Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉତ୍କଳ ଆଲୁମିନାର ନିରୋଗଶାଳା: ଓଡିଶାର ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବାର ଅଭିନବ ପଦକ୍ଷେପ
ଜାତୀୟ ଖବର

ଉତ୍କଳ ଆଲୁମିନାର ନିରୋଗଶାଳା: ଓଡିଶାର ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବାର ଅଭିନବ ପଦକ୍ଷେପ

July 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉତ୍କଳ ଆଲୁମିନାର ନିରୋଗଶାଳା
ଉତ୍କଳ ଆଲୁମିନାର ନିରୋଗଶାଳା: ଓଡିଶାର ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବାର ଅଭିନବ ପଦକ୍ଷେପ

ଉତ୍କଳ ଆଲୁମିନାର ନିରୋଗଶାଳା: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍‌) ‘ନିରୋଗଶାଳା’ ପ୍ରଚଳନ କରିଛି । ଏହି ସିଏସ୍‌ଆର ପ୍ରୟାସ ଓଡ଼ିଶାର ରାୟଗଡା ଜିଲ୍ଲାର ଦୁର୍ଗମ ଗ୍ରାମଗୁଡିକରେ ଜନସାଧାରଣଙ୍କ ଦ୍ୱାରଦେଶରେ ସେମାନଙ୍କୁ ଉଭୟ ପ୍ରତିଷେଧକ ଏବଂ ଆରୋଗ୍ୟକାରୀ ସ୍ୱାସ୍ଥ୍ୟଯତ୍ନ ସେବା ଯୋଗାଇ ଦେଉଛି ।

ନିରୋଗଶାଳା ସ୍ୱାସ୍ଥ୍ୟଯତ୍ନ ପ୍ରକଳ୍ପ ନୀରବରେ ତୃଣମୂଳ ସ୍ତରରେ ଜୀବନଗୁଡିକରେ ରୂପାନ୍ତରଣ ଆଣିଛି । ଏହା କାଶୀପୁର ବ୍ଲକର ପାଇକକୁପଖାଲ, ଅଣ୍ଡିରାକଞ୍ଚ ଏବଂ ଗୋପିନାଥପୁର ଆଦି ଦୂର ଦୂରାନ୍ତ ଗ୍ରାମରେ ସ୍ୱାସ୍ଥ୍ୟ ଡିସ୍‌ପେନସାରୀ ସ୍ଥାପନ କରିଛି । ପ୍ରାୟ ୨୦,୦୦୦ ଗ୍ରାମବାସୀ ଏହି ସେବାର ସୁଯୋଗ ନେଉଛନ୍ତି ।

ଶ୍ରୀ ରବି ମିଶ୍ର, ୟୁନିଟ ହେଡ, ୟୁଏଆଇଏଲ, କହିଛନ୍ତି, “ନିରୋଗଶାଳା ଏକ ଅତ୍ୟନ୍ତ ବାସ୍ତବ ଏବଂ ଜରୁରୀ ଆବଶ୍ୟକତାରୁ ସୃଷ୍ଟି ହୋଇଥିଲା । ଏହି ସମସ୍ତ ଦୁର୍ଗମ ସ୍ଥାନଗୁଡିକରେ ଚିକିତ୍ସାଗତ ଜରୁରୀ ସ୍ଥିତି ସୃଷ୍ଟିହେଲେ ବିନା ସହାୟତାରେ ମାଇଲ ମାଇଲ ଚାଲିଚାଲି ଯିବାକୁ ହୁଏ । ଆମେ ଏକ ସୁସଂଗଠିତ, ମାଗଣା ସ୍ୱାସ୍ଥ୍ୟଯନô ସେବା ଜନସାଧାରଣଙ୍କ ଦ୍ୱାରଦେଶକୁ ଆଣି ସମୟୋଚିତ ସହାୟତା ଆଉ ଏକ ବିଳାସର ବିଷୟ ହୋଇ ରହିନାହିଁ- ବରଂ ଏକ ଅଧିକାର ବୋଲି ସୁନିଶ୍ଚିତ କରୁଛୁ । ସୁବିଧା ଅଭାବରୁ କୋ÷ଣସି ଜୀବନ ହାନି ଯେଭଳି ନହୁଏ ତାହା ସୁନିଶ୍ଚିତ କରିବାଆମର ଲକ୍ଷ୍ୟ ।”

ପ୍ରତ୍ୟେକ ନିରୋଗଶାଳାରେ ରୋଗ ନିରୂପଣକାରୀ ସମର୍ଥନ ବ୍ୟବସ୍ଥା ଏବଂ ଆମ୍ବୁଲାନ୍ସ ସୁବିଧା ସହିତ ଓପିଡି ସୁବିଧା ରହିଛି, ଏଠାରେ ମଧ୍ୟ ମୋ÷ଳିକ ଚିକିତ୍ସା ଭିତ୍ତିଭୂମି ରହିଛି । ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ପୂର୍ଣ୍ଣକାଳୀନ ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟ ସହାୟକ ଏବଂ ପ୍ରତି ତିନିଦିନ ଅଦଳ ବଦଳ ଭିତ୍ତିରେ ଏମ୍‌ବିବିଏସ୍‌ ଡାକ୍ତରମାନଙ୍କର ଉପସ୍ଥିତି ଏହି ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ଯନô ବ୍ୟବସ୍ଥାକୁ ଉକତ ଅଞ୍ଚଳର ଜନସାଧାରଣଙ୍କ ନିକଟରେ ଉପଲବ୍ଧ କରାଉଛି । ପ୍ରତ୍ୟେକ କେନ୍ଦ୍ର ମାସିକ ହାରାହାରି ୭୦୦-୮୦୦ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

ମାଇକଞ୍ଚ ପଞ୍ଚାୟତର ସରପଞ୍ଚ ଶ୍ରୀ ମସ୍ତରାମ ମାଝୀ ବିସ୍ତୃତ ଭାବରେ ଉଲ୍ଲେଖ କରି କହିଥିଲେ, “ନିରୋଗଶାଳା ସମସ୍ତ ନିକଟବର୍ତ୍ତୀ ଗ୍ରାମଗୁଡିକୁ ମାଗଣାରେ ସ୍ୱାସ୍ଥ୍ୟଯନô ସେବା ଯୋଗାଇ ଦେଉଛି । ମାଇକଞ୍ଚ ଗ୍ରାମ ପଞ୍ଚାୟତର ଜନସାଧାରଣ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ସେମାନେ ଡାକ୍ତରୀ ଚିକିତ୍ସା କରାଇବାକୁ ଅସମର୍ଥ । ୟୁଏଆଇଏଲ୍‌କୁ ଧନ୍ୟବାଦ ଯେ, ସେମାନେ ଆବଶ୍ୟକ କରୁଥିବା ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟଯନô ସେବା ଏବଂ ଜୀବନ ରକ୍ଷାକାରୀ ଔଷଧଗୁଡିକ ଆବଶ୍ୟକ ସମୟରେ ବିନା ମୂଲ୍ୟରେ ଯୋଗାଇ ଦେଉଛନ୍ତି ।”

ଅଣ୍ଡିରାକଞ୍ଚ ଗ୍ରାମର ଜଣେ ବାସିନ୍ଦା କମଳ ଲୋଚନା ଝୋଡିଆ କହିଥିଲେ, “କୁରାଢୀରେ କାମ କରୁଥିବା ସମୟରେ ଦୁର୍ଯୋଗକୁ ଅନ୍ୟମନସ୍କ ହୋଇଯିବାରୁ ମୋର ପାପୁଲିରେ ଆଘାତ ଲାଗିଥିଲା । କ୍ଷତ ଗଭୀର ଥିଲା ଏବଂ ମୁଁ ତୁରନ୍ତ ଅଣ୍ଡିରାକଞ୍ଚରେ ଥିବା ନିରୋଗଶାଳାକୁ ଯାଇଥିଲି । ସେଠାରେ ଥିବା ଫାର୍ମାସିଷ୍ଟ ମୋର ପ୍ରାଥମିକ ଚିକିତ୍ସା କରିବା ସହିତ ଉପଯୁକ୍ତ ଭାବରେ କ୍ଷତ ସ୍ଥାନକୁ ବ୍ୟାଣ୍ଡେଜ୍‌ କରିଥିଲେ ।

ସେହି ନିରୋଗଶାଳାରୁ ନିର୍ଦ୍ଧାରିତ ଔଷଧ ମୋମେ ସମ୍ପୂର୍ଣ୍ଣ ମାଗଣାରେ ମିଳିଥିଲା । ଧନ୍ୟବାଦ ଦେବି ଯେ ନିରୋଗଶାଳାରେ ଯୋଗାଇ ଦିଆଯାଇଥିବା ଉପଯୁକ୍ତ ଯନô ଏବଂ ଔଷଧ ସହିତ ଚିକିତ୍ସା ଦ୍ୱାରା ମୋର ପାପୁଲିରେ ହୋଇଥିବା କ୍ଷତ ଅଳ୍ପ ଦିନରେ ଭଲ ହୋଇଗଲା ଏବଂ ମୁଁ ଏବେ ପୂର୍ଣ୍ଣ ସୁସ୍ଥ ହୋଇସାରିଛି ଏବଂ ମୋ ହାତରେ ପୁନର୍ବାର କାମ କରିବାକୁ ସମର୍ଥ ।”

ୟୁଏଆଇଏଲ୍‌ର ସିଏସଆର ଟିମ୍‌ ଦ୍ୱାରା ମାସିକ ଭିତ୍ତିରେ ନିରୀକ୍ଷଣ ଏବଂ ସ୍ୱାଧୀନ ଭାବରେ ପରିଚାଳିତ ନିରୋଗଶାଳା ଏକ ଡିସ୍‌ପେନସାରୀ ଠାରୁ ଯଥେଷ୍ଟ ଅଧିକ ସେବା ଯୋଗାଉଛି ।

hindalco ଆଦିତ୍ୟ ବିର୍ଲା ଗ୍ରୁପ୍ ଉତ୍କଳ ଆଲୁମିନା ହିଣ୍ଡାଲ୍‍କୋ
Share. Facebook Twitter LinkedIn Email WhatsApp Copy Link

Related Posts

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026
Latest News

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.