Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୂଆ ଘରକୁ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ହେଲେ ପ୍ରଥମେ କାହିଁକି ପ୍ରବେଶ କଲେ ଦୁଇଟି ଗାଈ?
ଜାତୀୟ ଖବର

ନୂଆ ଘରକୁ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ହେଲେ ପ୍ରଥମେ କାହିଁକି ପ୍ରବେଶ କଲେ ଦୁଇଟି ଗାଈ?

March 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
CMHouse
ନୂଆ ଘରକୁ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରଥମେ ପ୍ରବେଶ କଲେ ଦୁଇଟି ଗାଈ, କାହିଁକି?

ଭୁବନେଶ୍ବର: ଆଜି ଶୁଭ ଦିନରେ ନୂଆ ସରକାରୀ ବାସଭବନକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ବାସଭବନଟି ରହିଛି ରାଜଭବନ ସମ୍ମୁଖ ଦେଇ ଯାଇଥିବା ରାସ୍ତାର ବାମ ପାର୍ଶ୍ବରେ ଥିବା ଏକ ସରକାରୀ କ୍ବାଟର। ଏହା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପାଖରେ ଅବସ୍ଥିତ। ପୂର୍ବରୁ ମୁଖ୍ୟମନ୍ତ୍ରୀ ପିଏମଜି ପାଖରେ ଥିବା ଏକ କ୍ବାଟରରେ ରହୁଥିଲେ।

ବର୍ତ୍ତମାନ ଏହି କ୍ବାଟରକୁ ବେଶ ଭଲଭାବରେ ନିର୍ମାଣ କରାଯାଇ ସଜାଇ ଦିଆଯାଇଛି। ପୁରୀରୁ ଏଗାର ଜଣ ପଣ୍ଡିତ ଆସି ପ୍ରଥମେ ପୂଜାପାଠ କରିଥିଲେ। ଏହାପରେ ଘରେ ପ୍ରଥମେ ଦୁଇଟି ଗାଈକୁ ପୂଜା କରାଯାଇ ପ୍ରବେଶ କରାଯାଇଥିଲା। ଏହି ଦୁଇଟି ଗାଈର ନାମ ହେଉଛି ନନ୍ଦା ଓ ନନ୍ଦିନୀ। ଏହାପରେ ମୋହନ ମାଝୀ ସସ୍ତ୍ରୀକ ସେହି ଗୃହରେ ପ୍ରବେଶ କରିଥିଲେ। ତେବେ ଗୃହରେ ପ୍ରଥମେ ଗୋମାତା ପ୍ରବେଶ କଲେ ଶୁଭ ହୋଇଥାଏ ବୋଲି ବିଶ୍ବାସ ରହିଛି।

ତେବେ ଏହି ଘରଟି ବହୁଦିନ ଧରି ବ୍ୟବହାର କରାଯାଇ ନ ଥିଲା। ଏହି ବାସଭବନଟି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭାବେ ପରିଚିତ। ପୂର୍ବରୁ ଏହି ଘରେ ଜାନକୀ ବଲ୍ଲଭ ପଟ୍ଟନାୟକ ରହୁଥିଲେ। ଏହାପରେ ଶେଷ ଥର ପାଇଁ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ବେଳେ ରହିଥିଲେ। ହେଲେ ଗିରିଧରଙ୍କ ପରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ। ତାଙ୍କର ନିଜର ବାସଭବନ ଥିବାରୁ ସେ ଏହାକୁ ବ୍ୟବହାର କଲେ ନାହିଁ।

ଫଳରେ ଏହି ଘରଟି ବହୁଦିନ ଧରି ଅବ୍ୟବହୃତ ହୋଇ ପଡିରହିଥିଲା। ଘରର ଅବସ୍ଥା ମଧ୍ୟ ଭଲ ନ ଥିଲା। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ଘରଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରହିବାକୁ ପସନ୍ଦ କଲେ। ପ୍ରଥମେ ରାଜ୍ୟ ସରକାର ତାଙ୍କୁ ଗାନ୍ଧି ମାର୍ଗରେ ଥିବା ଏକ କ୍ବାଟରକୁ ରହିବା ପାଇଁ ଦେଇଥିଲେ। ହେଲେ ସେଠାରେ ସବୁବେଳେ ଆନ୍ଦୋଳନ ଓ ଘେରାଉ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କଲା। ଫଳରେ ସେଠାରୁ ତାଙ୍କର ବାସଭବନ ପରିବର୍ତ୍ତନ କରାଯାଇ ରାଜଭବନ ସମ୍ମୁଖକୁ ଅଣାଗଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Latest News

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.