Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଟଳ ପେନସନ ଯୋଜନା : ଅସଂଗଠିତ କ୍ଷେତ୍ର ପାଇଁ ସୁରକ୍ଷିତ ଅବସର
ଜାତୀୟ ଖବର

ଅଟଳ ପେନସନ ଯୋଜନା : ଅସଂଗଠିତ କ୍ଷେତ୍ର ପାଇଁ ସୁରକ୍ଷିତ ଅବସର

May 16, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
APY
ଅଟଳ ପେନସନ ଯୋଜନା : ଅସଂଗଠିତ କ୍ଷେତ୍ର ପାଇଁ ସୁରକ୍ଷିତ ଅବସର

ନୂଆଦିଲ୍ଲୀ: ଭାରତର ବିଶାଳ ଅସଂଗଠିତ ଶ୍ରମଶକ୍ତି ମଧ୍ୟରେ ବଢିଚାଲିଥିବା ଆୟୁ ଏବଂ ଅବସର ସୁରକ୍ଷାର ଅଭାବ ଭଳି ଦ୍ବୈତ ଚ୍ୟାଲେଞ୍ଜର ମୁକାବିଲା ପାଇଁ, ଭାରତ ସରକାର ୯ ମଇ ୨୦୧୫ ରେ ଅଟଳ ପେନସନ ଯୋଜନା (ଏପିଓ୍ବାଇ) ଆରମ୍ଭ କରିଥିଲେ ଏବଂ ତାହା ୧ ଜୁନ୍ ୨୦୧୫ରୁ କାର୍ଯ୍ୟକ୍ଷମ ହୋଇଥିଲା।

ଏହି ଯୋଜନାଟି ଅବସର ପାଇଁ ସ୍ୱେଚ୍ଛାକୃତ ସଞ୍ଚୟକୁ ଉତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଥିଲା, ଯାହାକି ଯୋଗଦେବାର ବୟସ ଓ ଅବଦାନ ପରିମାଣ ସହ ସଂପର୍କିତ ଥିଲା। ମୁଖ୍ୟତଃ ଅସଂଗଠିତ କ୍ଷେତ୍ରରେ ଗରିବ ଏବଂ ଅବହେଳିତ ଶ୍ରମିକଙ୍କ ପାଇଁ ଲକ୍ଷ୍ୟ ରଖାଯାଇଥିବା, ଏହି ଯୋଜନା ଭାରତରେ ସବୁଠାରୁ ଅନ୍ତର୍ଭୁକ୍ତ ଏବଂ ସୁଗମ ସାମାଜିକ ସୁରକ୍ଷା ଯୋଜନା ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଛି।

ଏପ୍ରିଲ୍ ୨୦୨୫ ସୁଦ୍ଧା, ଅଟଳ ପେନସନ ଯୋଜନା ୭.୬୫ କୋଟିରୁ ଅଧିକ ଗ୍ରାହକ ସଂଗ୍ରହ କରିଛି, ମୋଟ ୪୫,୯୭୪.୬୭ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଛି, ଏବଂ ଏଥିରେ ମହିଳାମାନଙ୍କ ଯୋଗଦାନ ବୃଦ୍ଧି ପାଇଛି ଓ  ବର୍ତ୍ତମାନ ସମସ୍ତ ଗ୍ରାହକଙ୍କ ପ୍ରାୟ ୪୮% ହେଉଛନ୍ତି ମହିଳା।

ଅଟଳ ପେନସନ ଯୋଜନାର ବୈଶିଷ୍ଟ୍ୟ

ଟାର୍ଗେଟ୍ ଗ୍ରୁପ୍

  • ଏହା ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ପ୍ରାୟତଃ ଆନୁଷ୍ଠାନିକ ପେନସନ କଭରେଜରୁ ବଞ୍ଚିତ।
  • ପ୍ରାରମ୍ଭିକ ଭାବରେ ୧୮ ରୁ ୪୦ ବର୍ଷ ବୟସ ମଧ୍ୟରେ ଭାରତର ସମସ୍ତ ନାଗରିକଙ୍କ ପାଇଁ ଏହା ଉପଲବ୍ଧ।
  • ୧ ଅକ୍ଟୋବର ୨୦୨୨ ଠାରୁ, ଆୟକର ଦେଉଥିବା ବ୍ୟକ୍ତିମାନେ ଏହି ଯୋଜନାରେ ଯୋଗଦାନ କରିବାକୁ ଯୋଗ୍ୟ ନୁହଁନ୍ତି।

୨. ନିର୍ଦ୍ଧାରିତ ପେନସନ ଲାଭ

  • ଗ୍ରାହକମାନଙ୍କୁ ସେମାନଙ୍କର ଆର୍ଥିକ ଅବଦାନ ଉପରେ ଆଧାର କରି ୬୦ ବର୍ଷ ବୟସଠାରୁ ଏକ ସ୍ଥିର ମାସିକ ପେନସନ ପ୍ରଦାନ କରେ। ଉପଲବ୍ଧ ପେନସନ ସ୍ଲାବ ମାସକୁ ଟ.୧,୦୦୦, ଟ.୨,୦୦୦, ଟ.୩,୦୦୦, ଟ.୪,୦୦୦, ଏବଂ ଟ.୫,୦୦୦ ହୋଇପାରେ ।

୩. ଅବଦାନ ଅବଧି ଏବଂ ହିସାବ

  • ଯୋଗଦାନର ବୟସ ଉପରେ ଅନୁସାରେ ସର୍ବନିମ୍ନ ଯୋଗଦାନ ବୟସ ୨୦ ବର୍ଷ । ପଂଜୀକରଣ ସମୟରେ ବୟସ ଓ ଇପସିତ ପେନସନ ପରିମାଣ ଅନୁସାରେ ମାସିକ ଜମାଭିନ୍ନ ଭିନ୍ନ ହୋଇଥାଏ ।

୪. ସରକାରୀ ସହ-ଯୋଗଦାନ (ପ୍ରାରମ୍ଭିକ ଯୋଗଦାନକାରୀଙ୍କ ପାଇଁ):

୧ ଜୁନ୍ ୨୦୧୫ ରୁ ୩୧ ମାର୍ଚ୍ଚ ୨୦୧୬ ମଧ୍ୟରେ ଯୋଗଦାନ କରିଥିବା ଯୋଗ୍ୟ ସବସ୍କ୍ରାଇବରଙ୍କ ପାଇଁ (ଏହି ଯୋଜନା ଜାରି ରହିଛି କିନ୍ତୁ ସରକାରୀ ସହ-ଯୋଗଦାନ ବିନା)। ସରକାର ୫ ବର୍ଷ ପାଇଁ ମୋଟ ଅବଦାନର ୫୦% କିମ୍ବା ବାର୍ଷିକ ୧,୦୦୦ ଟଙ୍କା (ଯେଉଁଟି କମ୍) ସହ-ଯୋଗଦାନ ଦେଇଥିଲେ। ଏହା କେବଳ ସେହି ସବସ୍କ୍ରାଇବରଙ୍କ ପାଇଁ ପ୍ରଯୁଜ୍ୟ ଯେଉଁମାନେ କୌଣସି ବୈଧାନିକ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ନଥିଲେ ଏବଂ ସେହି ସମୟରେ ଆୟକରଦାତା ନଥିଲେ ।

୫. ପ୍ରଶାସନିକ ସଂସ୍ଥା :

ଏହି ସ୍କିମ ପେନସନ ପାଣ୍ଠି ନିୟାମକ ଓ ବକାଶ ପ୍ରାଧିକରଣ (ପିଏଫଆରଡିଏ) ଦ୍ବାରା ନିୟନ୍ତ୍ରିତ  ଓ ଏହା ଜାତୀୟ ପେନସନ ସିଷ୍ଟମ ଦ୍ବାରା ପରିଚାଳିତ ।

୬. ପ୍ରତ୍ୟାହାର ବିକଳ୍ପ :

୬୦ ବର୍ଷ ପରେ ପ୍ରତ୍ୟାହାର କଲେ ସୂପୂର୍ଣ୍ଣ ପେନସନ ଆରମ୍ଭ ହୁଏ ।  ମୃତ୍ୟୁ ଓ ଅସୁସ୍ଥତା କ୍ଷେତ୍ରରେ ୬୦ ବର୍ଷ ପୂର୍ବରୁ ପ୍ରସ୍ଥାନ କରିହେବ । ଏହାଛଡ଼ା ସ୍ବେଚ୍ଛାକୃତଭାବେ ବି ବାହାରି ହେବ, କିନ୍ତୁ କେବଳ ନିଜର ଆର୍ଥିକ ଅବଦାନ ଅନୁସାରେ ପେନସନ ମିଳିବ କିନ୍ତୁ ସରକାରୀ ଅନୁଦାନ ମିଳିବ ନାହିଁ ।

ସରକାର ଓ ପିଏଫଆରଡିଏ ପକ୍ଷରୁ ଏ ସଂପର୍କରେ ବିଗତ କିଛି ବର୍ଷ ହେଲା ବିଭିନ୍ନ ସଚେତନା ମୂଳକ କାର୍ଯ୍ୟକ୍ରମ କରାଯାଉଛି । ଏସବୁ ମଧ୍ୟରେ ରହିଛି ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରଚାର କାର୍ଯ୍ୟକ୍ରମ, ତାଲିମ ଓ ସଚେତନତା କାର୍ଯ୍ୟକ୍ରମ । ଗଣମାଧ୍ୟମରେ ବି ଏ ନେଇ ସଚେତନତା କରାଯାଉଛି । ଏହା ଛଡ଼ା ଏପିଓ୍ବାଇ ଚାଟବଟ୍ ଓ ହେଲପଡେସ୍କ ବି ଆରମ୍ଭ କରାଯାଇଛି । ଏପିଓ୍ବାଇ ଉପଭୋକ୍ତା ସେବା, ଏପିଓ୍ବାଇ କାରବାର ସେବା, ଏପିଓ୍ବାଇ ସୂଚନା ସେବା, ଏପିଓ୍ବାଇ ପଡକାଷ୍ଟ/ଭିଡିଓ, ଏପିଓ୍ବାଇ କଲ୍ ସେଣ୍ଟର ପାଇଁ କ୍ୟୁଆର କୋଡ୍ ଏପିଓ୍ବାଇର ଲାଭ ଏବଂ ଏପିଓ୍ବାଇ ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଥିବା ସେବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଉପଲବ୍ଧ।

ଉପସଂହାର

ଅଟଳ ପେନସନ ଯୋଜନା ଭାରତର ସାମାଜିକ ସୁରକ୍ଷା ଇକୋସିଷ୍ଟମର ଏକ ମେରୁଦଣ୍ଡ ଭାବରେ ଉଭା ହୋଇଛି, ବିଶେଷକରି ଦେଶର ବିଶାଳ ଅସଂଗଠିତ ଶ୍ରମଶକ୍ତି ପାଇଁ। ପ୍ରାୟ ୭.୬୫ କୋଟି ଗ୍ରାହକ ଏବଂ ନିରନ୍ତର ବର୍ଦ୍ଧିତ ପେନସନ ପାଣ୍ଠି ସହିତ, ଏହି ଯୋଜନା କେବଳ ବୟସ୍କମାନଙ୍କ ପାଇଁ ଆର୍ଥିକ ସ୍ୱାଧୀନତା ସୁନିଶ୍ଚିତ କରେ ନାହିଁ ବରଂ ନିମ୍ନ ଆୟକାରୀ ପରିବାର ମଧ୍ୟରେ ଦୀର୍ଘକାଳୀନ ସଞ୍ଚୟ ସଂସ୍କୃତିକୁ ମଧ୍ୟ ପ୍ରୋତ୍ସାହିତ କରେ।

ଡିଜିଟାଲ ସମନ୍ୱୟ, ମହିଳା ଅଂଶଗ୍ରହଣ ଏବଂ ଗ୍ରାମୀଣ ପ୍ରସାର ଉପରେ ସରକାରଙ୍କ ନିରନ୍ତର ଧ୍ୟାନ ସମଗ୍ର ଭାରତରେ ଅଟଳ ପେନସନ ଯୋଜନାର ପ୍ରସ୍ତାର କରିବାରେ ସାହାଯ୍ୟ କରିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ନୂତନ ଗ୍ରାହକଙ୍କ ମଧ୍ୟରୁ ୫୫% ରୁ ଅଧିକ ମହିଳା ଥିଲେ । ଏହା ସହିତ ସମସ୍ତଙ୍କ ପାଇଁ ପେନସନ ଲକ୍ଷ୍ୟ ହାସଲ ଦିଗରେ ଅଟଳ ପେନସନ ଯୋଜନା ଅଗ୍ରଗତି କରୁଛି ।

ଅଟଳ ପେନସନ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025

ଜୀ ସାର୍ଥକର ‘ଦେଖିବା ଟିଭି ଜିତିବା ଇଭି’ ପ୍ରତିଯୋଗିତାର ୫ ବିଜୟୀଙ୍କୁ ମିଳିଲା ଇଭି ଗାଡି

August 5, 2025

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ, ଟିଏମସି କର୍ମୀ କରିଥିବା ଅଭିଯୋଗ

August 5, 2025

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ

August 5, 2025
Latest News

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025

ଜୀ ସାର୍ଥକର ‘ଦେଖିବା ଟିଭି ଜିତିବା ଇଭି’ ପ୍ରତିଯୋଗିତାର ୫ ବିଜୟୀଙ୍କୁ ମିଳିଲା ଇଭି ଗାଡି

August 5, 2025

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ, ଟିଏମସି କର୍ମୀ କରିଥିବା ଅଭିଯୋଗ

August 5, 2025

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ

August 5, 2025

ଅଗଷ୍ଟ ୧୫ ପୂର୍ବରୁ ଲାଲକିଲ୍ଲାର ସୁରକ୍ଷାରେ ବଡ଼ ତ୍ରୁଟି: ପାଞ୍ଚ ବାଂଲାଦେଶୀ ଗିରଫ, ଅନେକ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.