Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?
ଜାତୀୟ ଖବର

ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

July 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସଂସଦର ମୌସୁମୀ ଅଧିବେସନ
ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେସନ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

ସଂସଦର ମୌସୁମୀ ଅଧିବେସନ: ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେସନ। ଏହି ଅଧିବେସନ ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଲମ୍ବା ଅଧିବେସନରେ ଆସିବ ବିଭିନ୍ନ ପ୍ରସଂଗ। ଅପରେସନ ସିନ୍ଦୁର ଠାରୁ ଆରମ୍ଭ କରି ବିହାରରେ ଭୋଟର ସଂଶୋଧନ ପକ୍ରିୟା ଏପରିକି ଭାରତ ପାକିସ୍ଥାନ ଅସ୍ତ୍ର ବିରତି ନେଇ ଆମେରିକା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ସଂପର୍କରେ ଆଲୋଚନା ହେବ। ଏହି ପ୍ରସଂଗକୁ ନେଇ ବିରୋଧୀ, ଶାସକ ଦଳକୁ ନିଶ୍ଚିତ ଘେରିବେ ବୋଲି ସ୍ପଷ୍ଟ ହୋଇଯାଇଛି।

ତେବେ ଏହି ବଡବଡ ଘଟଣା ଭିତରେ ଓଡିଶାର ବାଲେଶ୍ବର ଓ ନିମାପଡା ଘଟଣା ପ୍ରଂସଗ ଆସିବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯଦି ଆସିବ ତେବେ ତାହା ସଂସଦରେ ହୁଲୁସ୍ତୁଲ କରିବ କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ରହିଛି। କାରଣ ଓଡିଶାର ଏହି ବଡ ଘଟଣାକୁ ନେଇ ସଂସଦର ଉଭୟ ଗୃହରେ ହୁଲୁସ୍ତୁଲ କରିବାକୁ କେହି ନାହାଁନ୍ତି। ସଂସଦରେ ଓଡିଶାର ବିରୋଧୀଙ୍କ ପ୍ରତିନିଧିତ୍ବ ଏକ ପ୍ରକାରର ଶୂନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ତେବେ ଏହି ଘଟଣାରେ କଂଗ୍ରେସ ସଂସଦରେ ପ୍ରମୁଖ ପ୍ରସଂଗ କରିବ ବୋଲି ଆଗରୁ ଘୋଷଣା କରିଛି। କଂଗ୍ରେସ ଆନ୍ଦୋଳନରେ ଯୋଗଦେବାକୁ ଆସିଥିବା ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଓଡିଶାର ଏହି ଘଟଣା ଉପରେ ସଂସଦରେ ଚର୍ଚ୍ଚା କରିବ। ଶାସକ ଦଳକୁ ଘେରାଉ କରିବ। ହେଲେ ଓଡିଶାରୁ କଂଗ୍ରେସର ପ୍ରତିନିଧିତ୍ବ ମାତ୍ର ଏକ। ଏପରି ସ୍ଥଳରେ ସଂସଦରେ ଓଡିଶା ସାଂସଦଙ୍କ ସ୍ବର କିପରି ଉଠିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

କଂଗ୍ରେସ ପରେ ବିଜେଡିର ସ୍ବର ମଧ୍ୟ ସଂସଦରେ କ୍ଷୀଣ ହେବ ତାହା ସ୍ପଷ୍ଟ ଜଣାପଡୁଛି। ବିଜେଡିର ବର୍ତ୍ତମାନ ସାତଜଣ ରାଜ୍ୟସଭା ସଦସ୍ୟ ଅଛନ୍ତି। ତେଣୁ ସେମାନଙ୍କ ଉପରେ ଭରସା କରାଯାଉଛି ଯେ, ଏହି ଘଟଣା ସଂସଦରେ ଉଠାଇବେ। ହେଲେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ସ୍ବର ଉତ୍ତୋଳନ ଆଶା କରିବା ବୃଥା। ରାଜଧାନୀରେ ବିଜେଡି ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କଲା। ହେଲେ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କୁ ବିରୋଧ କରିବ ତାହାକୁ ନେଇ ସନ୍ଦେହ ରହିଛି। ନିକଟରେ ଦଳର ୱାକଫ ବିଲକୁ ସମର୍ତନ ନେଇ ଯେଉଁ ଭୂମିକା ଥିଲା ତାହା ସମସ୍ତଙ୍କୁ ଜଣା।

ସଂସଦରେ ପ୍ରଦେଶ କଂଗ୍ରେସର ସଂଖ୍ୟା ନ ଥିଲେ ମଧ୍ୟ ରାହୁଳ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓଡିଶା ଘଟଣାକୁ ନେଇ ଲଗାତାର ସାମାଜିକ ଗଣମାଧ୍ୟମରେ ବିରୋଧ କରିଆସିଛନ୍ତି। ଖୋଦ ରାହୁଳ ଗାନ୍ଧୀ ଓଡିଶା ଆସି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି। ସେଥିପାଇଁ କଂଗ୍ରେସ ସଂସଦୀୟ ଦଳ ଓଡିଶା ପ୍ରସଂଗରେ ସରକାରଙ୍କୁ ଘେରିବାର ଆଶା କରାଯାଇପାରେ। ହେଲେ କଂଗ୍ରେସ ପାଖରେ ଯେପରି ବଡବଡ ଜାତୀୟ ପ୍ରସଂଗ ରହିଛି ସେଥିରେ ଓଡିଶାକୁ କେତେ ଧ୍ୟାନ ଦେବେ ତାହା କହିହେବ ନାହିଁ।

ମାତ୍ର ଏହା ସତ ଯେ, ପ୍ରଦେଶ କଂଗ୍ରେସ ଓଡିଶାରେ ଛାତ୍ରୀ ନିର୍ଯ୍ୟାତନା ନେଇ ଯେତେସବୁ କାର୍ଯ୍ୟକ୍ରମ କରିଛି ତାହା ସରକାରଙ୍କ ନିଦ ହଜାଇ ଦେଇଛି। ନୂଆ ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ କଂଗ୍ରେସ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାରେ ସକ୍ଷମ ହୋଇପାରିଛି। କଂଗ୍ରେସର ଯୁବ, ଛାତ୍ର ଓ ମହିଳା ସଂଗଠନ ମଧ୍ୟ ସରକାରଙ୍କୁ ଘେରି ତାଙ୍କର ନିଦ ହଜାଇ ଦେଇଛନ୍ତି । ହେଲେ ସଂସଦରେ ଘେରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସର ସେମିତି ତାକତ ନାହିଁ।

parliament Parliament Mansoon Session ଓଡିଶାରେ ଛାତ୍ରୀ ନିର୍ଯ୍ୟାତନା ସଂସଦ ଘେରିବ କଂଗ୍ରେସ ସଂସଦର ମୌସୁମୀ ଅଧିବେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ଉତ୍ସବ ଅନୁଷ୍ଠିତ

August 18, 2025

ପଞ୍ଚମ ରଥସେବା ସମ୍ମାନ ଅନୁଷ୍ଠିତ

August 18, 2025

୧୧,୦୦୦ କୋଟିର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 18, 2025

ଆଜି ସୋମବାରରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର, ଜାଣନ୍ତୁ ଅଗଷ୍ଟ ୧୮ ତାରିଖର ରାଶିଫଳ

August 18, 2025
Latest News

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ଉତ୍ସବ ଅନୁଷ୍ଠିତ

August 18, 2025

ପଞ୍ଚମ ରଥସେବା ସମ୍ମାନ ଅନୁଷ୍ଠିତ

August 18, 2025

୧୧,୦୦୦ କୋଟିର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 18, 2025

ଆଜି ସୋମବାରରେ କଣ ରହିବ ଆପଣଙ୍କର ଭାଗ୍ୟଚକ୍ର, ଜାଣନ୍ତୁ ଅଗଷ୍ଟ ୧୮ ତାରିଖର ରାଶିଫଳ

August 18, 2025

ନବୀନ ପଟ୍ଟନାୟକଙ୍କ ଚାଲିଛି ଚିକିତ୍ସା, ହସପିଟାଲ ଭିତରୁ ଆସିଲା ଭିଡିଓ

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.