Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ କାହିଁକି କେନ୍ଦ୍ରୀୟ ନେତା ଦେଖା କରୁଛନ୍ତି!! ଅଛି କି କିଛି କାରଣ
ଜାତୀୟ ଖବର

ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ କାହିଁକି କେନ୍ଦ୍ରୀୟ ନେତା ଦେଖା କରୁଛନ୍ତି!! ଅଛି କି କିଛି କାରଣ

August 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ
ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ କାହିଁକି କେନ୍ଦ୍ରୀୟ ନେତାମାନେ ଦେଖା କରୁଛନ୍ତି!! ଅଛି କି କିଛି କାରଣ

ଭୁବନେଶ୍ବର: ବେଶ କିଛିଦିନ ଧରି ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବେଶ ଚର୍ଚ୍ଚାରେ ଅଛନ୍ତି। କାରଣ ହେଲା ତାଙ୍କ ବାସଭବନକୁ ଯାଇ ତାଙ୍କୁ ବଡବଡ ନେତା ତଥା ଖୋଦ ରାଜ୍ୟପାଳ ସାକ୍ଷାତ କରୁଛନ୍ତି। ଏହା ଏକ ସୌଜନ୍ୟ ସାକ୍ଷାତ ବୋଲି କୁହାଯାଉଥିଲେ ମଧ୍ୟ ରାଜନୈତିକ ମହଲରେ ତାହାକୁ କେହି ମାନିବାକୁ ନାରାଜ। ଅନ୍ୟ କୌଣସି ମନ୍ତ୍ରୀଙ୍କୁ କେହି ତାଙ୍କ ବାସଭବନରେ ସାକ୍ଷାତ କରୁ ନ ଥିବା ବେଳେ ଆଇନ ମନ୍ତ୍ରୀଙ୍କୁ କାହିଁକି। ଏହି ପ୍ରଶ୍ନ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

କିଛି ଦିନ ତଳେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ସାକ୍ଷାତ କରିଛନ୍ତି ଜାତୀୟ ନେତା ତଥା ବିଜେପିରେ ବେଶ ଦବଦବା ଥିବା ନେତା ସୁନୀଲ ବଂଶଲ। ସେ ମନ୍ତ୍ରୀଙ୍କ ବାସଭବନକୁ ଆସି ତାଙ୍କୁ ସାକ୍ଷାତ କରିଛନ୍ତି। ବେଶ କିଛି ସମୟ ଧରି ଆଲୋଚନା ହୋଇଛି। ତାହା ମଧ୍ୟ ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା ବୋଲି ମନ୍ତ୍ରୀ କହୁଛନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହି ସାକ୍ଷାତ କେବେ ବି ସୌଜନ୍ୟ ମୂଳକ ହୋଇପାରିବ ନାହିଁ।

ପ୍ରାୟ ସମସ୍ତେ ଜାଣନ୍ତି ଯେ, ସୁନୀଲ ବଂଶଲ ଜାତୀୟ ବିଜେପିରେ ବେଶ କାଟତି ରହିଛି। ସେ ଖୋଦ ମୋଦି ଓ ଶାହାଙ୍କ ପାଖ ଲୋକ। ସଂଗଠନରେ ତାଙ୍କର ପତିୟାରା ବହୁତ ଭଲ। ଅନ୍ୟପଟେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କର ଭଲ ନାହିଁ। ହେଲେ ପୃଥୀରାଜଙ୍କ ଧର୍ମେନ୍ଦ୍ରଙ୍କ ସହିତ ବେଶ ଭଲ ସଂପର୍କ।  ତେଣୁ ସେହିପରି ଜଣେ ନେତା ମନ୍ତ୍ରୀ ପୃଥୀରାଜଙ୍କୁ ସାକ୍ଷାତ କରିବା ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଲୋଚନା ଚାଲିଛି।

ଏହା ପୂର୍ବରୁ ପୃଥୀରାଜ ହରିଚନ୍ଦନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜ ଚିଲିକା ନିର୍ବାଚନ ମଣ୍ଡଳୀକୁ ନେଇ ବୁଲାଇ ଆଣିଛନ୍ତି। ଧର୍ମେନ୍ଦ୍ରଙ୍କ କୌଣସି ସରକାରୀ କାର୍ଯ୍ୟକ୍ରମ ଚିଲିକାରେ ନ ଥିବା ବେଳେ ହଠାତ ତାଙ୍କର ଚିଲିକା ଗସ୍ତକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି। ଧର୍ମେନ୍ଦ୍ର ଭୁବନେଶ୍ବରରୁ ଯାଇ ବଡକୂଳ ପାନ୍ଥନିବାସରେ ରହି କର୍ମିମାନଙ୍କୁ ସାକ୍ଷାତ କରିଥିଲେ। ଏହାପରେ ବାଣପୁର ଯାଇ ମା ଭଗବତୀଙ୍କୁ ଦର୍ଶନ କରିଥିଲେ। ଏହା ବ୍ୟତିତ ଆଉ କିଛି କାର୍ଯ୍ୟକ୍ରମ ନ ଥିଲା।

ସେହିପରି ମନ୍ତ୍ରୀଙ୍କ ବାସଭବନରେ ରାଜ୍ୟପାଳ ହରିବାବୁ କୁମ୍ଭମପତି ତାଙ୍କୁ ସାକ୍ଷାତ କରିବା ନେଇ ମଧ୍ୟ ବିଭିନ୍ନ ମହଲରେ ଆଲୋଚନା ହେଉଛି। ଖୋଦ ରାଜ୍ୟପାଳ ଜଣେ ମନ୍ତ୍ରୀଙ୍କ ଘରକୁ ଯିବା ସେମିତି କିଛି ବାଧ୍ୟବାଧ୍ୟକତା ନ ଥିଲେ ତାହା କରାଯିବ ନାହିଁ। କାରଣ ରାଜ୍ୟପାଳ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସ ଭବନକୁ ଡାକି ପାରିବେ। ହେଲେ ମନ୍ତ୍ରୀଙ୍କ ବାସଭବନକୁ ଯିବା ଠିକ ନୁହେଁ। ସେଥିପାଇଁ ଅନେକଙ୍କର ସନ୍ଦେହ ହେଉଛି ଯେ ଏହା ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ପାଇଁ ଭଲ ନା ଭେଲ।

Prithiraj Harichandan ପୃଥୀରାଜ ହରିଚନ୍ଦନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭୁବନେଶ୍ୱର ଅନେକ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ଯୋଗାଣ: ଜାଣନ୍ତୁ କେଉଁଠି ଓ କେତେବେଳେ?

March 10, 2026

ଆଜି ମାର୍ଚ୍ଚ ୧୦ ତାରିଖ ମଙ୍ଗଳବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

March 10, 2026

ରିଲାଏନ୍ସ ରିଟେଲ୍ ଦ୍ୱାରା ହିମାଳୟର ପ୍ରାକୃତିକ ଉତ୍ପାଦ ଉପରେ ଆଧାରିତ ସ୍କିନକେୟାର ବ୍ରାଣ୍ଡ ଅଧିଗ୍ରହଣ

March 9, 2026

ବିଶାଖାପାଟଣା–ରାୟଗଡା ମଧ୍ୟରେ ସମ୍ପୂର୍ଣ୍ଣ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଟ୍ରେନ୍‌ର ଶୁଭାରମ୍ଭ

March 9, 2026
Latest News

ଆଜି ଭୁବନେଶ୍ୱର ଅନେକ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ଯୋଗାଣ: ଜାଣନ୍ତୁ କେଉଁଠି ଓ କେତେବେଳେ?

March 10, 2026

ଆଜି ମାର୍ଚ୍ଚ ୧୦ ତାରିଖ ମଙ୍ଗଳବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

March 10, 2026

ରିଲାଏନ୍ସ ରିଟେଲ୍ ଦ୍ୱାରା ହିମାଳୟର ପ୍ରାକୃତିକ ଉତ୍ପାଦ ଉପରେ ଆଧାରିତ ସ୍କିନକେୟାର ବ୍ରାଣ୍ଡ ଅଧିଗ୍ରହଣ

March 9, 2026

ବିଶାଖାପାଟଣା–ରାୟଗଡା ମଧ୍ୟରେ ସମ୍ପୂର୍ଣ୍ଣ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଟ୍ରେନ୍‌ର ଶୁଭାରମ୍ଭ

March 9, 2026

ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଇଶାନ କିଶାନଙ୍କୁ କେତେ ପୁରସ୍କାର ରାଶି ମିଳିଥିଲା?: ଜାଣନ୍ତୁ….

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.