Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଏମ୍‌ସିର ୭୦ ତମ ପ୍ରତିଷ୍ଠା ଦିବସ, ବଡବିଲର ‘ଡୁବୁନା’ ଲୌହ ପଥର ଖଣିର ପୁନଃ ଆରମ୍ଭ ପାଇଁ ଘୋଷଣା
ଜାତୀୟ ଖବର

ଓଏମ୍‌ସିର ୭୦ ତମ ପ୍ରତିଷ୍ଠା ଦିବସ, ବଡବିଲର ‘ଡୁବୁନା’ ଲୌହ ପଥର ଖଣିର ପୁନଃ ଆରମ୍ଭ ପାଇଁ ଘୋଷଣା

May 16, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
OMC
ଓଏମ୍‌ସିର ୭୦ ତମ ପ୍ରତିଷ୍ଠା ଦିବସ, ବଡବିଲର ‘ଡୁବୁନା’ ଲୌହ ପଥର ଖଣିର ପୁନଃ ଆରମ୍ଭ ପାଇଁ ଘୋଷଣା

ଭୁବନେଶ୍ବର: ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଭାବେ ଓଡିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ। ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ମହଜୁଦ୍ ଅଛି। OMC, ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରକୃତି କୋଳରୁ ଖଣିଜ ସମ୍ପଦ ଅନ୍ୱେଷଣ ଓ ଖଣି ଖନନ କାର୍ଯ୍ୟ ଦାୟିତ୍ୱପୂର୍ଣ୍ଣ ଭାବେ କରିଆସୁଛି।

ରାଜ୍ୟକୁ ଅର୍ଥନୈତିକ ସ୍ତରରେ ସମୃଦ୍ଧ କରିବା ପାଇଁ OMCର ବଳିଷ୍ଠ ଅବଦାନ ରହିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ OMCର ୭୦ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି।

ଏହି ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୬୦ ଦଶକରେ ମାତ୍ର ୧କୋଟି ଟଙ୍କାର ଆର୍ଥିକ କାରବାର ସହିତ OMC ନିଜର ଯାତ୍ରା ଆରମ୍ଭ କରି ୨୦୨୪-୨୫ ଆର୍ଥିକ ବର୍ଷରେ ୨୩,୬୦୦ କୋଟି ଟଙ୍କାର ଆର୍ଥିକ କାରବାର କରିଛି। ଏହି କାରବାର କେବଳ ଖଣିଜ ପଦାର୍ଥ ଉତ୍ପାଦନ ଓ ବିକ୍ରୟ ମାଧ୍ୟମରେ ହୋଇଛି।

ଆଜି OMC ଦେଶରେ ଖଣିଜ ଉତ୍ପାଦନ କାରୀ କମ୍ପାନୀ ମଧ୍ୟରେ ଶ୍ରେଷ୍ଠ ୫ମ ସ୍ଥାନରେ ରହିଛି। OMC କେବଳ ଆମ ରାଜ୍ୟରେ ନୁହେଁ ବରଂ ସାରା ଦେଶରେ ନିଜକୁ ଏକ ଆଦର୍ଶ Profit Making State PSUs ଭାବରେ ପ୍ରତିଷ୍ଠିତ କରିପାରିଛି। OMC ଓଡିଶା ବିକାଶର ସାରଥୀ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ସେ ପୁଣି କହିଥିଲେ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ। କେବଳ କୃଷି ଉପରେ ନିର୍ଭର କରି ଚାଲିଲେ ଆମେ ଆଗକୁ ବଢି ପାରିବା ନାହିଁ। ଆମ ରାଜ୍ୟରେ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ସୁଯୋଗ ରହିଛି। ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ଓଡିଶାକୁ ଏକ ମିଶ୍ରିତ ଅର୍ଥନୀତି ଭାବେ ଗଢିତୋଳିବା ପାଇଁ। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ Manufacturing କ୍ଷେତ୍ରରେ ଅଧିକ ଧ୍ୟାନ ଆକର୍ଷଣ କରିବାକୁ ପଡିବ।

Manufacturing ପାଇଁ ଆବଶ୍ୟକ କଞ୍ଚାମାଲ ଆମ ରାଜ୍ୟରେ ପ୍ରଚୁର ଭାବେ ଭରପୁର ଅଛି। ପୂର୍ବ ସରକାର ମାନେ ରାଜ୍ୟର ଏହି Industrialization Potential କୁ ଉପଯୋଗ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ। କିନ୍ତୁ ଆମ ସରକାର ଏହାର ବିପରୀତ ନୀତି ଆପଣେଇଛନ୍ତି। ରାଜ୍ୟର ଖଣିଜ ଦ୍ରବ୍ୟରେ Value Addition କରି ବିକ୍ରୟ କରାଯିବା ନୀତି ଆପଣେଇଛନ୍ତି। ଉଦ୍ୟୋଗୀକରଣ ମାଧ୍ୟମରେ ଦ୍ରୁତ ଶିଳ୍ପାୟନ ପାଇଁ ଆମେ ଶପଥ ନେଇଛୁ ବୋଲି ସେ କହିଥିଲେ।

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ଇ-ନିଲାମ୍ ପ୍ଲାଟଫର୍ମ ମାଧ୍ୟମରେ ଲଙ୍ଗ-ଟର୍ମ ଲିଙ୍କେଜ୍ ପଲିସି ଦ୍ୱାରା ରାଜ୍ୟରେ ପ୍ରତିଷ୍ଠିତ ଶିଳ୍ପ ଗୁଡିକୁ ୮୦ ପ୍ରତିଶତରୁ ଅଧିକ କଞ୍ଚାମାଲ ଉପଲବ୍ଧ କରାଯାଇ ପାରୁଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଆମ ବିକାଶର ମୂଳ ସୂତ୍ରଧର ହେଉଛନ୍ତି ଆମ ଶ୍ରମିକ ଭାଇ ଓ ଭଉଣୀ ମାନେ। ଶ୍ରମିକ ସଶକ୍ତ ହେଲେ ଓଡିଶା ସଶକ୍ତ ହେବ। ଶ୍ରମଦାନ କରି ଓଡିଶାକୁ ସଶକ୍ତ, ସମୃଦ୍ଧ କରୁଥିବାରୁ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ଷେତ୍ରରେ ମେସିନ୍ ସହିତ ଅଧିକ ଶ୍ରମଶକ୍ତି ନିୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱଦେଇଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ OMC ତାର CSR Activity ଜରିଆରେ ପ୍ରଶଂସନୀୟ କାମ କରୁଛି। ପରିବେଶ ସୁରକ୍ଷା ପାଇଁ ୯୦ ଲକ୍ଷରୁ ଉର୍ଦ୍ଧ୍ୱ ବୃକ୍ଷ ରୋପଣ କରିବାରେ ସଫଳ ହୋଇଛି। ଆଗାମୀ ଦିନରେ ଶିଳ୍ପାୟନକୁ ଦୃଷ୍ଟିରେ ରଖି ଆହୁରି ଅଧିକ ବୃକ୍ଷ ରୋପଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। OMC ପରିବେଶ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡାର ବିକାଶ ପାଇଁ ମଧ୍ୟ ଉଦ୍ୟମରତ ଅଛି।

ଖଣି ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ସବୁ କ୍ଷେତ୍ର ପାଇଁ CSR ଜରିଆରେ ଅଧିକ ବିନିଯୋଗ କରି ଲୋକଙ୍କୁ ଅଧିକ ସେବା ଯୋଗାଇଦେବା ପାଇଁ ସେ କହିଥିଲେ। ଏଥି ସହିତ ଖଣି ଅଞ୍ଚଳରେ ଆଇରନ ପିଲେଟ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଡୁବୁନା, ବଡବିଲ ଲୌହ ପଥର ଖଣିର ପୁନଃ ଆରମ୍ଭ କରିବା ସହିତ ବଡବିଲ ଅଞ୍ଚଳର ତିରିଙ୍ଗ ପାହାଡ ଖଣି ଓ ରେଙ୍ଗାଲବେଡା ଆର.ଆର୍ କଲୋନୀକୁ ବିଦ୍ୟୁତ ଯୋଗାଣର ଶୁଭାରମ୍ଭ କରିଥିଲେ, ଏଥିସହିତ ମୁଖ୍ୟମନ୍ତ୍ରୀ କୋଇଡା ଖଣି ଅଞ୍ଚଳରେ ଅବସ୍ଥିତ OMC ଖଣି ଗୁଡିକରେ ୯୦୦ କିଲୋ ୱାଟ୍ ପିକ୍‌ର ସୋଲାର ପ୍ଲାଣ୍ଟ ଉଦ୍‌ଘାଟନ କରିଥିଲେ। କମ୍ପାନୀର କାର୍ଯ୍ୟଦକ୍ଷତାକୁ ଅଧିକ ସୁଦୃଢ କରିବା ପାଇଁ ୪ଟି ଆଇ.ଟି. ମଡ୍ୟୁଲାର ଯଥା- ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ସିଷ୍ଟମ(LMS), OMC ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (OFMS), OMC ପ୍ଲଟ ଲ୍ୟାଣ୍ଡ ୟୁଟିଲାଇଜେସନ୍ ସିଷ୍ଟମ (OPLUS) ଏବଂ OMC ରିକ୍ରୁଟମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ORMS)ର ଶୁଭାରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀ ତିନୋଟି ବିଭାଗରେ ସର୍ବୋଚ୍ଚ ପ୍ରଦର୍ଶନ କରିଥିବା OMCର କାର୍ଯ୍ୟକ୍ଷମ ଖଣି ଗୁଡିକ ମଧ୍ୟରୁ ୨୦୨୩-୨୪ ଓ ୨୦୨୪-୨୫ ବର୍ଷ ପାଇଁ ଶ୍ରେଷ୍ଠ ଖଣି କ୍ଷେତ୍ର, ଶ୍ରେଷ୍ଠ ଖଣି ଓ ସୁରକ୍ଷିତ ଖଣି ଏହିଭଳି ତିନୋଟି ବର୍ଗରେ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଓଡିଶା ଖଣି ନିଗମର CSR ଭିତ୍ତିକ ପଦକ୍ଷେପ ଉପରେ ପର୍ଯ୍ୟବେଶିତ ଏକ ପତ୍ରିକା ଅତିଥି ମାନେ ଉନ୍ମୋଚନ କରିଥିଲେ ।

ସୂଚନା ଯୋଗ୍ୟ ଯେ, ଡୁବୁନା ଖଣିର ଲୌହ ପଥର ବାର୍ଷିକ ଉତ୍ପାଦନ କ୍ଷମତା ୩ ନିୟୁତ ଟନ ଏବଂ ମାଙ୍ଗାନିଜ ଉତ୍ପାଦନ କ୍ଷମତା ୦.୦୫ ନିୟୁତ ଟନ ରହିଛି। ଡୁବୁନା ଖଣିରେ ୨୫.୭୭ ନିୟୁତ ଟନ ଲୁହାପଥର ଏବଂ ୨.୬ ନିୟୁତ ଟନ ମାଙ୍ଗାନିଜ ସଂରକ୍ଷିତ ହୋଇ ରହିଛି।

କାର୍ଯ୍ୟକ୍ରମରେ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ଓଡିଶାର ଶିଳ୍ପାୟନ କ୍ଷେତ୍ରକୁ ପରିବର୍ତ୍ତନ କରିବାରେ OMCର ଭୂମିକା ଉପରେ ଆଲୋକପାତ କରି କହିଥିଲେ ଯେ ଆଜିଠାରୁ OMCର ୧୮ଟି ଖଣି କାର୍ଯ୍ୟକ୍ଷମ ହେଲା। ଏହା କେବଳ ଖଣିଜ ପଦାର୍ଥ ଉତ୍ପାଦନ କରୁନାହିଁ ଏହା ଏକ ଶକ୍ତିଶାଳୀ, ସ୍ୱାବଲମ୍ବୀ ଓଡିଶାର ମୂଳଦୁଆ ସ୍ଥାପନ କରୁଛି। ଉନ୍ନତ ଉତ୍ପାଦନ ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ OMC ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ସୁଦୃଢ କରୁଛି। OMCକୁ ଆହୁରି ଚଳଚଞ୍ଚଳ କରିବା ପାଇଁ ସେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ।

ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ଆମର ପ୍ରାକୃତିକ ସମ୍ପଦର ସଠିକ୍ ବିନିଯୋଗ କରି ଆମେ ବର୍ତ୍ତମାନ ଏକ ଦୁର୍ବଳ ଅର୍ଥନୀତିରୁ ମଧ୍ୟବର୍ତ୍ତୀ ଅର୍ଥନୀତିକୁ ଆସି ପାରିଛୁ। OMC ଦୀର୍ଘ ବର୍ଷ ଧରି ଭଲ ପ୍ରଦର୍ଶନ କରିଆସିଛି। ତଥାପି ଆମକୁ ନିରନ୍ତର ବିକାଶ ପ୍ରକ୍ରିୟାରେ ନୂଆ ଟେକ୍ନୋଲୋଜି ସହିତ ସାମିଲ ହେବାକୁ ପଡିବ।

ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଏମ୍‌ସିର ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଦେଇଥିଲେ ଏବଂ OMC ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ନିଗମ ଅଧୀନରେ କାମ କରୁଥିବା ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

OMC OMC Foundation Day ଓଏମ୍‌ସି ଓଏମ୍‌ସି ପ୍ରତିଷ୍ଠା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.