Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାରେ ଡବଲ ଇଂଜିନ ସରକାର ପାଇଁ ମିଳିଲା ଡବଲ ଫାଇଦା, ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା
ଜାତୀୟ ଖବର

ଓଡିଶାରେ ଡବଲ ଇଂଜିନ ସରକାର ପାଇଁ ମିଳିଲା ଡବଲ ଫାଇଦା, ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା

June 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ModiInOdisha
ଓଡିଶାରେ ଡବଲ ଇଂଜିନ ସରକାର ପାଇଁ ମିଳିଲା ଡବଲ ଫାଇଦା, ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ କଲେ ପ୍ରଶଂସା

ଭୁବନେଶ୍ବର: ଓଡିଶାରେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସେ ଦୀର୍ଘ ଭାଷଣରେ ଓଡିଶା ସରକାରଙ୍କୁ ବେଶ ପ୍ରଶଂସା କରିଛନ୍ତି। ଏଥିସହିତ ସେ ଡବଲ ଇଂଜିନ ସରକାରରେ ଡବଲ ଫାଇଦା ହେଲା ବୋଲି କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ଓଡିଶାରେ ବିଜେପି ସରକାରଙ୍କ ଗୋଟିଏ ବର୍ଷ କେବଳ ହେଲା ତାହା ନୁହେଁ। ଓଡିଶାରେ ସୁଶାନ ଆସିବାର ଏକ ବର୍ଷ ପୂର୍ତ୍ତି ହେଲା ବୋଲି ମୋଦି କହିଥିଲେ।

ସେ ଡବଲ ଇଂଜିନରେ ଡବଲ ଫାଇଦା ଉଦାହରଣ ଦେଇ କହିଥିଲେ ଯେ, ଓଡିଶାର ପୂର୍ବ ସରକାର ଆୟୁଷ୍ମାନ ଭାରତ ଲାଗୁ କରି ନ ଥିଲେ। ହେଲେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଓଡିଶା ଲୋକଙ୍କୁ ଡବଲ ଫାଇଦା ମିଳିଲା। କେନ୍ଦ୍ର ସରକାଙ୍କ ଆୟୁଷ୍ମାନ ଯୋଜନା ଏବଂ ରାଜ୍ୟର ଗୋପବନ୍ଧୁ ସ୍ବାସ୍ଥ୍ୟ ଯୋଜନା ମିଶି ଡବଲ ଫାଇଦା ଦେଉଛି। ସୁରାଟରେ ଓଡିଶାର ବହୁ ଲୋକ ଅଛନ୍ତି, ବର୍ତ୍ତମାନ ଏହି ଯୋଜନା ହେବା ଦ୍ବାରା ବାହାର ରାଜ୍ୟରେ ମଧ୍ୟ ଓଡିଶା ଲୋକେ ମାଗଣା ସେବା ପାଇପାରିବେ ବୋଲି କହିଥିଲେ।

ସେହିପରି ସେ କିଶାନ ନିଧି ଯୋଜନା, ଓଡିଶାର କୃଷକମାନେ ସବୁ ସୁବିଧା ପାଉ ନ ଥିଲେ। ହେଲେ ଡବଲ ଇଂଜିନ ହେବା ଦ୍ବାରା ରାଜ୍ୟରେ କେନ୍ଦ୍ର ଯୋଜନା ଏବଂ ରାଜ୍ୟ ଯୋଦନା ମିଶି ଓଡିଶାର ଚାଷିଙ୍କୁ ଡବଲ ଫାଇଦା ପ୍ରଦାନ କରୁଛି। ସେହିପରି ବିଜେପି ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶୃତି ଦେଇଥିଲା ତାହାକୁ ମଧ୍ୟ ପୂରଣ କରିଛି। ଧାନ କ୍ବାଣ୍ଟଲ ପିଛା ଯେଉଁ ସବସିଡ ଦେବା ପାଇଁ ପ୍ରତିଶୃତି ଦେଇଥିଲା ତାହା ମଧ୍ୟ ପୂରଣ କରିଛି।

ଓଡିଶାରେ ସରକାର ବେଶ ଭଲ କାମ କରୁଛି। ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେଶ ଲୋକପ୍ରିୟ ହୋଇପାରିଛନ୍ତି ବୋଲି ମୋଦି କହିଥିଲେ। ଏପରିକି ସେ ସମ୍ବୋଧୀତ କରିବା ବେଳେ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୋଲି ମଧ୍ୟ ମୋଦି କହିଥିଲେ। ଭଲ କାମ କରିଥିବାରୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ପୁରା ଟିମକୁ ଧନ୍ୟବାଦ ପ୍ରଦାନ କରିଥିଲେ। ତେବେ ମୋଦି ରାଜ୍ୟର ପୂର୍ବ ସରକାରକୁ ସମାଲୋନା କରିଥିଲେ ମଧ୍ୟ ସେ ନବୀନ କିମ୍ବା ବିଜେଡିର ନାମ ନେଇ ନ ଥିଲେ।

ସେହିପରି ପ୍ରଧାନମନ୍ତ୍ରୀ କଂଗ୍ରେସ ଶାସନକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଦେଶବାସୀ ସ୍ବାଧୀନତା ପରଠାରୁ କଂଗ୍ରେସ ମଡେଲ ସରକାର ଦେଖିଥିଲେ। ଏବଂ ବିଜେପି ମଡେଲ ସରକାର ଦେଖୁଛନ୍ତି। ସେହି ସମୟରେ ଦେଶର ଆଦିବାସୀଙ୍କୁ ସରକାର ଉପେକ୍ଷା କରିଆସୁଥିଲେ। ଏପରିକି ସେମାନଙ୍କୁ ରାଜ୍ୟନୈତିକ ଅସ୍ତ୍ର କରିଥିଲେ ମଧ୍ୟ ସେମାନଙ୍କର ବିକାଶ କରି ନ ଥିଲେ। ବିଜେପି ସରକାର ଆସିବା ପରେ ସେମାନଙ୍କ ପାଇଁ ନୂଆନୂଆ ଯୋଜନା କରାଯାଇ ବିକାଶ କରାଯାଉଛି।

ସେତେବେଳେ ଆଦିବାସୀ ଅଞ୍ଚଳ ନକ୍ସଲଙ୍କ ଆତଙ୍କରାଜ ଭିତରେ ବୁଡି ରହିଥିଲା। ହେଲେ ଆମ ସରକାର ଆସିବା ପରେ ଆଦିବାସୀଙ୍କ ବିକାଶ ପରେ ନକ୍ସଲଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଦିନ ଆସିବ ଦେଶରେ ଦେଖାଦେବ ଶୂନ୍ୟ ନକ୍ସଲବାଦ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଅଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଦୁଇ ଉପମୁଖ୍ୟମନ୍ତ୍ରୀ, ବିଜେପି ସଭାପତି ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ମଞ୍ଚରେ ଉପସ୍ଥିତ ଥିଲେ।

ModiInOdisha One Year Odisha Govt PM Modi in Odisha' ଓଡିଶା ସରକାର ବର୍ଷ ପୂର୍ତ୍ତି ନରେନ୍ଦ୍ର ମୋଦି
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନ ତଥ୍ୟ ଦେଇଥିବା CSDS ନିର୍ଦ୍ଦେଶକ ମାଗିଲେ କ୍ଷମା: ରାହୁଲ ଗାନ୍ଧୀଙ୍କୁ ବିଜେପି ର ଟାର୍ଗେଟ

August 19, 2025

ପୁଣି ବାଣ ଫୁଟାଇଲେ ବିଧାୟକ ଜୟନାରାୟଣ ମିଶ୍ର, ନବୀନ ଏବଂ ପାଣ୍ଡିଆନଙ୍କୁ ନେଇ କହିଲେ….

August 19, 2025

ଭୁବନେଶ୍ବରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ହେଲେ କାହିଁକି?

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ: ସି.ପି. ରାଧାକୃଷ୍ଣନ୍ ବନାମ ସୁଦର୍ଶନ ରେଡ୍ଡୀ, ଜାଣନ୍ତୁ କାହାର ପଲ୍ଲା ଭାରି?

August 19, 2025
Latest News

ନିର୍ବାଚନ ତଥ୍ୟ ଦେଇଥିବା CSDS ନିର୍ଦ୍ଦେଶକ ମାଗିଲେ କ୍ଷମା: ରାହୁଲ ଗାନ୍ଧୀଙ୍କୁ ବିଜେପି ର ଟାର୍ଗେଟ

August 19, 2025

ପୁଣି ବାଣ ଫୁଟାଇଲେ ବିଧାୟକ ଜୟନାରାୟଣ ମିଶ୍ର, ନବୀନ ଏବଂ ପାଣ୍ଡିଆନଙ୍କୁ ନେଇ କହିଲେ….

August 19, 2025

ଭୁବନେଶ୍ବରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ହେଲେ କାହିଁକି?

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ: ସି.ପି. ରାଧାକୃଷ୍ଣନ୍ ବନାମ ସୁଦର୍ଶନ ରେଡ୍ଡୀ, ଜାଣନ୍ତୁ କାହାର ପଲ୍ଲା ଭାରି?

August 19, 2025

ହିଣ୍ଡାଲକୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.