Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିରାଟଙ୍କ ସ୍ଥାନ ନେବେ ଏହି ଖେଳାଳି!: ଇଂଲଣ୍ଡରେ ଖେଳିଲେ ଚମତ୍କାର ଇନିଂସ, ଇଣ୍ଡିଆ-ଏ ୪୦୯/୩
ଜାତୀୟ ଖବର

ବିରାଟଙ୍କ ସ୍ଥାନ ନେବେ ଏହି ଖେଳାଳି!: ଇଂଲଣ୍ଡରେ ଖେଳିଲେ ଚମତ୍କାର ଇନିଂସ, ଇଣ୍ଡିଆ-ଏ ୪୦୯/୩

May 31, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ବିରାଟ କୋହଲି ପୂର୍ବରୁ ନାଲି ବଲ୍ ଫର୍ମାଟରେ ନମ୍ବର-୪ରେ ବ୍ୟାଟିଂ କରୁଥିଲେ, କିନ୍ତୁ ଅବସର ପରେ ଏହି ସ୍ଥାନ ଖାଲି ପଡ଼ିଛି। ଏହା ଚର୍ଚ୍ଚାର ସବୁଠାରୁ ବଡ଼ ବିଷୟ ପାଲଟିଛି ଯେ, ନମ୍ବର-୪ରେ ବିରାଟଙ୍କ ସ୍ଥାନ କିଏ ନେବ। ବର୍ତ୍ତମାନ ଟିମ୍ ଇଣ୍ଡିଆର ଇଂଲଣ୍ଡ ଗସ୍ତ ପୂର୍ବରୁ କରୁଣ ନାୟାର ଏକ ମଜବୁତ ଶତକୀୟ ଇନିଂସ ଖେଳି ବିରାଟ କୋହଲିଙ୍କ ସ୍ଥାନ ନେବାକୁ ଦାବି କରିଛନ୍ତି।

ଭାରତ ଏ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ପ୍ରଥମ ପ୍ରଥମ ଶ୍ରେଣୀ ମ୍ୟାଚ୍ ମେ ୩୦ ତାରିଖରେ ଆରମ୍ଭ ହୋଇଥିଲା। ଏହି ମ୍ୟାଚ୍ ରେ ଟିମ୍ ଇଣ୍ଡିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରାଯାଇଥିଲା। ଯଶସ୍ୱୀ ଜୟସ୍ୱାଲ ଏବଂ ଅଧିନାୟକ ଅଭିମନ୍ୟୁ ଈଶ୍ୱରନ୍ ବଡ଼ ସ୍କୋର କରିପାରି ନଥିଲେ, କିନ୍ତୁ କରୁଣ ନାୟାର ଏକ ଶତକ ହାସଲ କରି ବିରାଟଙ୍କ ସ୍ଥାନ ନେବାକୁ ଦାବି କରିଛନ୍ତି। କରୁଣ ନାୟାର ୧୫୫ ବଲ୍ ରେ ତାଙ୍କର ଶତକ ପୂରଣ କରିଥିଲେ।

ସମ୍ପ୍ରତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ପରାମର୍ଶ ଦେଇଥିଲେ ଯେ, ନାୟାର ଟେଷ୍ଟରେ ବିରାଟ କୋହଲିଙ୍କ ପାଇଁ ଭଲ ବଦଳ ପ୍ରମାଣିତ ହୋଇପାରନ୍ତି। କରୁଣ ନାୟାର ଇଂଲଣ୍ଡ ଲାୟନ୍ସ ବିପକ୍ଷ ମ୍ୟାଚ୍ ରେ ତୃତୀୟ ନମ୍ବରରେ ବ୍ୟାଟିଂ କରିଥିଲେ, କିନ୍ତୁ ସେ ସାଧାରଣତଃ ଚତୁର୍ଥ ନମ୍ବରରେ ବ୍ୟାଟିଂ କରନ୍ତି। ପ୍ରଥମ ଦିନ ଶେଷ ସୁଦ୍ଧା ସେ ୨୪୬ ବଲ୍ ରେ ୧୮୬ ରନ୍ କରି ଅପରାଜିତ ଅଛନ୍ତି।

କରୁଣ ନାୟାରଙ୍କ ବ୍ୟତୀତ ସର୍ଫରାଜ ଖାନ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ମଧ୍ୟ ଚମକିଥିଲେ, ଯାହାକୁ ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିନାହିଁ। ନାୟାର ଏବଂ ସରଫରାଜଙ୍କ ମଧ୍ୟରେ ୧୮୧ ରନ୍ ର ଏକ ବିଶାଳ ପାର୍ଟନରସିପ୍ ହୋଇଥିଲା। ସରଫରାଜ ଖାନ ୧୧୯ ବଲ୍ ରେ ୯୨ ରନ୍ ର ଇନିଂସ ଖେଳିଥିଲେ। ଭାରତ-ଏ ଦଳ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୪୦୯ ରନ କରିଛି। କରୁଣ ନାୟାର ୧୮୬ ରନରେ ଅପରାଜିତ ଥିବା ବେଳେ ଧ୍ରୁବ ଜୁରେଲ ୮୨ ରନ କରି ବ୍ୟାଟିଂ କରୁଛନ୍ତି। ପ୍ରକାଶ ଥାଉ ଯେ କରୁଣ ନାୟାର ଭାରତ ପାଇଁ ତାଙ୍କର ଶେଷ ଟେଷ୍ଟ ୨୦୧୭ରେ ଖେଳିଥିଲେ, ଏବେ ଏହି ଶତକୀୟ ଇନିଂସ ଆଧାରରେ ସେ ୭ ବର୍ଷ ପରେ ଟିମ୍ ଇଣ୍ଡିଆରେ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଇଂଲଣ୍ଡ ଟୁର୍ ପାଇଁ ଇଣ୍ଡିଆନ୍ ସ୍କ୍ବାଡ୍: ଶୁଭମନ ଗିଲ (କ୍ୟାପଟେନ),ଋଷଭ ପନ୍ତ (ଭାଇସ କ୍ୟାପଟେନ), ଯଶସ୍ୱୀ ଜୟସ୍ଵାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଈଶ୍ଵରନ୍, କରୁଣ ନାୟାର, ନୀତୀଶ ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁଭ ଜୁରେଲ, ୱାଶିଂଟନ୍ ସୁନ୍ଦର, ଶରଦୁଲ ଠାକୁର କୃଷ୍ଣ, ଆକାଶ ଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ।

India A Vs England Lions Karun Nair Virat Kohli Virat Kohli Retirement
Share. Facebook Twitter LinkedIn Email WhatsApp Copy Link

Related Posts

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026
Latest News

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.