ନୂଆଦିଲ୍ଲୀ: GST ପରିଷଦର 56ତମ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନିଆ ବୈଠକରେ ଅଧ୍ୟକ୍ଷତା କରିବେ। ପରିଷଦ ଭାରତର ପରବର୍ତ୍ତୀ ପିଢ଼ିର GST ସଂସ୍କାର ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏଥିରେ ଟିକସ ହାରର ଯୁକ୍ତିଯୁକ୍ତୀକରଣ ଏବଂ ଅନୁପାଳନର ସରଳୀକରଣ ଅନ୍ତର୍ଭୁକ୍ତ।
ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ସ୍ୱାଧୀନତା ଦିବସ ଅଭିଭାଷଣରେ ସାମଗ୍ରୀ ଏବଂ ସେବା କର କିପରି ଦେଶକୁ ଲାଭ ଦେଇଛି ତାହା ଉପରେ ଆଲୋକପାତ କରିଥିଲେ। ଶ୍ରୀ ମୋଦି GST ଅଧୀନରେ ପରବର୍ତ୍ତୀ ପିଢ଼ିର ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ। ଯାହା ସାଧାରଣ ଲୋକ, ଚାଷୀ, ମଧ୍ୟବିତ୍ତ ବର୍ଗ ଏବଂ MSME ପାଇଁ ଆଶ୍ୱସ୍ତି ଆଣିବ।
ସ୍ବାଧୀତାଦିବସରେ ମୋଦିଙ୍କ ଜିଏସଟି ନେଇ ପରୋକ୍ଷ ସୂଚନା ପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଏହି ବୈଠକରେ କଣ ନିଷ୍ପତି ଗ୍ରହଣ କରାଯିବ। ଏଥିରେ କେତୋଟି ସ୍ଲାବ ରଖାଯିବ ଏବଂ କେଉଁ କ୍ଷେତ୍ରରୁ ଜିଏସଟି ହ୍ରାସ ହେବ।