Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କାହିଁକି ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ??
ଜାତୀୟ ଖବର

ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କାହିଁକି ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ??

July 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
JualOram
ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କାହିଁକି ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ??

ଶରତ ପାଇକରାୟ

ଆଉ ନିର୍ବାଚନ ରାଜନୀତିରେ ସାମିଲ ହେବି ନାହିଁ। ହେଲେ ଦଳରେ ରହି ରାଜନୀତି କରିବି ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ବର୍ତ୍ତମାନ କୌଣସି ନିର୍ବାଚନ ନ ଥିବା ବେଳେ ସେ ହଠାତ ଏପରି କାହିଁକି ଘୋଷଣା କଲେ ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଧାରଣତଃ ନେତାମାନେ ନିର୍ବାଚନ ସମୟରେ ସେମାନେ ଲଢେଇ କରିବେ କି ସନ୍ୟାସ ନେବେ ବୋଲି କହିଥାନ୍ତି। ହେଲେ ଜୁଏଲଙ୍କ ମେଘ ନ ଥାଇ ଘଡଘଡି କାହିଁକି ହେଲା ବୋଲି ସାଧାରଣରେ ଆଲୋଚନା ଚାଲିଛି।

2024 ନିର୍ବାଚନରେ ଜୁଏଲ ସୁନ୍ଦରଗଡରୁ ସାଂସଦ ଭାବେ ନିର୍ବାଚିତ ହୋଇ ବର୍ତ୍ତମାନ କେନ୍ଦ୍ରରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅଛନ୍ତି। ନିର୍ବାଚନ ପ୍ରଚାର ବେଳେ ଏହା ମୋର ଶେଷ ନିର୍ବାଚନ ବୋଲି ସେ କେବେ କେଉଁଠି  ଘୋଷଣା କରି ନାହାଁନ୍ତି। ଏହା କରିଥିଲେ ବୋଧହୁଏ ତାଙ୍କ ପ୍ରତି ଭୋଟରଙ୍କ ଆଗ୍ରହ ଆହୁରି ବୃଦ୍ଧି ପାଇଥାଆନ୍ତା। ହେଲେ ତାହା କଲେ ନାହିଁ। ବର୍ତ୍ତମାନ ଘୋଷଣା କରିବା ପଛରେ କିଛି ରହସ୍ୟ ଅଛି ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ବୟସ ଦୃଷ୍ଟିରୁ ଦେଖିଲେ ତାଙ୍କଠାରୁ ଢେର ଅଧିକ ବୟସର ନେତାମାନେ ମନ୍ତ୍ରୀମଣ୍ଡଳରେ ଅଛନ୍ତି। ବର୍ତ୍ତମାନ ତାଙ୍କୁ 64 ବର୍ଷ ବୟସ। ସେହିପରି ସ୍ବାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ସେ ମଧ୍ୟ ବର୍ତ୍ତମାନ ନିର୍ବାଚନରେ ଲଢିବାକୁ ବେଶ ଫିଟ ଅଛନ୍ତି। ଅନ୍ୟପକ୍ଷରେ ସେ ଯେଉଁ ଦଳରେ ଅଛନ୍ତି ସେହି ଦଳର ଶକ୍ତି ମଧ୍ୟ ବହୁତ ଅଧିକା। କେନ୍ଦ୍ରରେ ଏବଂ ରାଜ୍ୟରେ ମଧ୍ୟ ତାଙ୍କ ବିଜେପି ଦଳ ଶାସନରେ ରହିଛି। ତେଣୁ ଜୁଏଲ ନିର୍ବାଚନକୁ କେବେ ଭୟ କରି ନ ଥିବେ ବୋଲି ଆଶା।

ତେବେ ତାଙ୍କର ନିକଟତମ ସୁତ୍ରରୁ ଜଣାପଡିଛି ଯେ, ଜୁଏଲ କୁଆଡେ ରାଜ୍ୟସଭା କିମ୍ବା ରାଜ୍ୟପାଳ ହେବାକୁ ମନ ବଳାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଭାବେ ତାଙ୍କର ଆଉ ମନ ଲାଗୁ ନାହିଁ। ସେଥିପାଇଁ ସେ ଏହି ଉଚ୍ଚପଦବୀ ପାଇଁ ଆଗ୍ରହୀ ଅଛନ୍ତି। ଏପରିକି ସେ ନିଜେ ମଧ୍ୟ ଏହି କଥାକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ ରାଜନୀତି କରିବାକୁ ମୁଁ ନୂଆପଢୀକୁ ରାସ୍ତା ଛାଡିଦେଲି। ହେଲେ ରାଜ୍ୟପାଳ କିମ୍ବା ରାଜ୍ୟସଭାକୁ ଯିବାକୁ ହେଲେ ମନା କରିବି ନାହିଁ।

ପ୍ରକୃତରେ ଜୁଏଲଙ୍କ ରାଜନୈତିକ କ୍ୟାରିୟର ଦେଖିବାକୁ ଗଲେ ସେ ଦୁଇଥର ଓଡିଶା ବିଧାନସଭାକୁ ବିଧାୟକ ଏବଂ ଛଅ ଥର ବିଜେପିରୁ ସାଂସଦ ହୋଇଛନ୍ତି। ଓଡିଶାରୁ ସେ ଏକମାତ୍ର ବିଜେପି ସାଂସଦ ଭାବେ ନିର୍ବାଚନ ଜିତି ଆସୁଥିଲେ। ଯେତେବେଳେ ଓଡିଶାରେ ବିଜେପିର ସ୍ଥିତି ନ ଥିଲା ସେତେବେଳେ ସେ ସାଂସଦ ହୋଇ ଜିତିଛନ୍ତି।

ତେବେ ଜୁଏଲଙ୍କ କ୍ଷୋଭ ଥିଲା ଯେ, ଗତ ମନ୍ତ୍ରୀମଣ୍ଡଳରେ ତାଙ୍କୁ ସାମିଲ ନ କରି ଓଡିଶାର ଅନ୍ୟତମ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାମିଲ କରାଯାଇଥିଲା। ଏପରିକି ସେତେବେଳେ ଧର୍ମେନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ବ ଦେବାକୁ ଲାଗିଲେ। ଫଳରେ ଜୁଏଲଙ୍କ ରାଜନୈତିକ ପତିୟାରା ଉଭୟ କେନ୍ଦ୍ର ଓ ରାଜ୍ୟରେ ହ୍ରାସ ପାଇବାରେ ଲାଗିଥିଲା।

ହେଲେ ଏଥର ମନ୍ତ୍ରୀମଣ୍ଡଳରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସାମିଲ କରାଇଛନ୍ତି। କିନ୍ତୁ ଓଡିଶା ରାଜନୀତିରେ ତାଙ୍କର ଯେପରି ପତିୟାରା ରହିବା କଥା ତାହା ହୋଇପାରୁ ନାହିଁ। ସେଥିପାଇଁ ସେ ପ୍ରତ୍ୟେକ୍ଷ ରାଜନୀତିରେ ସାମିଲ ନ ହୋଇ ପରୋକ୍ଷରେ ରାଜ୍ୟସଭା କିମ୍ବା ରାଜ୍ୟପାଳ ହେବାକୁ ଉଚିତ ମନେ କରୁଛନ୍ତି। ତେବେ ଜୁଏଲଙ୍କ ଏହି ଉକ୍ତିକୁ କେନ୍ଦ୍ର ସରକାର କେତେ ଗୁରୁତ୍ବ ଦେବେ ତାହା ସନ୍ଦେହ ପ୍ରକାଶ ପାଇଛି।

ଜୁଏଲ ଓରାମ ଶରତ ପାଇକରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.