୁଃଖର କଥା ଯେଉଁମାନେ ଯୋଗ୍ୟ ସେମାନଙ୍କୁ କେମିତି କେହି ଭୁଲିଯିବ ?

ଉତ୍ତମ ମହାନ୍ତି ଏପରି ଏକ ଅଭିନେତା ଯେ କି ଓଡିଆ ଚଳଚିତ୍ରକୁ ଶିଖରରେ ପହଞ୍ଚାଇ ପାରିବାରେ ସମର୍ଥ ହୋଇଥିଲେ। ସେ ଓଡିଆ ଚଳଚିତ୍ରର ଜଣେ ରୋମାଣ୍ଟିକ ହିରୋ। ତାଙ୍କ ସମୟରେ ଯେଉଁମାନେ ଅଭିନୟ କରୁଥିଲେ ସେମାନଙ୍କଠାରୁ ଉତ୍ତମ ମହାନ୍ତି ସଂପୂର୍ଣ୍ଣ ଅଲଗା। ରୂପରେ, ଗୁଣରେ, ଅଭିନୟରେ ସେ ଥିଲେ ପ୍ରକୃତ ହିରୋ। ସେ ଅଭିନୟ କରିଥିବା ମୋଟ 135 ଟି ଚଳଚିତ୍ର ମଧ୍ୟରୁ ପ୍ରାୟ 95 ପ୍ରତିଶତ ସଫଳତା ହାସଲ କରିଛି। ଯାହା ତାଙ୍କ ଅଭିନୟ ଜୀବନ ତଥା ଓଡିଆ ଚଳଚିତ୍ର ଜଗତର ଏକ ମାଇଲ ଖୁଣ୍ଟ।

ଉତ୍ତମ ମହାନ୍ତି ଚଳଚିତ୍ର ଅଭିନୟରେ ସାରା ଜୀବନ ତ୍ୟାଗ କରିଛନ୍ତି। ଚଳଚିତ୍ରରେ ଭଲ ଅଭିନୟ କରିବା ପାଇଁ ସେ ଯେତିକି ପରିଶ୍ରମ କରୁଥିଲେ, ସେହିପରି ଓଡିଆ ଚଳଚିତ୍ରକୁ ଶିଖରରେ ପହଞ୍ଚାଇବା ମଧ୍ୟ ସେତକି ପ୍ରଚେଷ୍ଠା କରିଛନ୍ତି। ତାଙ୍କ ଚଳଚିତ୍ର ଦେଖିବା ପାଇଁ ସେତେବେଳେ ଶଗଡରେ ଲୋକେ ଚଳଚିତ୍ର ପ୍ରେକ୍ଷାଳୟକୁ ଆସୁଥିଲେ। ଆଉ ଚଳଚିତ୍ର ଦେଖିବା ପରେ ଉତ୍ତମଙ୍କ ଉତ୍ତମ ଅଭିନୟକୁ ତାରିଫ କରି ଫେରୁଥିଲେ। ସେ ଦର୍ଶକଙ୍କ ମନ ଭିତରେ ସବୁଦିନ ପାଇଁ ଏକ ଛାପ ପକାଇବାରେ ସକ୍ଷମ ହୋଇ ପାରୁଥିଲେ।

ସେ ଏପରି ଜଣେ ବ୍ୟକ୍ତିତ୍ବ ଯେ, କି ଅଭିନୟ ବ୍ୟତିତ ଆଉ କିଛି ଦେଖୁ ନ ଥିଲେ। ପୁରସ୍କାର ପ୍ରଶଂସାଠାରୁ ସେ ଥିଲେ ବହୁଦୂରରେ। ଅନେକ ଅଭିନେତା ଅଛନ୍ତି ଅଭିନୟ ସହିତ ସେ ଭିତରେ ଭିତରେ କିପରି ରାଜନୀତି କରାଯାଏ ତାହା ବେଶ ଭଲ ଭାବେ ଜଣା ଥାଏ। ହେଲେ ଉତ୍ତମ ମହାନ୍ତି ଏହିପରି ଏକ ବ୍ୟକ୍ତି ଯେ ଏସବୁରୁ ବହୁ ଦୂରରେ ରହୁଥିଲେ। ସେ ସାରା ଜୀବନ କେବଳ ଅଭିନୟ ଆଉ ଅଭିନୟ ଭିତରେ ସମୟ ବିତାଉଥିଲେ। ହେଲେ ସେହିପରି ଏକ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ନ ଦେବା ସବୁଠାରୁ ଦୁଃଖ ଦାୟକ ଘଟଣା।

ଉତ୍ତମ ମହାନ୍ତି ଉତ୍ତମ ମହାନ୍ତିଙ୍କ ପରଲୋକ
Share. Facebook Twitter LinkedIn Email WhatsApp Copy Link

Related Posts

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026
Latest News

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.