Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୫ ତମ ଜନ୍ମଦିନରେ ଓଡିଶାରେ ଲାଗିବ ରେକର୍ଡ ସଂଖ୍ୟକ ୭୫ ଲକ୍ଷ ଗଛ
ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୫ ତମ ଜନ୍ମଦିନରେ ଓଡିଶାରେ ଲାଗିବ ରେକର୍ଡ ସଂଖ୍ୟକ ୭୫ ଲକ୍ଷ ଗଛ

July 31, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ମୋଦି
ରାମସାର ସାଇଟ ତାଲିକାରେ ବିହାରର ଗୋକୁଳ ଜଳାଶୟ ଓ ଉଦୟପୁର ହ୍ରଦ: ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର: ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛନ୍ତି। ଦେଶପ୍ରତି, ବିଶେଷକରି ଓଡିଶା ପ୍ରତି, ପ୍ରଧାନମନ୍ତ୍ରୀଙ୍କ ଅନେକ ଅବଦାନ ରହିଛି। ଗତ ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡିଶା ଆସି ଆମର ମା ମାନଙ୍କ ସମ୍ମାନରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ। ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା, ଓଡିଶାବାସୀଙ୍କ ପ୍ରତି ସଦିଚ୍ଛାର ସମ୍ମାନ ଜଣାଇ ଏକ୍ ପେଡ୍ ମା କେ ନାମ୍ ଅଭିଯାନରେ ସେପ୍ଟେମ୍ବର ୧୭ ତାରିଖରେ ଓଡିଶାରେ ଗୋଟିଏ ଦିନରେ ଲାଗିବ ୭୫ ଲକ୍ଷ ଗଛ। ଏହା ହେବ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡିଶାବାସୀଙ୍କ ଉପହାର।

ଆଜି ଲୋକସେବା ଭବନରେ ଏକ୍ ପେଡ୍ ମା କେ ନାମ୍ ଅଭିଯାନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ୍ ପେଡ ମା କେ ନାମ୍ ଅଭିଯାନ ଆରମ୍ଭ ହୋଇଥିଲା। ଚଳିତବର୍ଷ ଜୁନ୍ ୫ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହାର ଦ୍ୱିତୀୟ ସଂସ୍କରଣ ଏକ ପେଡ୍ ମା କେ ନାମ୍ ୨.୦ ଚାଲିବ। ଦ୍ୱିତୀୟ ସଂସ୍କରଣର ଏହି କାର୍ଯ୍ୟକ୍ରମରେ ସର୍ବନିମ୍ନ ୭.୫ କୋଟି ଚାରା ରୋପଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି। ଗତବର୍ଷ ଏହି କାର୍ଯ୍ୟକ୍ରମରେ ଓଡିଶା ତା’ର ଲକ୍ଷ୍ୟ ଅତିକ୍ରମ କରି ୬.୭୨ କୋଟି ଗଛ ଲଗାଇ ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଏ ବର୍ଷ ୭.୫ କୋଟି ଗଛ ଲଗାଇବାର ଲକ୍ଷ୍ୟ ରଖାଯାଇଛି ଏବଂ ତା ସହିତ କେବଳ ଗୋଟିଏ ଦିନରେ ୭୫ ଲକ୍ଷ ଗଛ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ଏକ ରେକର୍ଡ ହେବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଙ୍ଗଲ ବିଭାଗ ଏବଂ କୃଷି ଓ କୃଷକସଶକ୍ତି କରଣ ବିଭାଗର ଏଥିରେ ପ୍ରମୁଖ ଦାୟିତ୍ୱ ରହିଥିଲେ ମଧ୍ୟ ଏହି ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବା ପାଇଁ ଏହି ଅଭିଯାନରେ ବିଭିନ୍ନ ସରକାରୀ ବିଭାଗ ସହିତ ପିଏସୟୁ, ଏନ୍.ଜି.ଓ ସଂସ୍ଥା, ବିଭିନ୍ନ ଯୁବସଂଘ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଅଧିକରୁ ଅଧିକ ସାମିଲ କରାଯିବାର ଆବଶ୍ୟକତା ରହିଛି ।

ପଞ୍ଚାୟତ ପ୍ରତିଷ୍ଠାନ, ସ୍କୁଲ, କଲେଜ, ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରମୁଖଙ୍କର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରିବା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ ହେବା ଉଚିତ। ପ୍ରଚାର ପ୍ରସାର କେବଳ ଏକ କାର୍ଯ୍ୟକ୍ରମର ନୁହେଁ, ଏହା ପରିବେଶ ସୁରକ୍ଷା ପାଇଁ ଏକ ଜନ ଆନ୍ଦୋଳନ ହେବା ଉଚିତ ବୋଲି ସେ ମତ ଦେଇଥିଲେ।

କେବଳ ଗଛ ଲଗାଇଦେଲେ ହେବ ନାହିଁ, ଏହି ଗଛକୁ କିଭଳି ଉତ୍ତମ ଭବିଷ୍ୟତ ମିଳିବ ତା’ର ମଧ୍ୟ ଦାୟିତ୍ୱ ନେବା ଆବଶ୍ୟକ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୃକ୍ଷ ରୋପଣ ପରେ ଏହାର ରକ୍ଷଣା ବେକ୍ଷଣ ଓ ଯତ୍ନ ପାଇଁ ପ୍ରତ୍ୟେକ ସରକାରୀ କର୍ମଚାରୀ ଏବଂ ଜନସାଧାରଣ ଦାୟିତ୍ୱବାନ ହେବା ଆବଶ୍ୟକ। ଗୋଷ୍ଠୀ-ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ, ପଥପାର୍ଶ୍ଵ ଚାରା ରୋପଣ ଏବଂ ବ୍ୟକ୍ତିଗତ ବୃକ୍ଷ ରୋପଣ ପାଇଁ ନିମ୍ବ, କରଞ୍ଜ, ତେନ୍ତୁଳି, ଫାସୀ, ଅର୍ଜୁନ, ହରିଡା, ବାହାଡା, ପଣସ, ତାଳ, ପିଜୁଳୀ, କୃଷ୍ଣଚୁଡା, ପିପଳ, ବରବଛା, ଅଶୋକ, ଜାମୁ, କଦମ୍ବ, ଅଁଳା, ଦେବଦାରୁ, ସୁନାରୀ, କରଞ୍ଜ, ଚାକୁଣ୍ଡା ଇତ୍ୟାଦି ଗଛ ଚୟନ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏଥି ସହିତ ବୃକ୍ଷ ରୋପଣର ଫଟୋ ଓ ଡାଟା ମେରି ଲାଇଫ ପୋର୍ଟାଲରେ ଅପଲୋଡ କରାଯିବା ପାଇଁ ସେ କହିଥିଲେ। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ ପଞ୍ଚାୟତ ଅଧିକାରୀ ମାନେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଏହାର ତଦାରଖ କରିବେ। ଭଲପ୍ରଦର୍ଶନ କ୍ଷେତ୍ରରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ତରରେ ପୁରସ୍କାର ବ୍ୟବସ୍ଥା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥିସହିତ ଯେଉଁ ଅଞ୍ଚଳରେ ଯେଉଁ ଫଳ ଭଲ ଉତ୍ପାଦନ ହେଉଛି ସେହିଭଳି ଚାରା ଲୋକମାନଙ୍କୁ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ପ୍ରଧାନମୁଖ୍ୟ ବନ ସଂରକ୍ଷକ ତଥା ଜଙ୍ଗଲ ବାହିନୀ ମୁଖ୍ୟ ଶ୍ରୀ ସୁରେଶ ପନ୍ଥ, ପ୍ରଧାନମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ପି.କେ ଝା, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଏସ.ଏନ ଗିରିଶ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ ଦାସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

narendra modi ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଦିଙ୍କ ଜନ୍ମଦିନ ମୋଦୀଙ୍କ ଜନ୍ମଦିନ
Share. Facebook Twitter LinkedIn Email WhatsApp Copy Link

Related Posts

ସଂସଦ ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି 

November 15, 2025

ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରକେ ସିଂହଙ୍କୁ ନିଲମ୍ବନ କଲା ବିଜେପି

November 15, 2025

କାଶ୍ମୀରର ନୌଗାମ ବିସ୍ଫୋରଣରେ ନଅ ଜଣଙ୍କ ମୃତ୍ୟୁ, କାରଣ କହିଲା କହିଲା ଗୃହ ମନ୍ତ୍ରଣାଳୟ?

November 15, 2025

ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

November 15, 2025
Latest News

ସଂସଦ ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି 

November 15, 2025

ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରକେ ସିଂହଙ୍କୁ ନିଲମ୍ବନ କଲା ବିଜେପି

November 15, 2025

କାଶ୍ମୀରର ନୌଗାମ ବିସ୍ଫୋରଣରେ ନଅ ଜଣଙ୍କ ମୃତ୍ୟୁ, କାରଣ କହିଲା କହିଲା ଗୃହ ମନ୍ତ୍ରଣାଳୟ?

November 15, 2025

ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

November 15, 2025

ଗୁଜରାଟର ବିସ୍ଫୋରକ ବ୍ୟାଟସମ୍ୟାନଙ୍କୁ କିଣିଲା MI, IPL-୨୦୨୬ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଚୁକ୍ତି

November 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.