Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ରାତିରେ ଚନ୍ଦ୍ର ଗ୍ରହଣ, ଏଥର ଜହ୍ନମାମୁଁ ଦେଖାଯିବ ପୁରା ଲାଲ, ଜାଣନ୍ତୁ ଏହାର ପାଞ୍ଚଟି କାରଣ
ଜାତୀୟ ଖବର

ଆଜି ରାତିରେ ଚନ୍ଦ୍ର ଗ୍ରହଣ, ଏଥର ଜହ୍ନମାମୁଁ ଦେଖାଯିବ ପୁରା ଲାଲ, ଜାଣନ୍ତୁ ଏହାର ପାଞ୍ଚଟି କାରଣ

September 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ରାତିରେ ଚନ୍ଦ୍ର ଗ୍ରହଣ
ଆଜି ରାତିରେ ଚନ୍ଦ୍ର ଗ୍ରହଣ, ଏଥର ଜହ୍ନମାମୁଁ ଦେଖାଯିବ ପୁରା ଲାଲ, ଜାଣନ୍ତୁ ଏହାର ପାଞ୍ଚଟି କାରଣ

The Samikhsya Desk: ଚଳିତ ବର୍ଷର ଦ୍ବିତୀୟ ଚନ୍ଦ୍ର ଗ୍ରହଣ ଆଜି ରାତିରେ ସଂଗଠିତ ହେବାକୁ ଯାଉଛି। ଆଜି ଏହି ଚନ୍ଦ୍ର ଗ୍ରହଣ ଭାରତରେ ସଂପୂର୍ଣ୍ଣ ଦୃଶ୍ୟମାନ ହେବ। ତେବେ ଏଥର ଚନ୍ଦ୍ର ଆକାଶରେ ରକ୍ତ ପରି ଲାଲ ରଂଗ ଧାରଣ କରିବେ। ଆଜି ସେପ୍ଟେମ୍ବର ୭ ତାରିଖ ରାତି ୮ ଟା ୫୮ ମିନିଟରେ ଗ୍ରହଣ ସମୟ ଆରମ୍ଭ ହେବ ଏବଂ ଆସନ୍ତାକାଲି  ସେପ୍ଟେମ୍ବର ୮ ତାରିଖ ରାତି ୧ ଟା ୨୬ ମିନିଟରେ ସର୍ବ ମୋକ୍ଷ ହେବ। ମୋଟ ଚନ୍ଦ୍ର ଗ୍ରହଣ ଲାଗିବା ସମୟ ହେଉଛି  ୪ ଘଣ୍ଟା ୨୮ ମିନିଟ୍।

ତେବେ ଆଜି ରାତିରେ ଚନ୍ଦ୍ର ପୁରା ଲାଲ ଦେଖାଯିବେ। ଆଜି ରାତି ୧୧ ଟା ଠାରୁ ରାତି ୧୨ ଟା ୨୨ ମିନିଟ ପର୍ଯ୍ୟନ୍ତ ଚନ୍ଦ୍ର ଲାଲ କିଟିକିଟି ଦେଖାଯିବେ। ଏହାକୁ ଅନ୍ୟ ଭାଷାରେ ରକ୍ତ ଚନ୍ଦ୍ର ବା Blood Moon ବୋଲି କହିଥାନ୍ତି। ତେବେ ଏହାର କାରଣ ହେଲା

1-ସାଧାରଣତଃ ପୃଥିବୀ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ମଧ୍ୟ ଭାଗକୁ ଆସିଲେ ଏହି ଚନ୍ଦ୍ର ଗ୍ରହଣ ହୋଇଥାଏ

2- ଏହି ସମୟରେ ଚନ୍ଦ୍ର ପୁରା ଉଭାନ ହେବା ପରିବର୍ତ୍ତେ ଲାଲ ଦେଖାଯାଇଥାନ୍ତି ଏହାକୁ Blood Moon କୁହାଯାଏ

3- ପୃଥିବୀ ଯେତେବେଳେ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ମଝିକୁ ଆସନ୍ତି ସେତେବେଳେ ସୂର୍ଯ୍ୟଙ୍କର ନୀଳ ଓ ବାଇଗଣି ରଂଗ ପୃଥିବୀରେ ପଡି ଭିନ୍ନ ଦିଗକୁ ବିଛୁରିତ ହୋଇଥାଏ। କିନ୍ତୁ ନାଲି ଓ କମଳା ରଂଗ ଚନ୍ଦ୍ର ଉପରେ ପଡେ। ଫଳରେ ଚନ୍ଦ୍ର ଲାଲ ଦେଖାଯାଇଥାନ୍ତି।

4- ଏଥର ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ। ତେବେ ଚନ୍ଦ୍ର ଲାଲ ଦେଖାଯିବ ସମୟ ଏଥର ଦୀର୍ଘ ସମୟ ରହିଛି। ଏହା ପ୍ରାୟ 82 ମିନିଟ ପର୍ଯ୍ୟନ୍ତ ଚନ୍ଦ୍ର ଆକାଶରେ ଲାଲ ରହିବେ। ଏହା ସର୍ବାଧିକ ସମୟ ବୋଲି କୁହାଯାଉଛି।

5-ତେବେ ଏହି ଗ୍ରହଣକୁ ଖାଲି ଆଖିରେ ଦେଖି ହେବ ବୋଲି କୁହାଯାଇଛି। ସାଧାରଣତଃ ସୂର୍ଯ୍ୟ ଗ୍ରହଣ ଖାଲି ଆଖିରେ ଦେଖିବା ମନା କରାଯାଇଥାଏ।

Blood Moon Lunar Eclipse ଚନ୍ଦ୍ର ଗ୍ରହଣ ରକ୍ତ ଚନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

“ଭୂମି ଯାହା ହେଉନା କାହିଁକି, ବିଜୟ ଆମର:” ଭାରତର ବିଜୟ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରତିକ୍ରିୟା

September 29, 2025

ସେପ୍ଟେମ୍ବର ୨୯ ତାରିଖ ସୋମବାରରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2025

ଖେଳ ପଡିଆରେ ‘ଅପରେସନ ସିନ୍ଦୁର’: ଟିମ ଇଣ୍ଡିଆର ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ

September 29, 2025

୯ମ ଥର ପାଇଁ ଏସିଆ କପ୍ ଜିତିଲା ଭାରତ: ପୁଣି ପାକିସ୍ତାନକୁ ଧୁଳି ଚଟାଇଲା ଟିମ ଇଣ୍ଡିଆ

September 29, 2025
Latest News

“ଭୂମି ଯାହା ହେଉନା କାହିଁକି, ବିଜୟ ଆମର:” ଭାରତର ବିଜୟ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରତିକ୍ରିୟା

September 29, 2025

ସେପ୍ଟେମ୍ବର ୨୯ ତାରିଖ ସୋମବାରରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2025

ଖେଳ ପଡିଆରେ ‘ଅପରେସନ ସିନ୍ଦୁର’: ଟିମ ଇଣ୍ଡିଆର ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ

September 29, 2025

୯ମ ଥର ପାଇଁ ଏସିଆ କପ୍ ଜିତିଲା ଭାରତ: ପୁଣି ପାକିସ୍ତାନକୁ ଧୁଳି ଚଟାଇଲା ଟିମ ଇଣ୍ଡିଆ

September 29, 2025

ବାଲୁଗାଁ ବ୍ୟବସାୟୀଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ: ୫ ଅଭିଯୁକ୍ତ ଗିରଫ

September 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.