Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»RathYatra2025: ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ ନେଲେ ସମୀକ୍ଷା ବୈଠକ, ନିଆଗଲା ଏହି ନିଷ୍ପତି
ଜାତୀୟ ଖବର

RathYatra2025: ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ ନେଲେ ସମୀକ୍ଷା ବୈଠକ, ନିଆଗଲା ଏହି ନିଷ୍ପତି

May 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
RathYatra25
ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ନେଲେ ସମୀକ୍ଷା ବୈଠକ, ନିଆଗଲା ଏହି ନିଷ୍ପତି

RathYatra2025: ଆଗାମୀ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବା ପାଇଁ ଜାରି ରହିଥିବା ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି l

ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ,  ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ କୁମାର ପାଢ଼ୀ, ପୂର୍ତ୍ତ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ସମେତ ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରଓ୍ୱାଲଙ୍କ ସମେତ  ରାଜ୍ୟ ପ୍ରଶାସନର ସମ୍ପୃକ୍ତ ବିଭିନ୍ନ ବିଭାଗର ଅନ୍ୟ  ବରିଷ୍ଠ ପଦାଧିକାରୀ ତଥା ପୁଲିସ ପ୍ରଶାସନର ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ପାଢୀ ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ଶୃଙ୍ଖଳିତ  ନୀତି କାନ୍ତି ପାଇଁ ପ୍ରସ୍ତୁତି କରାଯାଉଥିବା, ରଥ ପ୍ରସ୍ତୁତି ଜାରି ସହ ଆବଶ୍ୟକ କାଠ ସଂଗ୍ରହ  କାର୍ଯ୍ୟ କରାଯାଉଥିବା ସଂପର୍କରେ ସୂଚନା ଦେଇଥିଲେ । ରଥ ଟଣା ବେଳେ ଯେପରି ରଥ ସମ୍ମୁଖରେ  ଅନାବଶ୍ୟକ ଗହଳି ନହୁଏ, ସେଥିପ୍ରତି ଆଲୋଚନା କରାଯାଇଥିଲା।

ରଥଯାତ୍ରାରେ ଆଇନ୍ ଶୃଙ୍ଖଳା ରକ୍ଷା ସଂପର୍କରେ ପ୍ରସ୍ତୁତି ସଂପର୍କରେ ପୁରୀ ଆରକ୍ଷୀ ଅଧିକ୍ଷକ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ । ରଥ ଯାତ୍ରାରେ ଭିଭିଆଇପିମାନଙ୍କ ନିମନ୍ତେ ବସିବା ସ୍ଥାନ ଓ  ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ ଆଇନଶୃଙ୍ଖଳା ପ୍ରତି ପ୍ରାଥମିକତା ଦେବାକୁ ଗୁରୁତ୍ୱ ଦେଇଛନ୍ତି । ପୁର୍ବରୁ ଶୃଙ୍ଖଳାର ସହିତ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଯେପରି କୌଣସି ପ୍ରକାର ତ୍ରୁଟି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ପୋଲିସ ପ୍ରଶାସନ ଓ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

ଆଜିର ବୈଠକରେ ପୁଲିସ୍ ପ୍ରଶାସନ ତରଫରୁ ମୁତୟନ ହେବାକୁ ଥିବା ଆରକ୍ଷୀ ବଳଙ୍କ ପାଇଁ ଅସ୍ଥାୟୀ ଶିବିର ନିମନ୍ତେ ନଳକୂପ ସହିତ ଓ୍ୱାଟକୋ,ପୁରୀ ତରଫରୁ ପାନୀୟ ଜଳ ବ୍ୟବସ୍ଥା, ଓ ସଫେଇ କର୍ମୀଙ୍କ ଦ୍ୱାର ପରିମଳ ରକ୍ଷା ସଂପର୍କରେ ଆଲୋଚନା କରାଯାଇଥିଲା । ଭକ୍ତ ତଥା ଜନସାଧାରଣଙ୍କ  ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା ପାଇଁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ, ସହରର ବିଭନ୍ନ ଅଂଚଳରେ ପରିମଳ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା ।

ସମ୍ଭାବ୍ୟ ବର୍ଷାରେ ଜଳ ନିଷ୍କାସନ ନିମନ୍ତେ ପ୍ରସ୍ତୁତି ସ୍ୱରୂପ ପୁରୀ ମ୍ୟୁନିସିପାଲିଟି ତରଫରୁ  ୧୫ ଟି ସମ୍ବେଦନଶୀଳ ଅଂଚଳ ଚିହ୍ନଟ କରାଯାଇଛି । ପୁରୀ  ଡାକ୍ତରଖାନା ଛକ ସମେତ ସବୁଠି ଉଚ୍ଚ କ୍ଷମତା ସଂପନ୍ନ ଡିଜେଲ ପମ୍ପ ପ୍ରସ୍ତୁତି ରହିବ  । ବିଭିନ୍ନ ସ୍ଥାନରେ ମୋବାଇଲ ଟଏଲେଟ୍ ଓ  ଫାଇବର ପ୍ରସ୍ତୁତ ଶୌଚାଳୟ ସ୍ଥାପନ କରାଯିବ । ସେହିପରି ବିଭିନ୍ନ ରହଣି ସ୍ଥଳର ରକ୍ଷଣା ବେକ୍ଷଣ, ବିଦ୍ୟୁତ୍ ଭିତ୍ତିଭୂମି ଯାଂଚ, ଭିଆଇପି ମାନଙ୍କ ରହଣି ଓ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । .

ବୈଠକରେ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ପାଇଁ ଟ୍ରାଫିକ ପରିଚାଳନା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ସିସିଟିଭି ସ୍ଥାପନ, ଭିଡ଼ ନିୟନ୍ତ୍ରଣ, ଯାନ ବାହନ ପାଇଁ ପାର୍କିଂ ବ୍ୟବସ୍ଥା, ରଥଟଣା ସୁବ୍ୟବସ୍ଥା, ପାସ୍ ବ୍ୟବସ୍ଥା, ବିଶିଷ୍ଟ ଅତିଥି ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା l

RathYatra2025 ପୁରୀ ରଥଯାତ୍ରା ରଥଯାତ୍ରା ରଥଯାତ୍ରା2025
Share. Facebook Twitter LinkedIn Email WhatsApp Copy Link

Related Posts

ଖଲ୍ଲିକୋଟ ପୋଲିସ ପକ୍ଷରୁ କାର ସମେତ ବିପୁଳ ପରିମାଣର ମଦ ଜବତ: ଚାଳକ ଗିରଫ

July 24, 2025

ସମ୍ୱଲପୁର ନିକଟରେ ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଟ୍ରାକରୁ ଖସିଲା ଜେନେରାଲ କୋଚ୍‌ର ଗୋଟିଏ ବଗି

July 24, 2025

ସଚିନ ତେନ୍ଦୁଲକରଙ୍କର ଏହି ବଲିଉଡ୍ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିଲା?: ଅନେକ ବର୍ଷ ପରେ ସାମ୍ନାକୁ ଆସିଲା ସତ୍ୟ

July 24, 2025

ଚିତାଲାଗି ଅମାବାସ୍ୟା ଓ ଚିତଉ ଭୋଗ

July 24, 2025
Latest News

ଖଲ୍ଲିକୋଟ ପୋଲିସ ପକ୍ଷରୁ କାର ସମେତ ବିପୁଳ ପରିମାଣର ମଦ ଜବତ: ଚାଳକ ଗିରଫ

July 24, 2025

ସମ୍ୱଲପୁର ନିକଟରେ ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଟ୍ରାକରୁ ଖସିଲା ଜେନେରାଲ କୋଚ୍‌ର ଗୋଟିଏ ବଗି

July 24, 2025

ସଚିନ ତେନ୍ଦୁଲକରଙ୍କର ଏହି ବଲିଉଡ୍ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିଲା?: ଅନେକ ବର୍ଷ ପରେ ସାମ୍ନାକୁ ଆସିଲା ସତ୍ୟ

July 24, 2025

ଚିତାଲାଗି ଅମାବାସ୍ୟା ଓ ଚିତଉ ଭୋଗ

July 24, 2025

ଆକର୍ଷଣୀୟ ଡିଜାଇନ୍‌ ଏବଂ ସର୍ବୋତ୍ତମ କାର୍ଯ୍ୟଦକ୍ଷତା ସହିତ ମହିନ୍ଦ୍ରା XUV 3XO “REVX” ସିରିଜ୍ ଲଞ୍ଚ୍: ଜାଣନ୍ତୁ ମୂଲ୍ୟ 

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.