Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଖିଚିଂ ମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କିଚକେଶ୍ବରୀ ମନ୍ଦିର ପାଇଁ ୫୦ କୋଟି ଟଙ୍କା ଘୋଷଣା
ଜାତୀୟ ଖବର

ଖିଚିଂ ମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କିଚକେଶ୍ବରୀ ମନ୍ଦିର ପାଇଁ ୫୦ କୋଟି ଟଙ୍କା ଘୋଷଣା

March 1, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
khiching
ଖିଚିଂ ମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କିଚକେଶ୍ବରୀ ମନ୍ଦିର ପାଇଁ ୫୦ କୋଟି ଟଙ୍କା ଘୋଷଣା

ଭୁବନେଶ୍ବର: ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂ ପ୍ରସିଦ୍ଧ କିଚକେଶ୍ବରୀ ମନ୍ଦିରର ବିକାଶ ଏବଂ ଉନ୍ନତିକରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ସହିତ ଏଥି ନିମନ୍ତେ ଆନୁସଙ୍ଗିକ ୫୦ କୋଟି ଟଙ୍କା ମଂଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଖିଚିଂ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଘୋଷଣା କରିବା ସହିତ ପାଞ୍ଚପୀଢ଼ ଉପଖଣ୍ଡ ପାଇଁ ପ୍ରାୟ ୬୫ କୋଟି ଟଙ୍କା ର ୫୩ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି।

ଏହି ସାଂସ୍କୃତିକ ମହୋତ୍ସବରେ ନିଜ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ ଏହି ପ୍ରକଳ୍ପ ମଧ୍ୟରେ ମହିଳା ସଶକ୍ତିକରଣ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ର ଇତ୍ୟାଦି ରହିଛି । ଆଗାମୀ ଦିନରେ ଏହି ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ହେଲେ ସମଗ୍ର ପାଞ୍ଚପିଢ଼ ଅଞ୍ଚଳର ବିକାଶ ଘଟିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ ୧୨ ବର୍ଷରେ ପଦାର୍ପଣ କରିଥିବା ଏହି ସାଂସ୍କୃତିକ ମହୋତ୍ସବ ଆଜି କେବଳ ଖିଚିଙ୍ଗ ନୁହେଁ, ମୟୂରଭଞ୍ଜ ଏବଂ ସାରା ରାଜ୍ୟର ମନ ମୋହିଛି। ଆଦିବାସୀ ଅଧୁଷିତ ବନାଞ୍ଚଳ ପ୍ରବଣ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ପଂଚପୀଢ଼ ଉପଖଣ୍ଡର ଖିଚିଂ କଳା ଓ ସଂସ୍କୃତି ପରିପୁଷ୍ଟ ଏକ ସମୃଦ୍ଧ କ୍ଷେତ୍ର । ଏହି କିଚକେଶ୍ଵରୀ ପୀଠ ମାଟିରେ ପ୍ରତିବର୍ଷ ପାଳନ କରାଯାଉଥିବା ଖିଚିଂ ମହୋତ୍ସବ କେବଳ ମୟୂରଭଞ୍ଜ ଜିଲ୍ଲା ନୁହେଁ ପଡୋଶୀ ଜିଲ୍ଲା କେଉଁଝର ପାଇଁ ମଧ୍ୟ ଏକ ପରମ୍ପରାରେ ପରିଣତ ହୋଇ ସାରିଛି ।

ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂରେ କଳା, ସଂସ୍କୃତି ଓ ପରମ୍ପରା ବହନ କରୁଥିବା ଶିଳ୍ପୀଙ୍କ କଳା ମୁଗୁନି ପଥର କାରୁକାର୍ଯ୍ୟ ଅତ୍ୟନ୍ତ ମନୋରମ । ଆମ ସରକାର, ତୀର୍ଥଯାତ୍ରା ଓ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଏବଂ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ସର୍ବଦା ଚେଷ୍ଟିତ । କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଆମ ଖିଚିଂ ମନ୍ଦିର ମଧ୍ୟ ସ୍ଥାନିତ ହୋଇଛି। ଯେଉଁଥିରେ ବିଶେଷ ସୁବିଧା ମାନଙ୍କ ମଧ୍ୟରେ ପାର୍କିଂ, ରାସ୍ତା, ଶୌଚାଳୟ, ଆଲୋକୀକରଣ, ପର୍ଯ୍ୟଟନ ସୂଚନା କେନ୍ଦ୍ର ଅନ୍ତର୍ଭୁକ୍ତ ହେବ । ଏହା ମଧ୍ୟ ଆତିଥ୍ୟ, ଟୁର୍ ଗାଇଡ୍ ଏବଂ ପରିବହନ ପରି କ୍ଷେତ୍ରଗୁଡିକରେ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ଯୋଗାଇବ।

ରାଷ୍ଟ୍ରପତି ପୂର୍ବରୁ ମାଆ କିଚକେଶ୍ବରୀ ମନ୍ଦିରର ଉନ୍ନତିକରଣ ପାଇଁ ୫୨ କୋଟି ମଂଜୁର କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆହୁରି ୫୦ କୋଟି ଟଙ୍କା ମିଶାଇ ସମୁଦାୟ ୧୦୨ କୋଟି ଟଙ୍କା ମଂଜୁର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ପର୍ଯ୍ୟଟନ, ଓଡ଼ିଶାର ଅର୍ଥନୈତିକ ବିକାଶ ଓ ନିଯୁକ୍ତି ସୃଷ୍ଟିର ଏକ ପ୍ରମୁଖ ଚାଳକ। ଏଣୁ ଏକ ସନ୍ତୁଳିତ ଏବଂ ସମାବେଶୀ ଦୃଷ୍ଟିଭଙ୍ଗୀରେ ପର୍ଯ୍ୟଟନ ଭିତ୍ତିଭୂମିର ସମନ୍ୱୟ ବିକାଶ ଓ ପରିଚାଳନା ପାଇଁ ୩ ଶହ ୫୫ କୋଟି ଟଙ୍କା ବ୍ୟୟ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏଥିରେ ଆମ ଖିଚିଂ ମନ୍ଦିର ଏବଂ ଏହି ଅଂଚଳର ବିକାଶ ସମେତ ଶିମିଳିପାଳର ସମନ୍ୱିତ ବିକାଶ ପାଇଁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମରେ କାର୍ଯ୍ୟକାରୀ କରାଯିବ । ଓଡ଼ିଶାର ଐତିହ୍ୟକୁ ପାଳନ କରିବା ଏବଂ ନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ୧୦ଟି ଜିଲ୍ଲାରେ ଜିଲ୍ଲା ଐତିହ୍ୟ ଓ ପର୍ଯ୍ୟଟନ କମ୍ପ୍ଲେକ୍ସ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ପୁଣି କହିଥିଲେଯେ ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ୫୯ ପ୍ରତିଶତ ହେଉଛନ୍ତି ଆଦିବାସୀ ସଂପ୍ରଦାୟର, ସେମାନଙ୍କ ଉନ୍ନତି ବିନା ଜିଲ୍ଲାର ଉନ୍ନତି ଅସମ୍ଭବ। ରାଜ୍ୟରେ ମଧ୍ୟ ପ୍ରାୟ ଏକ-ଚତୁର୍ଥାଂଶ ହେଉଛନ୍ତି ଜନଜାତି ସମ୍ପ୍ରଦାୟର। ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଗତ ଦଶ ବର୍ଷରେ ଜନଜାତି କଲ୍ୟାଣ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ଭଗବାନ ବୀର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜାତୀୟ ଜନଜାତି ଗୌରବ ଦିବସଭାବେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଘୋଷଣା କରିଛନ୍ତି। ଏଥି ସହିତ ଅନେକ ବିକାଶମୂଳକ କାର୍ଯ୍ୟ ଯେପରିକି PM-JANMAN, ଧର୍‌ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା, ଘରବାଡି ଅଧିକାର ଦେବାପାଇଁ ସ୍ଵାମିତ୍ଵ ଯୋଜନା କାର୍ଯ୍ୟକାରୀ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜଙ୍ଗଲ,  ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେଯେ କଥା ଦେଇ କଥା ରଖିବାର ପରମ୍ପରା ଆମ ନୂଆ ସରକାର ଆରମ୍ଭ କରିଛି ଏବଂ ଏହି ପରିପ୍ରେକ୍ଷୀରେ ରାଜ୍ୟର ସର୍ବାଙ୍ଗୀନ ବିକାଶ ହେଉଛି ଆମ ସରକାରର ମୂଳ ଲକ୍ଷ୍ୟ।

ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ଲୋକସଭା ସାଂସଦ ଶ୍ରୀ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାଏକ, କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମ ଚରଣ ହାଇବୁରୁ, ବିଧାୟକ, ପାଟଣା, ଅଖିଳ ଚନ୍ଦ୍ର ନାୟକ, ଏବଂ ବିଧାୟକ ତେଲକୋଇ ଡଃ ଫକୀର ମୋହନ ନାଏକ ଉଦବୋଧନ ଦେଇ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ପ୍ରଶଂସା କରିଛନ୍ତି ଓ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ।

କିଚକେଶ୍ବରୀ ମନ୍ଦିର ଖିଚିଂ ମହୋତ୍ସବ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.