ଶ୍ରୀମନ୍ଦିରରୁ ଚୋରୀ ହେଲା ଶ୍ରୀଜୀୟୁଙ୍କ ମୋଦକ, ପ୍ରଶାସକଙ୍କୁ ସେବାୟତ କଲେ ଅଭିଯୋଗ, ପଢନ୍ତୁ ସେହି ଚିଠି..

Published: Jun 24, 2025, 1:46 pm IST

ପୁରୀ: ଶ୍ରୀମନ୍ଦିରରୁ ଚୋରୀ ହୋଇଛି ବା ପାରଂପାରିକ ଔଷଧ। ମହାପ୍ରଭୃଙ୍କ ସ୍ବାସ୍ଥ୍ୟ ଭଲ ହେବା ପାଇଁ ଏହି ମୋଦକ ପ୍ରସ୍ତୁତ ହୋଇ ଆସିଥିଲା। ଠାକୁରଙ୍କୁ ଲାଗି କରିବା ପାଇଁ ମନ୍ଦିର ଭିତରେ ମୋଟ 313 ଟି ମୋଦକ ରଖାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ସେଥିରୁ 70ଟି ମୋଦକ କମ ପଡିଥିଲା। ଏହା କିପରି ହେଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ଏ ନେଇ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଲିଖିତ ଆକାରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜଣାଇଛନ୍ତି । ସେ କହିଛନ୍ତି କବିରାଜ ସେବକମାନେ ଶ୍ରୀମନ୍ଦିର ଗାରଦ କାର୍ଯ୍ୟାଳୟରେ କମାଣ୍ଡରଙ୍କ ତତ୍ତ୍ୱାବଧାନରେ ଜମା ଦେଇଥିବା ଦେଇଥିବା ମୋଦକ ମଧ୍ୟରୁ ୭୦ଟି କମ୍ ରହିଛି । ଏହା କିପରି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ଉପରେ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

ଶ୍ରୀମନ୍ଦିର ପ୍ରଶାସକଙ୍କୁ ଏହି ଚିଠି ଲେଖିବାର ପରେ ବର୍ତ୍ତମାନ ସରକାର ଅଡୁଆରେ ପଡିଯାଇଛନ୍ତି। କାରଣ ଗତ ବର୍ଷ ରଥଯାତ୍ରାରେ ବଳଭଦ୍ରଙ୍କୁ ତଳେ ପକାଇଦେବା ଘଟଣା ହଟଚମଟ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ଠାକୁରଙ୍କ ମୋଦକ ଚୋରୀ ଘଟଣା ଏକ ଭିନ୍ନ ମୋଡ ନେଇଛି। ଫଳରେ ଏହାକୁ ନେଇ ସରକାରଙ୍କୁ ବଡ ଅଡୁଆ ସୃଷ୍ଟି କରିଛି।

Related posts