Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସନ୍ତାକାଲି ରାମ ନବମୀରେ ପଡୁଛି ବିରଳ ଯୋଗ, ଜାଣନ୍ତୁ ଏହା କଣ ଏବଂ ପୂଜା କରିବାର ଶୁଭ ମୁର୍ହୁତ୍ତ
ଜାତୀୟ ଖବର

ଆସନ୍ତାକାଲି ରାମ ନବମୀରେ ପଡୁଛି ବିରଳ ଯୋଗ, ଜାଣନ୍ତୁ ଏହା କଣ ଏବଂ ପୂଜା କରିବାର ଶୁଭ ମୁର୍ହୁତ୍ତ

April 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Ram
ଆଜି ମହାନ ଦିନ!: ଏକା ସାଙ୍ଗରେ ପଡୁଛି ଅନେକ ବଡ ପର୍ବ, ବ୍ରତ ଏବଂ ଦୁର୍ଲଭ ସଂଯୋଗ

ଭୁବନେଶ୍ବର:  ଚୈତ୍ର ମାସର ଶୁକ୍ଳପକ୍ଷର ନବମୀ ତିଥିରେ ଭଗବାନ ଶ୍ରୀରାମଙ୍କ ଅବତାର ଦିବସ ବା ଜନ୍ମ ଦିବସ ଭବେ ପାଳିତ ହୁଏ। ଏହି ଶୁଭ ତିଥିକୁ ରାମନବମୀ ବୋଲି କୁହାଯାଏ। ରାମନବମୀ ଦିନେ ମର୍ଯ୍ୟଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ପୂଜା କରାଯାଏ। ଏଥିସହିତ ପୂଜା ସମୟ ପର୍ଯ୍ୟନ୍ତ ଉପବାସ କରାଯାଇଥାଏ। ଏହି ଶୁଭ ତିଥିରେ ଅନେକ ମଙ୍ଗଳକାରୀ ଯୋଗ ଘଟିବାରୁ ଏହା ଅତ୍ୟନ୍ତ ଶୁଭ ମନାଯାଏ। ଏହି ରାମ ନବମୀ ଆସନ୍ତାକାଲି ପାଳନ ହେବ।

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଚୈତ୍ର ମାସର ଶୁକ୍ଳପକ୍ଷର ନବମୀ ତିଥିରେ ରବି ପୁଷ୍ୟ ଯୋଗ ସହିତ ଅନେକ ଅଦ୍ଭୁତ ସଂଯୋଗ ଘଟିଛି। ଏହି ଯୋଗରେ ଭଗବାନ ଶ୍ରୀରାମ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପୂଜା କଲେ ଭକ୍ତଙ୍କ ସମସ୍ତ ମନୋକାମନା ପୂରଣ ହୋଇଥାଏ। ଏଥିସହିତ ଜୀବନରେ ସୁଖ ସମୃଦ୍ଧି ଆସେ। ଆସନ୍ତୁ, ରାମନବମୀର ଶୁଭ ମୁହୂର୍ତ୍ତ ଏବଂ ଯୋଗ ବିଷୟରେ ଜାଣିନ୍ତୁ।

ରାମନବମୀର ଶୁଭ ମୁହୂର୍ତ୍ତ 

ପଞ୍ଜିକା ଅନୁସାରେ, ଚୈତ୍ର ମାସର ଶୁକ୍ଳପକ୍ଷର ନବମୀ ତିଥି ୫ ଏପ୍ରିଲ ଶନିବାର ସନ୍ଧ୍ୟା ୭:୨୬ ମିନିଟରେ ଆରମ୍ଭ ହେବ ଏବଂ ୬ ଏପ୍ରିଲ ରବିବାର ସନ୍ଧ୍ୟା ୭:୨୨ ମିନିଟରେ ଶେଷ ହେବ। ସନାତନ ଧର୍ମରେ ସୂର୍ଯ୍ୟ ଉଦୟ ତିଥି ଗ୍ରହଣ କରାଯାଏ, ଏହି କାରଣରୁ ୬ ଏପ୍ରିଲ ଦିନ ରାମନବମୀ ପାଳିତ ହେବ।

ରାମନବମୀ ପୂଜା ସମୟ 

୬ ଏପ୍ରିଲ ଚୈତ୍ର ଶୁକ୍ଳ ନବମୀ ଦିନ ସକାଳ ୧୧:୦୮ ମିନିଟରୁ ଦିନ ୧:୩୯ ମିନିଟ ପର୍ଯ୍ୟନ୍ତ ପୂଜା ପାଇଁ ଶୁଭ ସମୟ ଅଟେ। ଦିନ ୧୨:୨୪ ମିନିଟରେ ମଧ୍ୟାହ୍ନ ସମୟ ଅଟେ, ଏହି ସମୟରେ ଭଗବାନ ଶ୍ରୀରାମଙ୍କ ଅବତାର ଘଟିଥିଲା। ଏହି କାରଣରୁ, ଉପାସକମାନେ ଏହି ମଧ୍ୟାହ୍ନ ସମୟରେ ଭଗବାନ ଶ୍ରୀରାମଙ୍କ ପୂଜା କରିପାରିବେ।

ରାମନବମୀରେ ବିରଳ ଶୁଭ ଯୋଗ 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାମନବମୀର ଶୁଭ ଅବସରରେ ସୁକର୍ମା ଯୋଗ ଘଟିଛି, ଏହି ଯୋଗ ସନ୍ଧ୍ୟା ୬:୫୫ ମିନିଟ ପର୍ଯ୍ୟନ୍ତ ରହିବ। ଏଥିସହିତ ରବି ପୁଷ୍ୟ ଯୋଗ ଏବଂ ରବି ଯୋଗ ମଧ୍ୟ ଅଛି। ଏହା ଛଡ଼ା, ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ଘଟିଛି। ଏହି ସର୍ବାର୍ଥ ସିଦ୍ଧି ଯୋଗ, ପୁଷ୍ୟ ଯୋଗ ଏବଂ ରବି ଯୋଗ ଦିନ ସାରା ରହିବ।

ଚୈତ୍ର ଶୁକ୍ଳ ନବମୀ ତିଥିରେ ଶିବବାସ ଯୋଗ ମଧ୍ୟ ଅଛି। ଏହି ଶିବବାସ ଯୋଗ ସମୟରେ ଦେବଦେବ ମହାଦେବ, ଜଗତଜନନୀ ମାଁ ପାର୍ବତୀଙ୍କ ସହିତ କୈଳାଶ ପର୍ବତରେ ବିରାଜି ଥାନ୍ତି। ଏହି ଶୁଭ ଯୋଗରେ ଭଗବାନ ଶ୍ରୀରାମଙ୍କ ପୂଜା କଲେ ସମସ୍ତ ସୁଖ ପ୍ରାପ୍ତି ହୋଇଥାଏ।

Ram Navami ରାମ ନବମୀ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.