Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଛାତ୍ରୀ ଆତ୍ମାହୁତି ଉଦ୍ୟମ ପ୍ରସଙ୍ଗରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ମହିଳା କଂଗ୍ରେସ
ଜାତୀୟ ଖବର

ଛାତ୍ରୀ ଆତ୍ମାହୁତି ଉଦ୍ୟମ ପ୍ରସଙ୍ଗରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ମହିଳା କଂଗ୍ରେସ

July 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
congress
ଛାତ୍ରୀ ଆତ୍ମାହୁତି ଉଦ୍ୟମ ପ୍ରସଙ୍ଗରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ମହିଳା କଂଗ୍ରେସ

ଭୁବନେଶ୍ବର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରସଙ୍ଗରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛି କଂଗ୍ରେସ। ଆଜି କଂଗ୍ରେସ ଭବନ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି କହିଥିଲେ କି ପୀଡ଼ିତା ଝିଅଟିକୁ ଦୀର୍ଘଦିନ ଧରି ଉକ୍ତ କଲେଜ ର ବିଭାଗୀୟ ମୁଖ ସମୀର ସାହୁ ତାଙ୍କୁ ମାନସିକ ଏବଂ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଛନ୍ତି। ଉକ୍ତ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନ ଥିବାରୁ ଛାତ୍ରୀ ଜଣଙ୍କ ଭାରାପ୍ରାପ୍ତ ଅଧ୍ୟକ୍ଷ ଙ୍କୁ ଅଭିଯୋଗ କରି ନିରାଶ ହେବା ପରେ ଆତ୍ମହତ୍ୟା କରିବାକୁ ଶେଷ ନିଷ୍ପତି ନେଇଥିଲେ।

୯୦ ଭାଗ ଶରୀର ପୋଡିଯାଇଥିବା ଉକ୍ତ ଛାତ୍ରୀ ଜଣଙ୍କ ଗୁରୁତର ହୋଇ ଏମ୍ସ ହସ୍ପିଟାଲ ରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି।ଏହି ଘଟଣା ଓଡ଼ିଶାର ଶିକ୍ଷା,ପ୍ରଶାସନ ଓ ନାରୀ ସୁରକ୍ଷା ବ୍ୟବସ୍ଥାର ସମ୍ପୂର୍ଣ ବିଫଳତା ପ୍ରମାଣ କରୁଛି ବୋଲି ଶ୍ରୀମତୀ ବାହିନୀପତି କହିଥିଲେ ।

ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସଂପୂର୍ଣ୍ଣଭାବେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଦାୟୀ । ତେଣୁ କଂଗ୍ରେସ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ଇସ୍ଥଫା ଦାବି କରିବା ସହ ଭାରାପ୍ରାପ୍ତ ଅଧ୍ୟକ୍ଷ ଙ୍କ ଗିରଫ ଦାବି ଏବଂ ଏକ ଅଭିଜ୍ଞ ମହିଳା ବିଚାରପତିଙ୍କ ଦ୍ଵାରା ନ୍ୟାୟିକ ତଦନ୍ତ କରାଯାଉ ବୋଲି ଶ୍ରୀମତୀ କହିଥିଲେ।

ପୀଡ଼ିତା ଙ୍କୁ ଭେଟିବା ପାଇଁ ମହିଳା କଂଗ୍ରେସ ତରଫରୁ ଯାଇଥିବା ପ୍ରତିନିଧି ଦଳକୁ ଏବିଭିପିର ଜଣେ ରାଜ୍ୟ ସଦସ୍ୟା ଅଶାଳୀନ ବ୍ୟବହାର ପ୍ରଦର୍ଶନ ପୂର୍ବକ ଭିତରକୁ ଯିବାପାଇଁ ଦେଉ ନ ଥିଲେ ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ବାହିନୀପତି ପ୍ରକାଶ କରିବା ସହ ଏହା କଣ ଏବିଭିପି ର ଶିଷ୍ଟାଚାର ବୋଲି ସେ ପ୍ରଶ୍ନ କରିଥିଲେ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସାଧାରଣ ସମ୍ପାଦିକା ମଧୁସ୍ମିତା ସେଠି,ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର, ମହିଳା କଂଗେସ ଉପସଭାନେତ୍ରି ପ୍ରଣତି ମିଶ୍ର,କୁସୁମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Congress ଛାତ୍ରୀ ଆତ୍ମାହୁତି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.