ନୂଆଦିଲ୍ଲୀ: ମାରୁତି ସୁଜୁକିର ପ୍ରଥମ ବୈଦ୍ୟୁତିକ SUV, ଇ-ଭିଟାରା ଖୁବ ଶିଘ୍ର ଭାରତରେ ଶୁଭାରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨୬ ତାରିଖରେ ଗୁଜରାଟର ହଂସଲପୁର କାରଖାନାରେ ମାରୁତି ସୁଜୁକିର ପ୍ରଥମ ବୈଦ୍ୟୁତିକ ଯାନ, ଇ-ଭିଟାରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଭାରତରେ ନିର୍ମିତ ମାରୁତି ଇ-ଭିଟାରା ଜାପାନ ସମେତ ୧୦୦ରୁ ଅଧିକ ଦେଶକୁ ଏହା ରପ୍ତାନି କରାଯିବ।
ଏହା ୨୦୨୬ ର ପ୍ରଥମ ତ୍ରୈମାସିକରେ ଭାରତରେ Hyundai Creta EV ଏବଂ MG ZS EV କୁ ଟକ୍କର ଦେବା ପାଇଁ ଲଞ୍ଚ ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ୨ ଦିନିଆ ଗୁଜରାଟ ଗସ୍ତ ସମୟରେ TDS ଲିଥିୟମ-ଆୟନ ବ୍ୟାଟେରୀ ପ୍ଲାଣ୍ଟରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡର ମଧ୍ୟ ଉଦଘାଟନ କରିବେ।
ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ନିକଟସ୍ଥ ହଂସଲପୁର କାରଖାନାରେ ମାରୁତି ଇ-ଭିଟାରା ପାଇଁ ଆସେମ୍ବଲି ଲାଇନ ଉଦଘାଟନ କରିବେ, ଯାହା ଇଲେକ୍ଟ୍ରିକ୍ SUV ର ସିରିଜ୍ ଉତ୍ପାଦନର ମଧ୍ୟ ଆରମ୍ଭ କରିବ। ଏହା ସହିତ, ଭାରତ ସୁଜୁକି ପାଇଁ EV ର ବିଶ୍ୱବ୍ୟାପୀ ଉତ୍ପାଦନ କେନ୍ଦ୍ର ହେବାକୁ ପ୍ରସ୍ତୁତ।
“ମେକ୍ ଇନ୍ ଇଣ୍ଡିଆର ସଫଳତାର ଏକ ପ୍ରମୁଖ ଉଦାହରଣ ସ୍ୱରୂପ, ପ୍ରଧାନମନ୍ତ୍ରୀ ସୁଜୁକିର ପ୍ରଥମ ବିଶ୍ୱସ୍ତରୀୟ ରଣନୈତିକ ବ୍ୟାଟେରୀ ବୈଦ୍ୟୁତିକ ଯାନ (BEV) “e VITARA”କୁ ଉଦଘାଟନ ଏବଂ ପତାକା ଦେଖାଇ ଶୁଭାରମ୍ଭ କରିବେ। ମେଡ୍-ଇନ୍-ଇଣ୍ଡିଆ BEV ଗୁଡ଼ିକୁ ୟୁରୋପ ଏବଂ ଜାପାନ ଭଳି ଉନ୍ନତ ବଜାର ସମେତ ଶହେରୁ ଅଧିକ ଦେଶକୁ ରପ୍ତାନି କରାଯିବ।
ଏହି ମାଇଲଖୁଣ୍ଟ ସହିତ, ଭାରତ ଏବେ ସୁଜୁକିର ବୈଦ୍ୟୁତିକ ଯାନ ପାଇଁ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର ଭାବରେ କାର୍ଯ୍ୟ କରିବ।