Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କଂଗ୍ରେସରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ
ଜାତୀୟ ଖବର

କଂଗ୍ରେସରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ

June 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ

ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ଯକ୍ଷତାରେ ଓଡ଼ିଶାର ବହୁପରିଚିତ ସାମ୍ବାଦିକ ଶ୍ରୀ ଅରବିନ୍ଦ ଦାସ କଂଗ୍ରେସ ଦଳରେ ସାମିଲ ହେଲେ। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଦଳକୁ ସ୍ବାଗତ କରିବା ସହ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଶ୍ରୀ ଦାସ ଜଣେ ସାମ୍ବାଦିକ ଖାଲି ନୁହେଁ ସେ ଜଣେ ଛାତ୍ର ଜୀବନରୁ ରାଜନୀତି ଓ ସମାଜସେବା ପ୍ରତି ତାଙ୍କର ଶ୍ରଦ୍ଧା ରହିଛି। ସେ ମଧ୍ୟ ଜଣେ ଭଲ ଲେଖକ ଓ କଥାକାର ତାଙ୍କର କଂଗ୍ରେସ ଦଳର ଯୋଗଦାନ କଂଗ୍ରେସ ଦଳକୁ ଅଧୂକ ଶକ୍ତିଶାଳୀ କରିବ ।

ଶ୍ରୀ ଦାସ ତାଙ୍କ ପ୍ରତିଉତ୍ତରରେ କହିଥିଲେ ସେ ବଲାଙ୍ଗୀର ଜିଲ୍ଲାରେ ସର୍ବପୁରାତନ ମହାବିଦ୍ୟାଳୟ ରାଜେନ୍ଦ୍ର କଲେଜର ସାଧାରଣ ସମ୍ପାଦକ ଥିଲେ । ଛାତ୍ର ଜୀବନରେ ସେ ରାଜନୀତି କରିବାପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ କୌଣସି କାରଣ ଯୋଗୁଁ ତାଙ୍କୁ ଅନ୍ୟବୃତ୍ତିକୁ ଆଦରିବାକୁ ପଡ଼ିଲା। ସେ ଓଡ଼ିଶାର ସବୁଠାରୁ ଅଧିକ ପ୍ରକାଶିତ ସମ୍ବାଦ ଖବର କାଗଜର ଦୀର୍ଘ ୨୭ ବର୍ଷ ଧରି କାର୍ଯ୍ୟରତ ଥିଲେ। ତିନି ଦଶନ୍ଦିପରେ ଡେରି ହେଲେ ମଧ୍ୟ ସେ ସାଧାରଣ ଜୀବନକୁ ଫେରିଛନ୍ତି । ତାଙ୍କ ମତରେ ରାଜନୀତି ହେଉଛି ଶ୍ରେଷ୍ଠ ନୀତି ।

ସେ କଂଗ୍ରେସର ଯୋଗଦାନ କରିବାର ମୁଖ୍ୟ କାରଣ ହେଲା ଦେଶରେ ଆଜି ସବୁ ଠିକଠାକ ଚାଲି ନାହିଁ । ଯେଉଁଭଳି ଭାବରେ ବେରୋଜଗାରୀ ଧନୀ, ଗରିବ ଭିତରେ ତାରତମ୍ୟ ଓ ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକକୁ ଆସ୍ତେ ଆସ୍ତେ କରାୟତ କରିନିଆଯାଉଛି ତାହା ଏକ ବଡ଼ ବିପଦକୁ ଇଙ୍ଗିତ କରୁଛି। ଏବେ ସମୟ ଆସିଛି ମୋ ଭଳି ବହୁ ଲୋକ ଯେଉଁମାନେ ଗଣତନ୍ତ୍ରକୁ ରକ୍ଷା କରିବାପାଇଁ ଚାହୁଁଛନ୍ତି ଦେଶକୁ ଠିକ ମାର୍ଗରେ ପରିଚାଳିତ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଚିନ୍ତା କରିବାର ସମୟ ଆସିଛି ଓ ନିଷ୍ପତ୍ତି ନେବାର ସମୟ ଆସିଛି । କଂଗ୍ରେସ ଦଳ ଏ ଦେଶକୁ କେବଳ ରକ୍ଷା କରିପାରିବ । ତେଣୁ ମୁଁ କଂଗ୍ରେସରେ ଯୋଗଦାନ କରିଛି ।

ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଦାସରଥ୍ ଗମାଙ୍ଗୋ, ସୁଦର୍ଶନ ଦାସ, ମନୋରଞ୍ଜନ ମହାନ୍ତି, ରଜନୀ ମହାନ୍ତି, ସୁଧାଂଶୁ ଦେଓ, ମନୋଜ ରାଉତ, ଦୀପକ ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

କଂଗ୍ରେସ ମିଶ୍ରଣ ପର୍ବ ଭକ୍ତ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍” ହେବ ଆହୁରି ଆକର୍ଷଣୀୟ

January 10, 2026

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିଥିଲା ପ୍ରଗତି ମଞ୍ଚ

January 10, 2026

ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ: ୧୫୦ ଗିରଫ, ୨୬୦ଟି ମାମଲା ରୁଜୁ

January 10, 2026

ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଗ୍ରୀ ପୋର୍ଟାଲର ଶୁଭାରମ୍ଭ କଲେ କନକ ବର୍ଦ୍ଧନ ସିଂହଦେଓ

January 10, 2026
Latest News

ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍” ହେବ ଆହୁରି ଆକର୍ଷଣୀୟ

January 10, 2026

ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିଥିଲା ପ୍ରଗତି ମଞ୍ଚ

January 10, 2026

ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ: ୧୫୦ ଗିରଫ, ୨୬୦ଟି ମାମଲା ରୁଜୁ

January 10, 2026

ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଗ୍ରୀ ପୋର୍ଟାଲର ଶୁଭାରମ୍ଭ କଲେ କନକ ବର୍ଦ୍ଧନ ସିଂହଦେଓ

January 10, 2026

ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.