Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଇଣ୍ଡିଆ ଟୁଡେ ଗ୍ରୁପରୁ ଇସ୍ତଫା ଦେଲେ ଲୋକପ୍ରିୟ ସାମ୍ବାଦିକ ରାହୁଳ କନୱାଲ, ଜାଣନ୍ତୁ କୁଆଡେ ଯିବେ
ଜାତୀୟ ଖବର

ଇଣ୍ଡିଆ ଟୁଡେ ଗ୍ରୁପରୁ ଇସ୍ତଫା ଦେଲେ ଲୋକପ୍ରିୟ ସାମ୍ବାଦିକ ରାହୁଳ କନୱାଲ, ଜାଣନ୍ତୁ କୁଆଡେ ଯିବେ

April 4, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Rahul
ଇଣ୍ଡିଆ ଟୁଡେ ଗ୍ରୁପରୁ ଇସ୍ତଫା ଦେଲେ ଲୋକପ୍ରିୟ ସାମ୍ବାଦିକ ରାହୁଳ କନୱାଲ, ଜାଣନ୍ତୁ କୁଆଡେ ଯିବେ

ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ ଗ୍ରୁପରୁ ଇସ୍ତଫା ଦେଇଛନ୍ତି ପ୍ରତିଷ୍ଠିତ ସାମ୍ବାଦିକ ରାହୁଳ କନୱାଲ। ପ୍ରାୟ 22 ବର୍ଷ ଧରି ଇଣ୍ଡିଆ ଟୁଡେ ଟିଭିରେ କାମ କରିବା ପରେ ସେ ଇସ୍ତଫା ଦେଇଛନ୍ତି। ରାହୁଳ ଇଣ୍ଡିଆ ଟୁଡେ ଟିଭି ଏବଂ ଆଜତକ୍ ର ନ୍ୟୁଜ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏଥସହିତ ସେ ବିଜିନେସ ଟୁଡେର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମଧ୍ୟ ଥିଲେ। ସେ ଇଣ୍ଡିଆ ଟୁଡେ ଟିଭିର ଜଣେ ପ୍ରରିଚିତ ଚେହେରା। ତାଙ୍କର ନ୍ୟୁଜ ଆନାଲିସିସ୍, ନିର୍ବାଚନ କଭରେଜ, ସ୍ପେଶାଲ ସୋ ବେଶ ଲୋକପ୍ରିୟ ଥିଲେ।

ତେବେ ତାଙ୍କର ଇସ୍ତଫା କଂପାନୀ ତରଫରୁ ଗୃହିତ ହୋଇସାରିଛି। ହେଲେ ବର୍ତମାନ ସେ ନୋଟିସ ପିରିୟଡ ରେ କାର୍ଯ୍ୟ କରୁଛନ୍ତି। କଂପାନୀ ନିୟମ ଅନୁସାରେ ତିନିମାସ ନୋଟିସ ପିରୟଡରେ କାମ କରିବାକୁ ପଡିବ। ତେବେ କଂପାନୀ ଚାହିଁଲେ ତାଙ୍କୁ ଯେତେବେଳେ ହେଲେ ରିଲିଭ କରିପାରିବ।

ତେବେ ଭାରତର ଏକ ପ୍ରତିଷ୍ଠିତ ମିଡିଆ କଂପାନୀରୁ ଇସ୍ତଫା ଦେବା ପରେ ରାହୁଳ କେଉଁ ଚ୍ୟାନେଲକୁ ଯିବେ ସେ ନେଇ ପ୍ରଶ୍ନ ଉଠିଛି। ତେବେ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାହୁଳ ଶୁବ ଶିଘ୍ର NDTV ରେ ଯୋଗଦେବେ। ସେ ସେଠାରେ ଏଡିଟର ଇନ ଚିଫ ଭାବେ ଯୋଗ ଦେବେ ବୋଲି ଜଣାପଡିଛି।

ଆଦାନୀ ଗ୍ରୁପ ଦ୍ବାରା ବର୍ତ୍ତମାନ NDTV ପରିଚାଳିତ ହେଉଛି। ଯାହାର ସିଇଓ ଭାବେ କାଯ୍ୟକରୁଛନ୍ତି ଅନ୍ୟତମ ପ୍ରତିଷ୍ଠତ ସାମ୍ବାଦିକ ସଂଜୟ ପୁଗୁଲିଆ। ରାହୁଳ ସେଠାରେ ଯୋଗ ଦେବା ପରେ ସଂଜୟଙ୍କୁ ରିପୋର୍ଟ କରିବେ ବୋଲି ଜଣାପଡିଛି।

ବର୍ତ୍ତମାନ NDTV ହାତରେ NDTV 24×7, NDTV India, NDTV World, NDTV Profit, NDTV Rajasthan, NDTV Madhya Pradesh–Chhattisgarh, and NDTV Marathi ରହିଛି। ଖୁବ ଶିଘ୍ର କଂପାନୀ ଅନ୍ୟ ରାଜ୍ୟରେ ମଧ୍ୟ ତାଙ୍କର ନ୍ୟୁଜ ଚ୍ୟାନେଲ ବ୍ୟବସାୟକୁ ସଂପ୍ରସାରଣ କରିବେ ବୋଲି ଜଣାପଡିଛି।

Rahul Kanwal ଆଜତକ୍ ଇଣ୍ଡିଆ ଟୁଡେ ଗ୍ରୁପ ଏନଡିଟିଭି ରାହୁଳ କନୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

‘ଭାରତରେ ନିର୍ବାଚନ ଚୋରି ହେଉଛି’: ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ଧର୍ମେନ୍ଦ୍ର ପ୍ରଧାନ କଲେ ପାଲଟା ଆକ୍ରମଣ

July 23, 2025

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.