Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ କଂଗ୍ରେସ କଲା ୨୪ ଘଂଟିଆ ଗଣଧାରଣା, ଜାଣନ୍ତୁ କାରଣ
ଜାତୀୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ କଂଗ୍ରେସ କଲା ୨୪ ଘଂଟିଆ ଗଣଧାରଣା, ଜାଣନ୍ତୁ କାରଣ

May 22, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
Cong
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ କଂଗ୍ରେସ କଲା ୨୪ ଘଂଟିଆ ଗଣଧାରଣା, ଜାଣନ୍ତୁ କାରଣ

ଭୁବନେଶ୍ବର: ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ ନାର୍ଯ୍ୟ ଆରକ୍ଷଣ ବାବିରେ ପିସିସି ସଭାHପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆଜି ଦିବା ୧୦ ଘଟିକାରୁ ୨୪ ଘଂଟିଆ ଧାରଣା ଦିଆଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ବିଶାଳ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରି ଧାରଣା ସ୍ଥଳ ପର୍ଯ୍ୟନ୍ତ ଯାଇଥିଲେ ।

ଏହି ଅବସରରେ ଶ୍ରୀ ଦାସ କହିଛନ୍ତି ଯେ କେନ୍ଦ୍ର ସରକାର ତରବରିଆ ଭାବେ ଭୟରେ ଜାତି ଜନଗଣନା କରିବାପାଇଁ ଯେଉଁ ନିଷ୍ପରି ଗ୍ରହଣ କରିଛନ୍ତି ଏହାର ସମସ୍ତ ଶ୍ରେୟ ରାହୁଲ ଗାନ୍ଧୀଙ୍କର । ରାହୁଲ ଗାନ୍ଧୀ କହି ଆସିଛନ୍ତି ଯାହାର ସଂଖ୍ୟା ଯେତେ ତାହାର ହକ ସେତେ । ସେହି ନିମୟରେ ସେ ସଂସଦ ଭିତରେ ଏବଂ ସଂସଦ ବାହାରେ ଶାଣିତ ସ୍ବରରେ ଜାତି ଜନଗଣନା ପ୍ରସଙ୍ଗ ଉପସ୍ଥାପନ ଦୀର୍ଘଦିନ ଧରି କରି ଆସୁଥିଲେ । ସେତେବେଳେ ଜାତି ଜନଗଣନାକୁ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଙ୍କ ଠାରୁ ବହୁ ନେତା ତୀବ୍ର ବିରୋଧ କଲେ ।

ରାଜ୍ୟରେ ଏସ୍‌ସି, ଏସ୍‌ଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାରେ ୩୮.୭୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଉଥିବା ବେଳେ ମେଡିକାଲ ଓ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମରେ ମାତ୍ର ୨୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିଛି । ଏହା ଦୁର୍ଭାଗ୍ୟଜନକ।

କଂଗ୍ରେସ ଯେଉଁ ଦାବୀ କରିଛି ତାହା ହେଲା…

* ଓବିସି ଏବଂ ଏସିବିସି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ଆରକ୍ଷଣ ଏବଂ ଏହି ବର୍ଗର ବେକାର ଯୁବକ ଯୁବତୀ ମାନଙ୍କପାଇଁ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ।

* ସ୍ଥାନ ସଂରକ୍ଷଣର ସୁଯୋଗ ହରାଇଥିବା ଓବିସି ଓ ଏସିବିସି ବର୍ଗଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ଏକ ସ୍ବତନ୍ତ୍ର ଡ୍ରାଇଭ କରାଯାଇ ଏହାର କ୍ଷତି ଭରଣା କରାଯାଉ ।

* ୨୦୧୫ ମସିହାରେ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବୈଷୟୀକ ଓ ବ୍ୟବହାରିକ ଶିକ୍ଷା କ୍ଷେତ୍ରରେ ୩୮.୭୫ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉ।

* ସମ୍ବିଧାନର ଧାରା ୧୫ (୫) ଅନୁଯାୟୀ ଘରୋଇ ଶିକ୍ଷାନୁଷ୍ଠାନରେ ଆରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉ।

ଏସସି-ଏସଟି, ଓବିସି ଓ ମାଇନୋରଟି ଫାଇନାନ୍ସ କର୍ପୋରେସନର ପୂର୍ନରୁଦ୍ଧାର କରାଯାଉ। ୫ ହଜାର କୋଟି ଟଙ୍କାର କର୍ପସ ଫଣ୍ଡ ବ୍ୟବସ୍ଥା କରାଯାଇ ଉପରୋକ୍ତ ବର୍ଗର ଉଦ୍ୟୋଗୀ ମାନଙ୍କୁ ରିହାତି ଓ କମ ସୁଧରେ ଋଣ ବ୍ୟବସ୍ଥା କରାଯାଉ । ଓଡ଼ିଶା ପ୍ରଭାରୀ ଅଳୟ କୁମାର ଲଲ୍ଲ କହିଛନ୍ତି ଯେ ଓବିସି ବର୍ଗଙ୍କୁ ଭୁଆଁ ବୁଲାଇବା ପାଇଁ ବ୍ୟବହାରିକ ଶିକ୍ଷାକ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ।

ସେହିଭଳି ଏସ୍‌ସି, ଏସ୍‌ଟି ମାନଙ୍କୁ ମଧ୍ୟ ବୈଷୟିକ, ମେଡିକାଲ, ଇଂଜିନିୟରିଂ ଶିକ୍ଷାକ୍ଷେତ୍ରରେ ମାତ୍ର ୨୦ ପ୍ରତିଶତ ସଂରକ୍ଷଣ ଦିଆଯାଇଛି। ଯାହାକି ସଂପୂର୍ଣ ଭାବେ ଏହି ବର୍ଗଙ୍କୁ ଉପେକ୍ଷା କରାଯାଇଛି ବୋଲି ଶ୍ରୀ ଲଲୁ ଅଭିଯୋଗ କରିଛନ୍ତି । ରାଜ୍ୟର ୫୪ ପ୍ରତିଶତ ପଛୁଆବର୍ଗର ଲୋକ ନିଜ ହକ ପାଇଁ ଲଢ଼େଇ କଲେ ନିଶ୍ଚିତଭାବେ ବ୍ୟବସ୍ଥିତ ହୋଇଥିବା ସଂରକ୍ଷଣ ଲାଗୁ କରିବାପାଇଁ ସରକାର ବାଧ୍ୟ ହେବେ ।

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସହ ପ୍ରଭାରୀ ରୋଜାଲିନା ତିର୍କି, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ଶିବାନନ୍ଦ ରାୟ, ଅମର ପ୍ରଧାନ, ସୁରେଶ କୁମାର ରାଉତରାୟ, ରାମଚନ୍ଦ୍ର ଖୁଟିଆ, ଅନନ୍ତ ପ୍ରସାଦ ସେଠୀ, ସମୀର ରାଉତରାୟ, ଅଶୋକ ବାସ, ରମେଶ ଜେନା, ମାନସ ଚୌଧୁରୀ, ଡ. ଦେବାଶିଷ ପଟ୍ଟନାୟକ, ମଙ୍ଗୁ ଖୁଲ, ପ୍ରଫୁଲ ପ୍ରଧାନ, ଡ. ଲଲାଟେନ୍ଦୁ ମହାପାତ୍ର, ସନ୍ତୋଷ ସିଂ ସାଲୁଜା, ଶୁଭେନ୍ଦୁ ମହାନ୍ତି, ପ୍ରକାଶ ଜେନା, ସସ୍ମିତା ବେହେରା, ପ୍ରକାଶ ମିଶ୍ର, ସୁଧାଂଶୁ ଦେଓ, ଜାନକୀ ପଟ୍ଟନାୟକ, ମନୋରଞ୍ଜନ ଦାଶ, ରଣଜିତ ପାତ୍ର, ୟାସିର ନଓ୍ୱାଜ, ଉଦିତ ପ୍ରଧାନ, ସନ୍ତୋଷ ପ୍ରଧାନ, ବିଜୟାନନ୍ଦ ଚାଉଳିଆ, ପୃଥ‌ିବୀ ବଲ୍ଲଭ ପଟ୍ଟନାୟକ, ମାନସ ମଲ୍ଲିକ, ସନ୍ତୋଷ ପ୍ରଧାନ, ଶାନ୍ତନୁ ସାହୁ, ମଧୁସ୍ମିତା ସେଠୀ, ସୁଦର୍ଶନ ଦାସ, ନଟବର ବାରିକ, ବାଙ୍କନିଧ ବେହେରା, ଅଶାକ ଦାସ, କନକଲତା ମଲ୍ଲିକ, ସଂଜୀବ ଗିରି, ଅଜୟ ସାମଲ, ରଳନୀ ମହାନ୍ତି, ହଳଧର ସେଠୀ, ନିରୂପମା ମହାପାତ୍ର, ମାନସ ଆଚାର୍ଯ୍ୟ, ଦୀପକ କୁମାର ମହାପାତ୍ର, ମନୋଳ ରାଉତ, ଜ‌ୟକୃଷ୍ଣ ସୁବୁଦ୍ଧି, ମିଲନ ପଟ୍ଟନାୟକ, ପ୍ରଶନ୍ନ ନାୟକ, ଗୋପନ ମାର୍ଥା, ନିରଞ୍ଜନ ନାୟକ, ପ୍ରଫୁଲ ଦାସ, ସଂଳିବ ଗିରି, ନିରୁପମା ପାତ୍ର, ରବି ମଲ୍ଲିକ, ଗିତାଞ୍ଜଳି ମହାନ୍ତି, ଶିଳ୍ପଶ୍ରୀ ହରିଚନ୍ଦନ, ମନୋରଞ୍ଜନ ରାଉତରାୟ, ଦେବେନ୍ଦ୍ର ସାହୁ, କୁସୁମ ପ୍ରଧାନ, ସସ୍ମିତା ପଣ୍ଡା, ସାକା ସୁଜିତ କୁମାର ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗଦେଇଥିଲେ।

cong obc କଂଗ୍ରେସ ଧାରଣା ପଛୁଆ ବର୍ଗ ସଂରକ୍ଷଣ ଭକ୍ତ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.