Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଗତ ହେଲା ଗୁରୁତ୍ୱପୂର୍ଣ୍ଣ ବିଲ: ଅପରାଧିକ ମାମଲାରେ ପଦବୀ ଛାଡିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ
ଜାତୀୟ ଖବର

ଆଗତ ହେଲା ଗୁରୁତ୍ୱପୂର୍ଣ୍ଣ ବିଲ: ଅପରାଧିକ ମାମଲାରେ ପଦବୀ ଛାଡିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ

August 20, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ଗୃହମନ୍ତ୍ରୀ
'ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ଅବସରରେ ରାଜ୍ୟସଭାରେ ସ୍ୱତନ୍ତ୍ର ଆଲୋଚନାର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ସମ୍ବିଧାନ (ଶହେ ତିରିଶତମ ସଂଶୋଧନ) ବିଲ୍-୨୦୨୫, କେନ୍ଦ୍ରଶାସିତ ଅଞ୍ଚଳ (ସଂଶୋଧନ) ବିଲ୍ -୨୦୨୫ ଏବଂ ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ -୨୦୨୫ ଆଗତ କରିଛନ୍ତି।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଶାହ ଆଜି ‘ଏକ୍ସ’ରେ ଏକାଧିକ ପୋଷ୍ଟ ଜରିଆରେ କହିଛନ୍ତି, ଦେଶରେ ରାଜନୈତିକ ଦୁର୍ନୀତି ବିରୋଧରେ ମୋଦୀ ସରକାରଙ୍କ ସଂକଳ୍ପବଦ୍ଧତା ଏବଂ ଜନସାଧାରଣଙ୍କ ଆକ୍ରୋଶକୁ ବିଚାର କରି ସେ ଆଜି ଲୋକସଭା ବାଚସ୍ପତିଙ୍କ ସମ୍ମତିରେ ସଂସଦରେ ଏକ ସାମ୍ବିଧାନିକ ସଂଶୋଧନ ବିଲ୍ ଆଗତ କରିଛନ୍ତି। ଏହାଦ୍ୱାରା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନକ ପଦବୀରେ ଥିବା ବ୍ୟକ୍ତିବିଶେଷ ଜେଲରେ ଥାଇ ସରକାର ଚଳାଇ ପାରିବେ ନାହିଁ। ସେ ଆହୁରି କହିଛନ୍ତି, ଏହି ବିଲ୍ ର ଲକ୍ଷ୍ୟ ହେଉଛି ସାର୍ବଜନୀନ ଜୀବନରେ ହ୍ରାସ ପାଉଥିବା ନୈତିକତାର ସ୍ତରରେ ଉନ୍ନତି ଆଣିବା ଏବଂ ରାଜନୀତିକୁ ପବିତ୍ର କରିବା।

ଅମିତ ଶାହ ଆହୁରି କହିଛନ୍ତି, ଏହି ତିନୋଟି ବିଲ ଦ୍ୱାରା ଯେଉଁ ଆଇନ ପ୍ରସ୍ତୁତ ହେବ ତାହାଦ୍ୱାରା ନିମ୍ନ ଲାଭ ମିଳିପାରିବ:

● ଗିରଫ କିମ୍ବା ଜେଲରେ ଥିବା ସମୟରେ କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କିମ୍ବା କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଭାବରେ ଶାସନ ଚଳାଇ ପାରିବେ ନାହିଁ।

● ଯେତେବେଳେ ସମ୍ବିଧାନ ପ୍ରସ୍ତୁତ ହୋଇଥିଲା, ଏହାର ସ୍ଥପତିମାନେ କଳ୍ପନା ସୁଦ୍ଧା କରିପାରିନଥିଲେ ଯେ ଭବିଷ୍ୟତରେ ଏପରି ରାଜନୈତିକ ବ୍ୟକ୍ତିବିଶେଷ ଆସିବେ ଯେଉଁମାନେ ଗିରଫ ହେବା ପୂର୍ବରୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ମନା କରିବେ। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଦେଶରେ ଏକ ଆଶ୍ଚର୍ଯ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନେ ଇସ୍ତଫା ନ ଦେଇ ଜେଲରୁ ଅନୈତିକ ଭାବରେ ସରକାର ଚଳାଇଛନ୍ତି।

● ଏହି ବିଲରେ ଏପରି ବ୍ୟବସ୍ଥା ଅନ୍ତର୍ଭୁକ୍ତ ଯାହା ଜଣେ ଅଭିଯୁକ୍ତ ରାଜନେତାଙ୍କୁ ଗିରଫ ହେବାର ୩୦ଦିନ ମଧ୍ୟରେ କୋର୍ଟରୁ ଜାମିନ୍ ଆବେଦନ କରିବାକୁ ମଧ୍ୟ ଅନୁମତି ଦିଏ। ଯଦି ସେମାନେ ୩୦ ଦିନ ମଧ୍ୟରେ ଜାମିନ୍ ପାଇବାରେ ବିଫଳ ହୁଅନ୍ତି, ତେବେ ୩୧ତମ ଦିନରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ କିମ୍ବା ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ସେମାନଙ୍କୁ ସେମାନଙ୍କ ପଦବୀରୁ ବହିଷ୍କାର କରିବେ; ଅନ୍ୟଥା, ସେମାନେ ଆପେ ଆପେ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ଲାଗି ଆଇନଗତ ଭାବରେ ଅଯୋଗ୍ୟ ହୋଇଯିବେ। ଯଦି ଆଇନଗତ ପ୍ରକ୍ରିୟା ପରେ ଏପରି ନେତାଙ୍କୁ ଜାମିନ୍ ଦିଆଯାଏ, ତେବେ ସେମାନେ ପୁଣି ଥରେ ନିଜ ପଦବୀରେ ରହିପାରିବେ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି, ଜେଲରେ ଥିବା ସମୟରେ ଜଣେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ସରକାର ଚଳାଇବା ଠିକ୍ କି ନାହିଁ ସେ ନିଷ୍ପତ୍ତି ଜନତାଙ୍କୁ ନେବାକୁ ପଡ଼ିବ। ଗୋଟିଏ ପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଆଇନ ପରିସରକୁ ଆଣିବା ପାଇଁ ଏକ ସାମ୍ବିଧାନିକ ସଂଶୋଧନ ଉପସ୍ଥାପନ କରିଛନ୍ତି; ଅନ୍ୟପଟେ ଆଇନ ପରିସର ଠାରୁ ବାହାରେ ରହିବା ଏବଂ ଜେଲରେ ସରକାର ଚଳାଇବା ଏବଂ କ୍ଷମତାର ମୋହ ନଛାଡ଼ିବା ଲାଗି ସବୁ ବିରୋଧୀ ଦଳଗୁଡ଼ିକ ଏକାଠି ଏହାର ବିରୋଧ କରୁଛନ୍ତି।

ଅମିତ ଶାହ କହିଛନ୍ତି ଯେ, ଦେଶ ଏବେ ବି ସେହି ସମୟକୁ ମନେ ରଖିଛି ଯେତେବେଳେ ଏହି ସମ୍ମାନଜନକ ସଦନରେ ଜରୁରୀକାଳୀନ ପରିସ୍ଥିତି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ୩୯ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିଥିଲେ, ଯାହାଦ୍ୱାରା ତାଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ। ଗୋଟିଏ ପଟେ ଏହା ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଆଇନର ଊର୍ଦ୍ଧ୍ୱରେ ରଖିବାକୁ ଚେଷ୍ଟା କରିଥିବା ମୁଖ୍ୟ ବିରୋଧୀ ଦଳର କାର୍ଯ୍ୟ ସଂସ୍କୃତି ଏବଂ ନୀତି ଏଠାରେ ପ୍ରତିଫଳିତ କରିଛି। ଅନ୍ୟପଟେ ଆମ ନିଜ ସରକାରଙ୍କ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନଙ୍କୁ ଆଇନର ପରିସର ମଧ୍ୟରେ ଆଣିବା ଲାଗି ଆମ ଦଳର ନୀତି ବିଷୟରେ ସମସ୍ତେ ଅବଗତ ହୋଇଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ଆଜି ସଦନରେ, ମୁଖ୍ୟ ବିରୋଧୀ ଦଳର ଜଣେ ନେତା ତାଙ୍କ ବିଷୟରେ ଏକ ବ୍ୟକ୍ତିଗତ ମନ୍ତବ୍ୟ ଦେଇଛନ୍ତି। ଏଥିରେ ବିରୋଧୀ ନେତା ଦାବି କରିଛନ୍ତି ଯେ ଯେତେବେଳେ ମୁଖ୍ୟ ବିରୋଧୀ ଦଳ ତାଙ୍କୁ ମିଛ ମାମଲାରେ ଫସାଇ ଏକ ମନଗଢ଼ା ଅପରାଧରେ ଗିରଫ କରିଥିଲା, ସେ ଇସ୍ତଫା ଦେଇ ନଥିଲେ। ଏହାର ଜବାବରେ ଶ୍ରୀ ଶାହ ସ୍ପଷ୍ଟ ଭାବେ ମୁଖ୍ୟ ବିରୋଧୀ ଦଳକୁ ମନେ ପକାଇ ଦେଇ କହିଛନ୍ତି, ସେ ଗିରଫ ହେବା ପୂର୍ବରୁ ଇସ୍ତଫା ଦେଇଥିଲେ ଏବଂ ଜାମିନରେ ମୁକ୍ତ ହେବା ପରେ ମଧ୍ୟ କୋର୍ଟ ଦ୍ୱାରା ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ପ୍ରମାଣିତ ନହେବା ପର୍ଯ୍ୟନ୍ତ ସେ କୌଣସି ସାମ୍ବିଧାନିକ ପଦବୀ ଗ୍ରହଣ କରି ନଥିଲେ। କୋର୍ଟ ତାଙ୍କ ବିରୁଦ୍ଧରେ ମିଥ୍ୟା ମାମଲାକୁ ଖାରଜ କରିଦେଇଛନ୍ତି ଏବଂ ଏହା ରାଜନୈତିକ ପ୍ରତିଶୋଧ ଥିଲା ବୋଲି ପ୍ରମାଣିତ ହୋଇଛି।

ଶ୍ରୀ ଅମିତ ଶାହ କହିଛନ୍ତି ଯେ ଆମ ଦଳ ଏବଂ ଏନଡିଏ ସର୍ବଦା ନୈତିକ ମୂଲ୍ୟବୋଧକୁ ସମର୍ଥନ କରି ଆସିଛି। ଏହି ବିଲ୍ ସଂସଦର ଯୁଗ୍ମ ସଂସଦୀୟ କମିଟି (ଜେପିସି) ସମ୍ମୁଖରେ ରଖାଯିବ, ଯେଉଁଠାରେ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ବୋଲି ଆରମ୍ଭରୁ ସ୍ପଷ୍ଟ କରାଯାଇଥିଲା। ଏହା ସତ୍ତ୍ୱେ, ସମସ୍ତ ଲଜ୍ଜା ଏବଂ ଶାଳୀନତା ପରିତ୍ୟାଗ କରି, ବିରୋଧୀ ମେଣ୍ଟ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବା ପାଇଁ ଅଶୋଭନୀୟ ଆଚରଣ ସହିତ ବିଲ୍କୁ ବିରୋଧ କରିଛି । ଏହାଦ୍ୱାରା ଜନସାଧାରଣଙ୍କ ସାମ୍ନାରେ ବିରୋଧୀଙ୍କ ମୁଖା ଖୋଲିଯାଇଛି ବୋଲି ଶ୍ରୀ ଶାହ କହିଛନ୍ତି।

ଅମିତ ଶାହ ଲୋକସଭା
Share. Facebook Twitter LinkedIn Email WhatsApp Copy Link

Related Posts

କେରଳର SAI ହଷ୍ଟେଲରେ ଦୁଇ ନାବାଳିକା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

January 15, 2026

ମମତା ସରକାରଙ୍କୁ ବଡ଼ ଝଟକା: ED ଅଧିକାରୀଙ୍କ ବିରୁଦ୍ଧରେ FIR ଉପରେ ରୋକ ​​ଲଗାଇଲେ ସୁପ୍ରିମକୋର୍ଟ

January 15, 2026

National Startup Day 2026: ଶୁକ୍ରବାରରେ ଆରମ୍ଭ ହେବ ଷ୍ଟାର୍ଟଅପ ଦିବସ, ଦିଆଯିବ 20 ଟି ପୁରସ୍କାର 

January 15, 2026

ଇରାନର ଖରାପ ପରିସ୍ଥିତି ମଧ୍ୟରେ ଏୟାର ଇଣ୍ଡିଆର ମାର୍ଗଦର୍ଶିକା ଜାରି 

January 15, 2026
Latest News

କେରଳର SAI ହଷ୍ଟେଲରେ ଦୁଇ ନାବାଳିକା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

January 15, 2026

ମମତା ସରକାରଙ୍କୁ ବଡ଼ ଝଟକା: ED ଅଧିକାରୀଙ୍କ ବିରୁଦ୍ଧରେ FIR ଉପରେ ରୋକ ​​ଲଗାଇଲେ ସୁପ୍ରିମକୋର୍ଟ

January 15, 2026

ଯୁବକଙ୍କୁ ଆତର୍କିତ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

January 15, 2026

National Startup Day 2026: ଶୁକ୍ରବାରରେ ଆରମ୍ଭ ହେବ ଷ୍ଟାର୍ଟଅପ ଦିବସ, ଦିଆଯିବ 20 ଟି ପୁରସ୍କାର 

January 15, 2026

ରନ୍ଧା ମଦ କାରଖାନା ଉପରେ ଚଢ଼ାଉ, ବହୁ ସାମଗ୍ରୀ ସହ ୫ ଗିରଫ

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.