ନୂଆଦିଲ୍ଲୀ: ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ସ୍ୱତନ୍ତ୍ର NIA କୋର୍ଟ ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହା ଉପରେ ବିଜେପି IT ସେଲ୍ ମୁଖ୍ୟ ଅମିତ ମାଲବିୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ X ରେ ପୋଷ୍ଟ କରି ଲେଖିଛନ୍ତି ଯେ, ଗେରୁଆ ଆତଙ୍କବାଦର ପ୍ରଚାର କରୁଥିବା କଂଗ୍ରେସର ଏହି ଘୃଣ୍ୟ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଏହି ଦୁର୍ଭାଗ୍ୟପୂର୍ଣ୍ଣ ଅଭିଯାନର ନେତୃତ୍ୱ ନେଇଥିବା ସୋନିଆ ଗାନ୍ଧୀ, ପି. ଚିଦାମ୍ବରମ ଏବଂ ସୁଶୀଲ କୁମାର ସିନ୍ଦେଙ୍କ ପରି ଲୋକଙ୍କୁ ସନାତନ ଧର୍ମକୁ ବଦନାମ କରିବା ପାଇଁ ହିନ୍ଦୁମାନଙ୍କ ନିକଟରେ ନିଃସର୍ତ୍ତ କ୍ଷମା ମାଗିବା ଉଚିତ।