Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବ୍ରିକ୍ସ ଦେଶମାନଙ୍କ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା
ଜାତୀୟ ଖବର

ବ୍ରିକ୍ସ ଦେଶମାନଙ୍କ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

July 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବ୍ରାଜିଲରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଭାରତକୁ ବଡ଼ କୂଟନୈତିକ ସଫଳତା ମିଳିଛି। ବ୍ରିକ୍ସ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଠୋର ଭାଷାରେ ନିନ୍ଦା କରାଯାଇଛି। ଏହା ସହିତ ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ଓ ସେଥିରେ ଭାରତର ଅଧିକ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ବ୍ରିକ୍ସ ପକ୍ଷରୁ ସମର୍ଥନ କରାଯାଇଛି।

ବ୍ରିକ୍ସ ପକ୍ଷରୁ ଜାରି ମିଳିତ ଘୋଷାଣାନାମାର ପାରା ୩୪ରେ କୁହାଯାଇଛି, “ ଆମେ ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଓ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ, ଯେଉଁଥିରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ, କଠୋର ଭାଷାରେ ନିନ୍ଦା କରୁଛୁ। ଆମେ ଆତଙ୍କବାଦର ସବୁପ୍ରକାର ରୂପ ଓ ପ୍ରକାରର ମୁକାବିଲା ଲାଗି ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ, ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ସୀମାପାର ଆତଙ୍କବାଦ, ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ଓ ଆତଙ୍କବାଦୀଙ୍କୁ ନିରାପଦ ଆଶ୍ରୟସ୍ଥଳ ଯୋଗାଇବା। ଆମେ ମଧ୍ୟ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନିଶ୍ଚିତ କରିବାକୁ ଦାବି କରୁଛୁ ଓ ଆତଙ୍କବାଦର ମୁକାବିଲା ଦିଗରେ ଦୋମୁହାଁ ନୀତିକୁ ଖାରଜ କରୁଛୁ।“

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଜାତିସଂଘ ଫ୍ରେମଓ୍ବର୍କ ଅଧିନରେ ଅନ୍ତର୍ଜାତୀୟ ଆତଙ୍କବାଦ ସଂପର୍କିତ ବ୍ୟାପକ ସନନ୍ଦକୁ ଶୀଘ୍ର ଚୂଡ଼ାନ୍ତ ଏବଂ କାର୍ଯ୍ୟକାରୀ କରିବା ପାଇଁ ସଂଗଠନ ଆହ୍ୱାନ କରୁଛି। ଏହା ସହିତ ଜାତିସଂଘ ଦ୍ବାରା ଘୋଷିତ ସମସ୍ତ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରିକ୍ସ ଆହ୍ବାନ ଜଣାଇଛି।

ଅନ୍ୟ ପକ୍ଷରେ ବ୍ରିକ୍ସ ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ପାଇଁ ଦୃଢ ଦାବି ଜଣାଇଛି। ବ୍ରିକ୍ସ ମିଳିତ ଘୋଷଣାନାମାର ପାରା ୬ରେ କୁହାଯାଇଛି ଯେ ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାରକୁ ସଂଗଠନ ସମର୍ଥନ କରୁଛି, ଯେପରିକି ଏହା ଅଧିକ ଗଣତାନ୍ତ୍ରିକ, ପ୍ରତିନିଧିମୂଳକ, ପ୍ରଭାବୀ ଓ ଦକ୍ଷ ହୋଇପାରିବ। ଆହୁରି ମଧ୍ୟ ଏଥିରେ ଯେପରି ବିକାଶଶୀଳ ଦେଶମାନଙ୍କ ଅଧିକ ପ୍ରତିନିଧିତ୍ବ ରହିପାରିବ ଯେପରିକି ତାହା ବର୍ତ୍ତମାନର ବୈଶ୍ବିକ ଆହ୍ବାନର ମୁକାବିଲା କରିପାରିବ ଓ ବ୍ରିକ୍ସ ଦେଶମାନଙ୍କ ସମେତ ଆଫ୍ରିକା, ଏସିଆ ଓ ଲାଟିନ ଆମେରିକାର ଦେଶମାନଙ୍କର ନ୍ୟାୟୋଚିତ ଆକାଂକ୍ଷାକୁ ପୂରଣ କରିପାରିବ।

ବ୍ରିକ୍ସ ଗୁରୁତ୍ବଆରୋପ କରିଛି ଯେ ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ବିଶ୍ବ ଦକ୍ଷିଣର ସ୍ବରକୁ ମଝବୁତ କରିବ। ଏହା ସହିତ ନିରାପତ୍ତା ପରିଷଦ ସମେତ ସମଗ୍ର ଜାତିସଂଘରେ ଭାରତ ଓ ବ୍ରାଜିଲର ଅଧିକ ଭୂମିକା ନିର୍ବାହକୁ ସଂଗଠନ ସମର୍ଥନ ଜଣାଇଛି।

ପହଲଗାମ ଆତଙ୍କବାଦୀ ବ୍ରାଜିଲ
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Latest News

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.