Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମନମୋହନଙ୍କୁ କେବଳ ସଭାପତି ପଦରେରେ ସନ୍ତୁଷ୍ଠ ରହିବାକୁ ପଡିବ ନା ଆଉ କିଛି ମିଳିବ ??
ଜାତୀୟ ଖବର

ମନମୋହନଙ୍କୁ କେବଳ ସଭାପତି ପଦରେରେ ସନ୍ତୁଷ୍ଠ ରହିବାକୁ ପଡିବ ନା ଆଉ କିଛି ମିଳିବ ??

July 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Manmohan
ମନମୋହନଙ୍କୁ କେବଳ ସଭାପତି ପଦରେରେ ସନ୍ତୁଷ୍ଠ ହେବାକୁ ପଡିବ ନା ଆଉ କିଛି ମିଳିବ ??

ଭୁବନେଶ୍ବର: ବହୁ ବାଦବିବାଦ ପରେ ପୁଣି ଥରେ ବିଜେପି ମନମୋହନ ସାମଲଙ୍କ ଉପରେ ଭରସା କରିଛି। ଗତକାଲି ସେ ସଭାପତି ହେଲେ ବୋଲି ବିଧବଧଭାବେ ଘୋଷଣା କରାଯାଇଛି। ଫଳରେ ବିଭିନ୍ନ ନେତାମନ୍ତ୍ରୀ ତାଙ୍କୁ ସ୍ବାଗତ କରିଥିଲେ। ମନମୋହନ ମଧ୍ୟ ପ୍ରଭୃ ଜଗନ୍ନାଥଙ୍କ ଆର୍ଶିବାଦ ନେବା ପାଇଁ ଗତକାଲି ପୁରୀ ଗସ୍ତ କରିଥିଲେ।

ସଭାପତି ହେବା ପରେ ତାଙ୍କ ସମ୍ମୁଖରେ େରହିଛି ଏକ ବଡ ଚ୍ୟାଲେଞ୍ଜ। ଗତ ବିଧାନସଭା ନିର୍ବାଚନରେ ସେ ଯେପରି ନେତୃତ୍ବ ନେଇଥିଲେ ସେହିପରି ଆସନ୍ତା ପଞ୍ଚୟାତ ଏବଂ ପୌର ନିର୍ବାଚନ ତାଙ୍କ ମୁଣ୍ଡ ଉପରେ। ତାଙ୍କ ନେତୃତ୍ବରେ ବିଜେପି ତୃଣମୂଳ ନିର୍ବାଚନ ପ୍ରତିଦ୍ବନ୍ଦିତା କରିବ। ବିଧାନସଭା ପରି ପୌର ଓ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦଳ ଭଲ କରିବ ବୋଲି କର୍ମୀମାନେ ଆଶା ରଖିଛନ୍ତି।

ତେବେ ଏସବୁ ଭିତରେ ଖୋଦ ମନମୋହନଙ୍କ ଭାଗ୍ୟରେ କଣ ଅଛି ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। କାରଣ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ମନମୋହନଙ୍କୁ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ କରାଯିବ ବୋଲି ଶୁଣାଗଲା। ହେଲେ ତାହା ହେଲା ନାହିଁ। ଏହାପରେ ସଭାପତି ନିର୍ବାଚନ ଆସିଯିବାରୁ ସେହି ସରକାରୀ ପଦବୀ ଉପରେ ଆଉ କାହାର ନଜର ରହିଲା ନାହିଁ।

କହିବାକୁ ଗଲେ ମନମୋହନ ଦଳର ମୁଖିଆ ହେଲେ ସତ କିନ୍ତୁ ସରକାରରେ ତାଙ୍କର କୌଣସି ଶକ୍ତି ନାହିଁ। କୌଣସି ସରକାରୀ କାର୍ଯ୍ୟକ୍ରମରେ ହେଉ କିମ୍ବା କୌଣସି ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ହେଉ ତାହା ମନମୋହନ କରିପାରିବେ ନାହିଁ। ଲୁଚାଛପାରେ କଲେ କରିପାରନ୍ତି ହେଲେ ତାହା ସରକାରୀ ନିର୍ଦ୍ଦେଶ ବୋଲି କେହି କହିପାରିବେ ନାହିଁ।

ମନମୋହନଙ୍କୁ ଯୋଜନା ବୋର୍ଡର ଅଧ୍ୟକ୍ଷ ନ କରାଇବା ପାଇଁଲକୁଆଡେ ଗୋଟିଏ ବଡ ଶକ୍ତି ବିରୋଧ କରୁଛି। ଫଳରେ ମନମୋହନଙ୍କ ପତା କଟିଗଲା ବୋଲି କୁହାଯାଉଛି। ସେହିପରି ଏଥର ସଭାପତି କିଏ ହେବ ସେ ନେଇ ବିଭିନ୍ନ ଚର୍ଚ୍ଚା ହେଲା। ମନମୋହନଙ୍କୁ ସଭାପତି ନ କରାଇବା ପାଇଁ କୁଆଡେ ସେହ ଗୋଷ୍ଠୀ ଲାଗିଥିଲେ ବୋଲି କୁହାଗଲା। ହେଲେ ଶେଷରେ ମନମୋହନଙ୍କ ବିଜୟ ହେଲା।

ଏବେ ପୁଣିଥରେ ସଭାପତି ହେବା ପରେ ବର୍ତ୍ତମାନ ମନମୋହନଙ୍କୁ ସରକାରୀ ପଦପଦବୀ ମିଳିବ କି ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Manmohan Samal ବିଜେପି ସଭାପତି ମନମୋହନ ସାମଲ
Share. Facebook Twitter LinkedIn Email WhatsApp Copy Link

Related Posts

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.