Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବିରରେ ନେତାମାନଙ୍କୁ କାହିଁକି କୁହାଗଲା, କେହି ଗର୍ବ କର ନାହିଁ
ଜାତୀୟ ଖବର

ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବିରରେ ନେତାମାନଙ୍କୁ କାହିଁକି କୁହାଗଲା, କେହି ଗର୍ବ କର ନାହିଁ

April 14, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
BJPSivira
ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବିରରେ ନେତାମାନଙ୍କୁ କାହିଁକି କୁହାଗଲା, କେହି ଗର୍ବ କର ନାହିଁ !!!

ଭୁବନେଶ୍ବର: ପୁରୀର ସ୍ବାମୀ ନାରାୟଣ ମନ୍ଦିରରେ ଆୟୋଜିତ ହୋଇଥିବା ବିଜେପିର ପ୍ରଶିକ୍ଷଣ ଶିବିରରେ ବିଧାୟକ ଓ ସାଂସଦଙ୍କୁ ପାଠପଢା ଯାଇଛି। ସେମାନେ ସେଥିରୁ କଣ କିଏ ଶିଖିଲେ ତାହା ଭିନ୍ନ କଥା। ହେଲେ ଦୁଇଦିନ ଧରି ଚାଲିଥିବା ଏହି ଶିବରରେ ବାରମ୍ବାର କୁହାଗଲା ଯେ କେହି ଗର୍ବ କର ନାହିଁ। ତୁମେ ହାର କି ଜିତ ତାହା ଭିନ୍ନ କଥା। ହେଲେ ଦଳ ପାୱାରରେ ରହିବା ଆବଶ୍ୟକ।

ଅବଶ୍ୟ ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକଙ୍କୁ ବିଧାୟକ ଓ ସାଂସଦଙ୍କ ପ୍ରଶ୍ନ ପଚାରିବାର ଅଧିକାର ନ ଥିଲା। ହେଲେ ସେତେବେଳେ ନେତାଙ୍କୁ ପ୍ରଶ୍ନ କରିବା କଥା ଯେ, ଆମ ଭିତରେ କେହି ଗର୍ବ କରୁଥିବାର ଅନୁଭବ କରୁଛନ୍ତି କି ? ଯେହେତୁ ତାହା ଦଳିୟ କାର୍ଯ୍ୟକ୍ରମ ଥିଲା ନିଜ ଭବିଷ୍ୟତକୁ ନଜରରେ ରଖି କେହି ପ୍ରଶ୍ନ କରିପାରି ନ ଥିଲେ।

ପ୍ରକୃତରେ ଯଦି କେହି ସାଂସଦ ବା ବିଧାୟକ ଗର୍ବ କରୁଛି ତେବେ ତାଙ୍କୁ ସିଧା କହିଦେବା ଉଚିତ। ଆପଣ ସାବଧାନ ରୁହନ୍ତୁ। ହେଲେ ସାଧାରଣ ବୈଠକରେ ସମସ୍ତଙ୍କୁ ଏପରି ଇଙ୍ଗିତ କରି କହିବା କାହିଁକି କେମିତି ସେଠାରେ ଉପସ୍ଥିତ ଅନେକ ନେତା ହଜମ କରିପାରି ନ ଥିଲେ। କାରଣ ସେମାନେ ନିଜେ ଅନୁଭବ କରୁଛନ୍ତି ଯେ, ତାଙ୍କ ପାଖରେ ଗର୍ବ ନାହିଁ, ଲୋକଙ୍କ ସହିତ ଅଛନ୍ତି।

ତେବେ ପ୍ରଶ୍ନ ଉଠିଲା ଯେ ତେବେ କେହି ଗର୍ବି ନେତା ଅଛନ୍ତି କି ? ଶିବିରରେ ଯୋଗ ଦେଇଥିବା ଜଣେ ନେତା ତାଙ୍କ ନାମ ଗୋପନ ରଖିବାକୁ ଅନୁରୋଧ କରି କହିଲେ ଯେ, ସେଠାରେ ଯେଉଁମାନେ ପ୍ରଶିକ୍ଷଣ ଦେଉଥିଲେ ସେମାନେ ଜାଣିଛନ୍ତି କିଏ ଗର୍ବି ନେତା। ହେଲେ ସେମାନେ ତାଙ୍କୁ ସିଧା କହିବାର ଶକ୍ତି ନାହିଁ। ସେଥିପାଇଁ ତାଙ୍କ ଉପସ୍ଥିତିରେ ସମସ୍ତଙ୍କୁ ଗର୍ବ କର ନାହଁ ବୋଲି କୁହାଯାଇଥିଲା। ସେ ନେତା କିଏ ବୋଲି ପଚାରିବାରୁ ସେ ହସି ଦେଇ ଫୋନ କାଟିଦେଲେ।

ତେବେ ପ୍ରଥମ ଦିନରେ ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ପାଠ ପଢାଇଥିଲେ। ଏଥିରେ ସେ କହିଥିଲେ ଯେ ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଜାଣ, ଦଳର ଯୋଜନାଗୁଡ଼ିକ ସମାଜର ଶେଷବ୍ୟକ୍ତି ପାଖରେ ପହଞ୍ଚାଅ, ଯୋଜନା ସମ୍ପର୍କରେ ଗ୍ରାଉଣ୍ଡକୁ ଯାଇ ତଦାରଖ କର, ସରକାର ସହ ସଂଗଠନକୁ ନେଇକି ଚାଲ, ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କର।

ସେତିକି ନୁହେଁ ନଡ୍ଡା ଏହା ମଧ୍ୟ କହିଥିଲେ ଯେ, ସରକାର ସହ ସୁସମ୍ପର୍କ ରକ୍ଷା କରି ସଂଗଠନକୁ ମଜଭୁତ କର, ଗାଁ ଓ ବୁଥକୁ ଯାଇ ସମୟ ଅତିବାହିତ କର, ଗ୍ରାଉଣ୍ଡକୁ ଯାଅ, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଅଧଘଣ୍ଟା ବସ, ଦଳିତ ପରିବାର ପାଖକୁ ଯାଅ, ସେମାନଙ୍କ ସମସ୍ୟା ସମାଧାନ କର ଏହିପରି ଅନେକ କଥା ସେ ବିଧାୟକ ସାଂସଦଙ୍କୁ ପଢାଇଥିଲେ।

ଦ୍ବିତୀୟ ଦିନରେ ମଧ୍ୟ ସେହିପରି ସଙ୍ଗଠନ ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ, ସହ ସଂଗଠନ ସମ୍ପାଦକ ଭି. ସତୀଶ ଏବଂ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ସେମାନେ କହିଥିଲେ ଯେ, ୨୦୩୬ ପାଇଁ ବିଜେପି ଯେଉଁ ଭିଜନ ଡକ୍ୟୁମେଣ୍ଟ ତିଆରି କରିଛି, ତାକୁ ସଫଳ କରିବା ପାଇଁ କ୍ଷମତାରେ ରହିବାକୁ ପଡିବ । ତେଣୁ ତୁମେ କ୍ଷମତାରେ ରୁହ କି ନରୁହ, ଦଳ କ୍ଷମତାରେ ରହିବା ଦରକାର । ନିଜ ନିଜ ନିର୍ବାଚନ ମଣ୍ଡଳୀରେ କେମିତି ବିକାଶ ହେବ ତା ଉପରେ ଗୁରୁତ୍ୱ ଦିଅ ।

ଉତ୍ତର ପ୍ରଦେଶ ଢାଞ୍ଚାରେ ନିର୍ବାଚନ ମଣ୍ଡଳୀ ୱାରୀ ପ୍ରଗତିର ଷ୍ଟାଟିଷ୍ଟିକାଲ ରିପୋର୍ଟ ତିଆରି କର । ନିର୍ବାଚନ ମଣ୍ଡଳୀରେ କଣ ସବୁ ବିକାଶ ହେଉଛି, ତା ଉପରେ ପ୍ରତି ୩ ମାସକୁ ଥରେ ରିପୋର୍ଟ ପ୍ରସ୍ତୁତ ପାଇଁ ପରାମର୍ଶ ଦେଇଛନ୍ତି ଏହି କେନ୍ଦ୍ରୀୟ ନେତା। ତେବେ ଏମାନଙ୍କର ପାଠପଢା ନେତାମାନଙ୍କର କେତେ କାମରେ ଆସିବ ନ ଆସିବ ଭିନ୍ନ କଥା। ହେଲେ ଏହି ଜାତୀୟ ଦଳର ପାଠପଢା ନୀତି ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

BJPSivira ଜେ ପି ନଡ୍ଡା ପୁରୀରେ ବିଜେପି ଶିବିର ବିଜେପି ପ୍ରଶିକ୍ଷଣ ଶିବିର ବିଜେପି ଶିବିର
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଲେ ଟ୍ରମ୍ପଙ୍କ ବିଶସ୍ତ!: ଆଣିଲେ ସାଂଘାତିକ ଅଭିଯୋଗ

August 4, 2025

ବର୍ଷା ଋତୁରେ ଏସି ବ୍ୟବହାର କରୁଥିଲେ ଏହି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍ ହୋଇପାରେ କ୍ଷତି

August 4, 2025

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025

ଦୁଇଟି ଭୋଟର କାର୍ଡ ରଖିବା ପାଇଁ ଏହି ଦଣ୍ଡ ହୋଇପାରେ, ଜାଣନ୍ତୁ ଏ ସମ୍ପର୍କରେ ନିୟମ କ’ଣ?

August 4, 2025
Latest News

ଏବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଲେ ଟ୍ରମ୍ପଙ୍କ ବିଶସ୍ତ!: ଆଣିଲେ ସାଂଘାତିକ ଅଭିଯୋଗ

August 4, 2025

ବର୍ଷା ଋତୁରେ ଏସି ବ୍ୟବହାର କରୁଥିଲେ ଏହି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍ ହୋଇପାରେ କ୍ଷତି

August 4, 2025

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025

ସମୁଦ୍ରରେ ବୁଡ଼ିଗଲା ୧୫୪ ଲୋକଙ୍କ ଭର୍ତ୍ତି ଡଙ୍ଗା!: ୬୮ ମୃତ, ୭୪ ନିଖୋଜ

August 4, 2025

ଦୁଇଟି ଭୋଟର କାର୍ଡ ରଖିବା ପାଇଁ ଏହି ଦଣ୍ଡ ହୋଇପାରେ, ଜାଣନ୍ତୁ ଏ ସମ୍ପର୍କରେ ନିୟମ କ’ଣ?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.