Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୃଷକଙ୍କୁ ସଶକ୍ତ କରିବା ପାଇଁ ସମ୍ବଲପୁରରେ ହିଣ୍ଡାଲକୋ ଆରମ୍ଭ କଲା ‘ପ୍ରୋଜେକ୍ଟ ବସୁଧା’
ଜାତୀୟ ଖବର

କୃଷକଙ୍କୁ ସଶକ୍ତ କରିବା ପାଇଁ ସମ୍ବଲପୁରରେ ହିଣ୍ଡାଲକୋ ଆରମ୍ଭ କଲା ‘ପ୍ରୋଜେକ୍ଟ ବସୁଧା’

May 29, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
Hindalco
କୃଷକଙ୍କୁ ସଶକ୍ତ କରିବା ପାଇଁ ସମ୍ବଲପୁରରେ ହିଣ୍ଡାଲକୋ ଆରମ୍ଭ କଲା ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ରୋଜେକ୍ଟ ବସୁଧା ଆରମ୍ଭ କରିଛି । ଏହା ଏକ ପୂର୍ଣ୍ଣାଙ୍ଗ ଗ୍ରାମାଞ୍ଚଳ ବିକାଶ କାର‌୍ୟ୍ୟକ୍ରମ ଯେଉଁଥିରେ କୃଷକମାନଙ୍କ ନିମନ୍ତେ ଦୀର୍ଘସ୍ଥାୟୀ କୃଷି, ପଶୁସମ୍ପଦ ପାଳନକୁ ପ୍ରୋତ୍ସାହନ ଏବଂ ଆୟ ସୃଷ୍ଟି ଉପରେ ଦୃଷ୍ଟିନିବଦ୍ଧ କରାଯାଉଛି ।

ବିଏଆଇଏଫ ଇନଷ୍ଟିଚ୍ୟୁଟ ଫର ସଷ୍ଟେନେବଲ ଲାଇଭଲିହୁଡ ଆଣ୍ଡ ଡେଭଲପମେଣ୍ଟ (ବିଆଇଏସଏଲଡି) ସହଭାଗୀତାରେ କାର‌୍ୟ୍ୟକାରୀ କରାଯାଉଥିବା ଏହି ପ୍ରକଳ୍ପ ସମୁଦାୟ ସମ୍ବଲପୁର ଜିଲ୍ଲାରେ କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଉଲ୍ଲେଖନୀୟ ପ୍ରଭାବ ପକାଇଛି ।

ସମାବେଶୀ ଗୋଷ୍ଠୀ ଅଭିବୃଦ୍ଧି ନିମନ୍ତେ କମ୍ପାନୀର ପ୍ରତିବଦ୍ଧତା ଉପରେ ଗୁୁରୁତ୍ୱ ଦେଇ ଶ୍ରୀ ଦେବାଶିଷ ମଲିକ, ୟୁନିଟ ହେଡ, ହିଣ୍ଡାଲକୋ ହୀରାକୁଦ କଂପ୍ଲେକ୍ସ କହିଥିଲେ, “ଆମେ କେବଳ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି କ୍ଷେତ୍ରରେ କାର‌୍ୟ୍ୟ କରୁନାହୁଁ, ତାହାସହିତ ଆମେ କୃଷିର ବିକାଶ କ୍ଷେତ୍ରରେ ଗଭୀର ଭାବରେ ନିବେଶ କରିଛୁ । ଗୋଷ୍ଠୀର ଦୀର୍ଘସ୍ଥାୀ ଏବଂ ସାମଗ୍ରିକ ପ୍ରଗତି ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ ହୋଇଛି ।

ଏହି ପ୍ରକଳ୍ପ ଏକ ପୂର୍ଣ୍ଣାଙ୍ଗ ବିକାଶ ଆଭିମୁଖ୍ୟ ମୂଳମନ୍ତ୍ରକୁ ନେଇ କାର‌୍ୟ୍ୟକାରୀ କରାଯାଉଥିବା ବେଳେ ଏହା ଉନ୍ନତି କୃଷି କାର‌୍ୟ୍ୟାଭ୍ୟାସ, ଶସ୍ୟ ବିବିଧକରଣ ଏବଂ ବୈଜ୍ଞାନିକ ଉପାୟରେ ପଶୁସମ୍ପଦ ପରିଚାଳନାକୁ ପ୍ରୋତ୍ସାହିତ କରି କୃଷକମାନଙ୍କ ଉତ୍‍ଥାନ ନିମନ୍ତେ ପୂର୍ଣ୍ଣାଙ୍ଗ ବିକାଶ ଆଭିମୁଖ୍ୟ ରଖିଛି, ଏବଂ ସେହି ସମୟରେ ସରକାରୀ ଯୋଜନାରଗୁଡିକ ସୁଯୋଗ ଯେଭଳି ସମସ୍ତେ ନେଇପାରିବେ ଏବଂ ସେଥିରେ ଗୋଷ୍ଠୀ ଅଂଶଗ୍ରହଣକୁ ସୁଦୃଢ କରିବା ମଧ୍ୟ ସୁନିଶ୍ଚିତ କରୁଛି,” ବୋଲି ଶ୍ରୀ ମଲିକ କହିଥିଲେ ।

Read in English- Hindalco’s ‘Project Basudha’ , empowers farmers and enriches futures

ଏହି ପ୍ରକଳ୍ପର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ମଧ୍ୟରେ ସମନ୍ୱିତ ପୋଷକ ପରିଚାଳନା(ଆଇଏନଏମ) ଏବଂ ସମନ୍ୱିତ କୀଟ ପୋକ ପରିଚାଳନା (ଆଇପିଏମ) ଜରିଆରେ ଆଧୁନିକ ଏବଂ ଦୀର୍ଘସ୍ଥାୟୀ କୃଷି କାର‌୍ୟ୍ୟକୁ ପ୍ରୋତ୍ସାହନ, କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ଓୟୁଏଟି (ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳ) ଚିପିଲିମା ଏବଂ ମତ୍ସ୍ୟ ବିଭାଗ ଆଦି ଜରିଆରେ ତାଲିମ ଓ କ୍ଷେତ୍ର ପ୍ରଦର୍ଶନ ଭିତ୍ତିକ ଗସ୍ତ, ୪୦୦ରୁ ଅଧିକ କୃଷକଙ୍କ ନିକଟରେ ସଫଳତାର ସହିତ ପହଞ୍ଚିଥିବା ବେଳେ ଆଗାମୀ ତିନିବର୍ଷ ମଧ୍ୟରେ ୧ହଜାର ଲକ୍ଷ୍ୟ ହାସଲ କରିବା; ଭାରତୀୟ ଷ୍ଟେଟବ୍ୟାଙ୍କ ସହଯୋଗୀତାରେ ଶସ୍ୟବୀମା ଉପରେ ସଚେତନତା କାର‌୍ୟ୍ୟକ୍ରମ ଆୟୋଜନ, ଯେଉଁଥିରେ ୬୦ରୁ ଅଧିକ କୃଷକ ପଞ୍ଜିକୃତ ହୋଇସାରିଛନ୍ତି; ଆଦି ଅନ୍ତର୍ଭୁକ୍ତ ।

ଗୋସମ୍ପଦ କ୍ଷେତ୍ରରେ କୃତ୍ରିମ ପ୍ରଜନନ ଏବଂ ପ୍ରଜାତିରେ ଉନ୍ନତିକରଣ କାର୍ଯ୍ୟ ଆତ୍ମନିଯୁକ୍ତ ଯୁବବର୍ଗଙ୍କ ଦ୍ୱାରା ପରିଚାଳିତ ପଶୁସମ୍ପଦ ବିକାଶ କେନ୍ଦ୍ରଗୁଡିକ ଜରିଆରେ ସୁଗମ କରାଯାଉଛି, ଯେଉଁଥିରେ ୩୦୦ରୁ ଅଧିକ ପଶୁସମ୍ପଦ ଏବଂ ୬୦ ପରିବାରକୁ ଲକ୍ଷ୍ୟ ରଖାଯାଇଛି । ବୈଜ୍ଞାନିକ ଉପାୟରେ ଡାଏରୀ ପରିଚାଳନା ପ୍ରଦର୍ଶନ କରିବାକୁ ଅଧିକ ଦୁଗ୍ଧ ପ୍ରଦାନକାରୀ ଗାଈଙ୍କୁ ନେଇ ଏକ ମଡେଲ ଡାଏରୀ ଫାର୍ମ ସ୍ଥାପନ କରାଯାଉଛି । ଅତିରିକ୍ତ ପ୍ରୟାସଗୁଡିକ ମଧ୍ୟରେ ଘର ପଛପଟ ବାଡିରେ ୫୦ ପରିବାରଙ୍କ ନିମନ୍ତେ କୁକୁଡା ପାଳନ, ଆୟ ସୃଷ୍ଟି ନିମନ୍ତେ ୧୫୦୦-ପକ୍ଷୀ ବ୍ୟବସାୟିକ କୁକୁଡା ପାଳନ ୟୁନିଟ ଏବଂ ଏକ ଆବର୍ତ୍ତୀ ମଡେଲ ଜରିଆରେ ୩୭ ପରିବାର ଉପକୃତ ହେଉଥିବା ଏକ ଛେଳି ପାଳନ ବିକାଶ କାର‌୍ୟ୍ୟକ୍ରମ ଆଦି ଅନ୍ତର୍ଭୁକ୍ତ ।

ଆଜୋଲା, ମିଠା ମକା ଆଦି ଉଚ୍ଚ ଅମଳକ୍ଷମ କିସମକୁ ଉପଯୋଗ କରି ଘାସ ଚାଷ ଏବଂ ହାଇବ୍ରିଡ ନାପିଏର ଆଦି ଚାଷକୁ ୨୦ଜଣ କୃଷକ ଆପଣେଇ ସାରିଛନ୍ତି, ଯାହା ସେମାନଙ୍କର ଦୁଗ୍ଧ ଉତ୍ପାଦନ ଲାଭରେ ବୃଦ୍ଧି ଘଟାଇଛି । କୃଷି କ୍ଷେତ୍ର ବାହାରେ ଜୀବିକା ଉପାର୍ଜନ ବିକଳ୍ପଗୁଡିକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି, ଯେଉଁଥିରେ ଆଧୁନିକ ପଦ୍ଧତିରେ ଛତୁ ଚାଷ ଅନ୍ତର୍ଭୁକ୍ତ ଏବଂ ଏଥିରେ ୧୦୦ ପରିବାରକୁ ତାଲିମ ପ୍ରଦାନ କରାଯାଉଛି ଏବଂ ଏସଏଚଜି ଅଂଶଗ୍ରହଣ ଜରିଆରେ ଦୁଇଟି ବ୍ୟବସାୟିକ ୟୁନିଟ କାର୍ଯ୍ୟକ୍ଷମ ହୋଇସାରିଛି ।

ଲାରପଙ୍କ ଗ୍ରାମର କୃଷକ ଶ୍ରୀ ନିରଞ୍ଜନ ସାହୁ ଏହି ପ୍ରୟାସ କିଭଳି ତାଙ୍କର ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିଛି ତାହା ପ୍ରକାଶ କରି କହିଥିଲେ ଯେ, “ହିଣ୍ଡାଲକୋର ପ୍ରୟାସ ପରେ ଆମର ଆୟ ବୃଦ୍ଧିପାଇଛି । ସେମାନେ ଉତ୍ତମ ମାନର ବିହନ ଏବଂ ଉଦ୍ଭିଦ ଚାରା ଯୋଗାଇ ଦେଉଛନ୍ତି ଯେଉଁଗୁଡିକ ସୁନ୍ଦର ଭାବରେ ବଢୁଛି। ଫଳସ୍ୱରୂପ ଆମର ପନିପରିବା ଉତ୍ପାଦନ ବୃଦ୍ଧିପାଇଛି, ଏବଂ ଏହା ଫଳରେ ଉପାର୍ଜନ ମଧ୍ୟ ଅଧିକ ହେଉଛି,” ବୋଲି ସେ କହିଥିଲେ।

ଏହାକୁ ସମର୍ଥନ କରି ଶ୍ରୀମତୀ ମୌସମୀ ସେରପେଟା, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ସମ୍ବଲପୁର ଏହାର ପରିବେଶ ଏବଂ ଗ୍ରାମାଞ୍ଚଳ ଅର୍ଥନୀତି ଉପରେ ପଡୁଥିବା ବିସ୍ତାରିତ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। “ହିଣ୍ଡାଲକୋ ସମର୍ଥନରେ ଶସ୍ୟ ବିବିଧକରଣକୁ ପ୍ରୋତ୍ସାହିତ କରାଯାଉଛି ଯାହା ମୃତ୍ତିକାର ଉର୍ବରତାକୁ ସଂରକ୍ଷିତ ରଖୁଛି। ଅର୍ଥକାରୀ ଫସଲ ଉତ୍ପାଦନ ନିମନ୍ତେ ପ୍ରୋତ୍ସାହନ ମଧ୍ୟ କୃଷକମାନଙ୍କୁ ତତ୍‍କ୍ଷଣାତ ଓ ଅତିରିକ୍ତ ଆୟ ଆଣିଦେଉଛି,” ବୋଲି ସେ ଉଲ୍ଲେଖ କରିଥିଲେ।

ଓଡ଼ିଶାରେ ସମାଜ ପ୍ରତି ପ୍ରତିଦାନ ରଖିବାର ନିରନ୍ତର ପ୍ରେରଣା ଦ୍ୱାରା ପରିଚାଳିତ ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଆଦିତ୍ୟ ବିର୍ଲା ଗ୍ରୁପ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁଥିବାବେଳେ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଜୀବନକୁ ସ୍ପର୍ଶ କରୁଛି। ଗ୍ରୁପର ସିଏସଆର କାର‌୍ୟ୍ୟକଳାପ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭସ୍‍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଦ୍ୱାରା କାର‌୍ୟ୍ୟକାରୀ କରାଯାଉଛି। ସେଭଳି କରିବା ଦ୍ୱାରା ଏକ ଉତ୍ତମ ଏବଂ ଜୀବନ ଧାରଣର ଦୀର୍ଘସ୍ଥାୟୀ ପନ୍ଥା ନିର୍ମାଣ ତଥା ଦେଶର ମାନବ ବିକାଶ ସୂଚକରେ ବୃଦ୍ଧି ଘଟାଯାଉଛି । ଗ୍ରୁପର ସିଏସଆର ଦୂରଦୃଷ୍ଟି ଦାରିଦ୍ର‌୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବା ନିମନ୍ତେ ୟୁଏନଏସଡିଜି ଲକ୍ଷ୍ୟସମୂହ ମୁତାବକ ହୋଇଛି ।

hindalco ଆଦିତ୍ୟ ବିର୍ଲା ଗ୍ରୁପ୍ ହିଣ୍ଡାଲକୋ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ
Share. Facebook Twitter LinkedIn Email WhatsApp Copy Link

Related Posts

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Latest News

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.