Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କାଶ୍ମୀରରେ ୨୫ଟି ପୁସ୍ତକ ଉପରେ ଲାଗିଲା ପ୍ରତିବନ୍ଧକ: ବିଚ୍ଛିନ୍ନତାବାଦ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭଯୋଗ
ଜାତୀୟ ଖବର

କାଶ୍ମୀରରେ ୨୫ଟି ପୁସ୍ତକ ଉପରେ ଲାଗିଲା ପ୍ରତିବନ୍ଧକ: ବିଚ୍ଛିନ୍ନତାବାଦ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭଯୋଗ

August 7, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୬’ ପାଇଁ ଦୁଇଟି ପୁରସ୍କାର ଘୋଷଣା

ଶ୍ରାନଗର: ଜମ୍ମୁ କାଶ୍ମୀର ପ୍ରଶାସନ ବୁଧବାର ଦିନ ୨୫ଟି ପୁସ୍ତକର ପ୍ରକାଶନ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି। ସରକାର କହିଛନ୍ତି ଯେ, ଏହି ପୁସ୍ତକଗୁଡ଼ିକ ମିଥ୍ୟା ଅପପ୍ରଚାର କରେ, ଯୁବପିଢ଼ିଙ୍କୁ ଉତ୍ତେଜିତ କରେ ଏବଂ ଆତଙ୍କବାଦଙ୍କ ମହିମାମଣ୍ଡନ କରେ।

ଏଥିରେ ମୌଲାନା ମୌଦାଦି, ଅରୁନ୍ଧତୀ ରାୟ, ଏଜି ନୁରାନି, ଭିକ୍ଟୋରିଆ ସ୍କୋଫିଲ୍ଡ ଏବଂ ଡେଭିଡ୍ ଦେବଦାସ ଭଳି କିଛି ପ୍ରସିଦ୍ଧ ଲେଖକଙ୍କ ପୁସ୍ତକ ମଧ୍ୟ ଅନ୍ତର୍ଭୁକ୍ତ। ଗୃହ ବିଭାଗ ଦ୍ୱାରା ଜାରି ଆଦେଶରେ କୁହାଯାଇଛି ଯେ, ‘ସରକାରଙ୍କ ଦୃଷ୍ଟିକୁ ଆସିଛି ଯେ କିଛି ସାହିତ୍ୟ ଜମ୍ମୁ କାଶ୍ମୀରରେ ମିଥ୍ୟା ଅପପ୍ରଚାର ଏବଂ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରେ।’

‘ଯୁବକମାନଙ୍କୁ ଭ୍ରମିତ କରୁଥିବା ସାହିତ୍ୟ’:

ବିବୃତ୍ତିରେ କୁହାଯାଇଛି ଯେ, ତଦନ୍ତ ଏବଂ ନିର୍ଭରଯୋଗ୍ୟ ଗୁଇନ୍ଦା ଆଧାରରେ ଉପଲବ୍ଧ ପ୍ରମାଣ ‘ସ୍ପଷ୍ଟ ଭାବରେ ସୂଚିତ କରେ’ ଯେ ଏହି ସାହିତ୍ୟ ଯୁବପିଢ଼ିଙ୍କ ହିଂସା ଏବଂ ଆତଙ୍କବାଦରେ ଜଡିତ ହେବାର ଏକ ପ୍ରମୁଖ କାରଣ। ଏହା ଐତିହାସିକ କିମ୍ବା ରାଜନୈତିକ ମନ୍ତବ୍ୟ ଆକାରରେ ପ୍ରସାରିତ ହୁଏ ଏବଂ ଏହା ଧୀରେ ଧୀରେ ଯୁବପିଢ଼ିଙ୍କ ମନକୁ ପ୍ରଭାବିତ କରେ।

ଆଦେଶ ଅନୁଯାୟୀ, “ଏପରି ସାହିତ୍ୟ ଯୁବପିଢ଼ିଙ୍କୁ ବିଭ୍ରାନ୍ତ କରିବାରେ, ଆତଙ୍କବାଦକୁ ମହିମାମଣ୍ଡନ କରିବାରେ ଏବଂ ଭାରତ ବିରୁଦ୍ଧରେ ହିଂସାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।”

ଏହି ପୁସ୍ତକଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଇଛି:

ଆଜାଦୀ:
ଲେଖିକା- ଅରୁନ୍ଧତୀ ରାୟ

କାଶ୍ମୀରୀଜ ଫାଇଟ ଫର ଫ୍ରିଡମ-
ଲେଖକ: ମହମ୍ମଦ ୟୁସୁଫ ସରାଫ

ତାରିଖ-ଏ-ସିଆସତ୍ କାଶ୍ମୀର-
ଲେଖକ: ଡକ୍ଟର ଆଫାକ

କୋଲୋନାଇଜିଙ୍ଗ କାଶ୍ମୀର: ଷ୍ଟେଟ ବିଲଡିଙ୍ଗ ଅଣ୍ଡର ଇଣ୍ଡିଆନ ଅକ୍ୟୁପେସନ-
ଲେଖକ: ହାଫସା କଞ୍ଜୱାଲ

କାଶ୍ମୀର ପଲିଟିକ୍ସ ଆଣ୍ଡ ପ୍ଲେବିସାଇଟ-
ଲେଖକ: ଡକ୍ଟର ଅବଦୁଲ ଘନି ଗୋଖମ ଜବାର୍

ଡୁ ୟୁ ରିମେମ୍ବର କୁନନ୍ ପୋସ୍ପୋରା-
ଲେଖକ: ଏସାର ବଟୁଲ୍ ଏବଂ ଅନ୍ୟମାନେ

ହ୍ୟୁମାନ ରାଇଟ୍ସ ଭାଓଲେନ୍ସ ଇନ କାଶ୍ମୀର-
ଲେଖକ: ପିଓଟର ବାଲସେରୋୱିକଜ୍, ଅଘନିଏସ୍କା କୁଜେୱସ୍କା

ଆଲ୍ ଜିହାଦୁ ଫିଲ୍ ଇସଲାମ-
ଲେଖକ: ମୌଲାନା ମୌଦୁଦି

ଇଣ୍ଡିପେଣ୍ଡେଣ୍ଟ କାଶ୍ମୀର-
ଲେଖକ: କ୍ରିଷ୍ଟୋଫର ସ୍ନେଡନ୍

ଫ୍ରିଡମ ଇନ କ୍ୟାପ୍ଟୀଭୀଟି: ନେଗୋସିଏସନ ବିଲଙ୍ଗିଙ୍ଗ ଆଲଙ୍ଗ କାଶ୍ମୀର ଫ୍ରଣ୍ଟିୟର-
ଲେଖକ: ରାଧିକା ଗୁପ୍ତା

ରେଜିଷ୍ଟିଙ୍ଗ ଅକ୍ୟୁପେସନ ଇନ କାଶ୍ମୀର-
ଲେଖକ: ହେଲି ଦୁସିନସ୍କି, ମୋନା ବି. ଭଟ୍ଟ, ଅତର ଜିୟା, ସିନ୍ଥିଆ ମହମୁଦ

ଭିଟାମିନ ଡେମୋକ୍ରାସି ଆଣ୍ଡ ନେସନ: ଜେଣ୍ଡର ଆଣ୍ଡ ମିଲିଟରିଜେସନ ଇନ କାଶ୍ମୀର-
ଲେଖକ: ସୀମା କାଜି

କଣ୍ଟେଷ୍ଟେଡ ଲ୍ୟାଣ୍ଡ୍ସ-
ଲେଖକ: ସୁମନ୍ତ୍ର ବୋଷ

ଇନ ସର୍ଚ୍ଚ ଅଫ ଅ ଫ୍ୟୁଚର: ଦ ଷ୍ଟୋରି ଅଫ କାଶ୍ମୀର
ଲେଖକ: ଡେଭିଡ୍ ଦେବଦାସ

କାଶ୍ମୀର ଇନ କନଫ୍ଲିକ୍ଟ: ଇଣ୍ଡିଆ, ପାକିସ୍ତାନ ଆଣ୍ଡ ଦ ଅନଏଣ୍ଡିଙ୍ଗ ୱାର
ଲେଖକ: ଭିକ୍ଟୋରିଆ ସ୍କୋଫିଲ୍ଡ

ଦ କାଶ୍ମୀର ଡିସ୍ପ୍ୟୁଟ: 1947-2012 –
ଲେଖକ: ଏ. ଜି. ନୁରାନି

କାଶ୍ମୀର ଆଣ୍ଡ ଦ ଫ୍ୟୁଚର ଅଫ ସାଉଥ ଏସିଆ-
ସମ୍ପାଦକ: ସୁଗାତା ବୋଷ, ଆୟଶା ଜଲାଲ

କାଶ୍ମୀର ଆଟ ଦ କ୍ରସରୋଡ୍ସ: 21st ସେଞ୍ଚୁରୀ କନଫ୍ଲିକ୍ଟ-
ଲେଖକ: ସୁମନ୍ତ୍ର ବୋଷ

ଅ ଡିସମେଣ୍ଟଲ୍ଡ ଟେଷ୍ଟ: ଦ ଅନଟୋଲ୍ଡ ଷ୍ଟୋରି ଅଫ କାଶ୍ମୀର ଆକ୍ଟର ଆର୍ଟିକଲ 370-
ଲେଖକ: ଅନୁରାଧା ଭସିନ

ରେଜିଷ୍ଟିଙ୍ଗ ଡିସଆପୀୟରନ୍ସ: ମିଲିଟ୍ରି ଅକ୍ୟୁପେସନ ଆଣ୍ଡ ୱିମେନ୍ସ ଆକ୍ଟିଭିଜମ ଇନ କାଶ୍ମୀର-
ଲେଖକ: ଅତାର ଜିଆ

କନ୍ଫ୍ରଟିଙ୍ଗ ଟେରରିଜ୍ମ-
ସମ୍ପାଦକ: ମାରୁଫ୍ ରାଜା

କାଶ୍ମୀର: ଦ କେସ ଫର ଫ୍ରିଡମ-
ଲେଖକ: ତାରିକ ଅଲି, ହିଲାଲ୍ ଭଟ୍, ଅଙ୍ଗନା ପି. ଚଟର୍ଜୀ, ପଙ୍କଜ ମିଶ୍ର, ଅରୁନ୍ଧତୀ ରାୟ

ମୁଜାହିଦ କି ଅଜାନ୍-
ଲେଖକ: ଇମାମ୍ ହାସନ୍ ଅଲ୍-ବନ୍ନା ସହିଦ

ୟୁଏସଏ ଆଣ୍ଡ କାଶ୍ମୀର-
ଲେଖକ: ଡକ୍ଟର ଶମଶାଦ ଶାନ୍

ଲ’ ଆଣ୍ଡ କନଫ୍ଲିକ୍ଟ ରିଜୋଲ୍ୟୁସନ ଇନ କାଶ୍ମୀର-
ଲେଖକ: ପିଓଟର ବାଲସେରୋୱିକଜ୍, ଅଘନିଏସ୍କା କୁଜେୱସ୍କା

ପ୍ରକାଶନ ଏବଂ ବିକ୍ରୟ ଉଭୟ ଉପରେ ନିଷେଧ

ସ୍ୱରାଷ୍ଟ୍ର ବିଭାଗ ସମସ୍ତ ଜିଲ୍ଲାର ଅଧିକାରୀମାନଙ୍କୁ ବଜାରରୁ ଏହି ପୁସ୍ତକଗୁଡ଼ିକୁ ହଟାଇବା ଏବଂ ଭବିଷ୍ୟତରେ କୌଣସି ପ୍ରକାରରେ ପ୍ରକାଶନ କିମ୍ବା ବିକ୍ରୟ ନକରିବାକୁ ନିର୍ଦ୍ଦେଶ ଦେଇଛି।

ସରକାରଙ୍କ ଏହି ନିଷ୍ପତ୍ତି ଅନେକ ମହଲରେ ଆଲୋଚନାର ବିଷୟ ପାଲଟିଛି। ଗୋଟିଏ ପଟେ ଏହାକୁ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ ହେବାରୁ ରକ୍ଷା କରିବାର ପ୍ରୟାସ ଭାବରେ ବର୍ଣ୍ଣନା କରାଯାଉଥିବା ବେଳେ, କିଛି ଲୋକ ଏହାକୁ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଏକ ପ୍ରଶ୍ନ ଭାବରେ ଦେଖୁଛନ୍ତି।

Jammu & Kashmir News
Share. Facebook Twitter LinkedIn Email WhatsApp Copy Link

Related Posts

ରାସାୟନିକ ପଦାର୍ଥରେ ତିଆରି ଆଇସକ୍ରିମ ଏବଂ ଲସି କାରଖାନା ଠାବ: ମାଲିକ ଗିରଫ

April 1, 2026

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026

ହଠାତ୍ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

April 1, 2026

କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

April 1, 2026
Latest News

ରାସାୟନିକ ପଦାର୍ଥରେ ତିଆରି ଆଇସକ୍ରିମ ଏବଂ ଲସି କାରଖାନା ଠାବ: ମାଲିକ ଗିରଫ

April 1, 2026

ରାଧାକୃଷ୍ଣ ମଠ ପରିସରରେ ବ୍ରହ୍ମଚାରୀଙ୍କ ଆତ୍ମହତ୍ୟା

April 1, 2026

ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକଙ୍କ ପ୍ରାଣହାନୀ

April 1, 2026

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

April 1, 2026

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.